ଦାଗଶୂନ୍ୟ ଚିକ୍କଣ ମୁହଁ କାହାକୁ ବା ପସନ୍ଦ ନୁହେଁ? ମାତ୍ର ସବୁ ସମୟରେ ଏହା ଆମ ହାତର କଥା ହୋଇନଥାଏ। କାର୍ଯ୍ୟ ଚାପ ଓ ବ୍ୟସ୍ତବହୁଳତା ହେତୁ ଶରୀର ଯତ୍ନ ନେବା ଆଜିକାଲି ଯୁବପିଢ଼ିଙ୍କ ପାଇଁ ଏକ ରକମର ଅସମ୍ଭବ ହୋଇପଡୁଛି। ଅବଶ୍ୟ ଏହା ସତ ଯେ, ବ୍ୟସ୍ତତା ଭିତରୁ ସମୟ କାଢ଼ି ପାର୍ଲର ଯିବା ଆମ ହାତର କଥା ହୋଇନଥାଏ। ମାତ୍ର ନିଜ ଶରୀର ଓ ସୌନ୍ଦର୍ଯ୍ୟ ପାଇଁ ଆମେ ଘରେ ସାମାନ୍ୟ ସମୟ ତ ଦେଇପାରିବା ନା? ତେବେ, ଚାଲନ୍ତୁ ଜାଣିବା ଘରେଇ ଉପାୟ ଜରିଆରେ କିପରି ପାଇବା ସୁନ୍ଦର ଚେହେରା।
ମହୁ ମୁହଁ ପାଇଁ ଖୁବ୍ ଭଲ ହୋଇଥାଏ। ଆପଣଙ୍କ ଘରେ ମହୁଥିବ ନିଶ୍ଚୟ। ଆପଣ ସେଥିରୁ ମାତ୍ର ଗୋଟିଏ ଠୋପା ଆଣି ସେଥିରେ ସାମାନ୍ୟ ଗୋଲାପ ଜଲ ମିଶ୍ରଣ କରି ତାହାକୁ ମୁହଁରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘସନ୍ତୁ। ଦେଖିବେ ଆପଣଙ୍କ ମୁହଁରୁ ଛୋଟ ଛୋଟ ଗୁଣ୍ଡି ପରି କିଛି ବାହାରିବ। ଏପରି କରିବା ଦ୍ୱାରା ଆପଣଙ୍କ ମୁହଁ ସଫା ରହିବା ସହ ନରମ ମଧ୍ୟ ଲାଗିବ।
/sambad/media/post_attachments/wp-content/uploads/2018/07/download-59.jpg)
ହଳଦୀ ଗୁଣ୍ଡ ବି ମହୁ ପରି ଭାରି ଉପକାରୀ। ଆପଣ ସାମାନ୍ୟ ହଳଦୀଗୁଣ୍ଡ ହାତରେ ନିଅନ୍ତୁ। ସେଥିରେ ଟିକେ ମହୁ ଓ ପାଣି ମାଶାଇ ମିଶ୍ରଣ କରି ମୁହଁରେ ଲେପ ଦିଅନ୍ତୁ। ଲେପ ଶୁଖିଯିବା ପରେ ପାରିରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ଚେହେରାରେ ଔଜଲ୍ୟ ଆଣିଥାଏ।
ଘରେ ଯଦି ମରା ନଡ଼ିଆ ତେଲ ଅଛି ତେବେ ଖୁବ୍ ଭଲ। ମରା ନଡ଼ିଆ ତେଲକୁ ମୁହଁରେ ଦୈନିକ ମାଲିସ୍ କରିବା ଦ୍ୱାରା ମୁହଁର ଚମକ ବଢ଼ିଥାଏ।
ଆଲୋବେରା ଗଛ ନିଜ ଫୁଲ କୁଣ୍ଡରେ ନିଶ୍ଚୟ ଲଗାନ୍ତୁ। ଦୈନିକ ଆଲୋବେରା ରସକୁ ମୁହଁରେ ଲଗାଇଲେ ତ୍ୱଚା ନରମ ହେବା ସହ ମୁହଁରେ ଥିବା ଧୂଳି କଣିକା ସବୁ ବାହାରି ଯାଇଥାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/maxresdefault-7.jpg)