ନୂଆଦିଲ୍ଲୀ: ଘରେ ଭିତରେ ଗଛ ଲଗାଇଲେ ଏହା କେବଳ ଆପଣଙ୍କ ଘରର ସୌନ୍ଦର୍ଯ୍ୟକୁ ବୃଦ୍ଧି କରେ ତାହା ନୁହେଁ, ବରଂ ଏଥିରେ ଥିବା ଔଷଧୀୟ ଗୁଣ ମଧ୍ୟ ଆପଣଙ୍କୁ ଲାଭ ଦିଏ ।
ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣ ଘର ଭିତରେ ଗଛ ଲଗାଇବାକୁ ପସନ୍ଦ କରନ୍ତି, ତେବେ ନିଶ୍ଚିତ ଭାବରେ ଘରେ ଏକ ସ୍ପାଇଡର ପ୍ଲାଣ୍ଟ ଲଗାନ୍ତୁ । ଆପଣ ଏଥିରୁ ଅନେକ ଲାଭ ମିଳିବ।
ଘରେ ସ୍ପାଇଡର ପ୍ଲାଣ୍ଟ ରଖିବା ଦ୍ୱାରା ବାୟୁ ଶୁଦ୍ଧ ହୋଇଥାଏ। ଘରେ ଏକ ସ୍ପାଇଡର ପ୍ଲାଣ୍ଟ ଲଗାଇବା ଦ୍ୱାରା ପବନରେ ଥିବା କ୍ଷତିକାରକ ରାସାୟନିକ ପଦାର୍ଥ ଯେମିତି କି ଟୋଲୁନି, କାର୍ବନ ମନୋକ୍ସାଇଡ୍, ଜାଇଲିନ୍, ଫାର୍ମଲାଡେହାଇଡକୁ ବାହାର କରିବାରେ ସାହାଯ୍ୟ କରେ ।
/sambad/media/post_attachments/b6f1903968a90f7a40bc4003f30597ed6c5f21fb06859f24cd60e38c08e5b7b2.jpg)
ଘରେ ଏକ ସ୍ପାଇଡର ପ୍ଲାଣ୍ଟ ରଖିବା ଦ୍ବାରା ଅମ୍ଳଜାନର ସ୍ତରକୁ ବୃଦ୍ଧି ହୋଇଥାଏ। ଶ୍ବାସକ୍ରିୟା ଜନିତ ରୋଗୀଙ୍କ ପାଇଁ ସ୍ପାଇଡର ପ୍ଲାଣ୍ଟ ଲାଭଦାୟକ ହୋଇଥାଏ।
ଯଦି ଆପଣ ପ୍ରାୟତଃ ଚାପରେ ଥାଆନ୍ତି, ତେବେ ନିଶ୍ଚିତ ଭାବରେ ଘରେ ଏକ ସ୍ପାଇଡର ପ୍ଲାଣ୍ଟ ଲଗାନ୍ତୁ । ସ୍ପାଇଡର ପ୍ଲାଣ୍ଟ ଆପଣଙ୍କ ମନୋବଳ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଘରେ ଏକ ସ୍ପାଇଡର ପ୍ଲାଣ୍ଟ ରଖିବା ଦ୍ୱାରା ମନୋବଳ ଭଲ ରହିଥାଏ । ଏହା କୋର୍ଟିସୋଲର ସ୍ତରକୁ ହ୍ରାସ କରିଥାଏ, ଯାହାକି ଚାପ ସହିତ ଜଡିତ ଏକ ହରମୋନ୍।
ସ୍ପାଇଡର ପ୍ଲାଣ୍ଟକୁ ରୋଗୀର କୋଠରୀରେ ରଖିବା ଦ୍ବାରା ରକ୍ତଚାପ, ହୃଦୟରୋଗ ଆଦିକୁ ଭଲ କରିବାରେ ସହାୟକ ବୋଲି ବିଶ୍ୱାସ କରାଯାଏ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/1525271585588.jpeg)