ଫିଲ୍ମ ‘ନାଗିନ୍’ ପାଇଁ ଦୃଷ୍ଟିଶକ୍ତି ହରାଇଥାନ୍ତେ ଶ୍ରୀଦେବୀ, ଚେତାବନୀ ଦେଇ ସାରିଥିଲେ ଡାକ୍ତର

ମୁମ୍ବାଇ : ବଲିଉଡ୍‌ରେ ସାପକୁ ନେଇ ଅନେକ ଫିଲ୍ମ ତିଆରି ହୋଇଛି । କିନ୍ତୁ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ନେଇ ତିଆରି ହୋଇଥିବା ଫିଲ୍ମ ନାଗିନ୍‌, ସବୁଦିନ ପାଇଁ ଦର୍ଶକଙ୍କ ମନରେ ଘର କରି ରହିବ । ଏବେ ବି ଫିଲ୍ମର ଗୀତ ଲୋକପ୍ରିୟ ହୋଇ ରହିଥିବା ବେଳେ ଫିଲ୍ମ ପାଇଁ ଶ୍ରୀଦେବୀଙ୍କୁ କେତେ କଷ୍ଟ କରିବାକୁ ପଡ଼ିଥିଲା, ତାହା ଜଣା ପଡ଼ିଛି ।

Image result for sridevi-eyes-effected-in-nagina-film-after-changing-many-lenses
Amar Ujala

ସୂଚନା ମୁତାବକ, ଫିଲ୍ମ ପାଇଁ ଶ୍ରୀଦେବୀଙ୍କୁ ଭିନ୍ନ ଭିନ୍ନ ରଙ୍ଗର ଲେନ୍ସ ଲଗାଇବାକୁ ପଡ଼ୁଥିଲା । ଯାହାର ଖରାପ ପ୍ରଭାବ କିଛି ଦିନ ପରେ ଶ୍ରୀଦେବୀଙ୍କ ଆଖିରେ ପଡ଼ିବା ଆରମ୍ଭ ହୋଇଥିଲା । ଡାକ୍ତର ପରୀକ୍ଷା କରିବା ପରେ ଲେନ୍ସ ବ୍ୟବହାର ନ କରିବା ପାଇଁ ଚେତାବନୀ ଦେଇଥିଲେ । ଯଦି ତୁମେ ପୁଣି ଲେନ୍ସ ବ୍ୟବହାର କରିବ, ତେବେ ଦୃଷ୍ଟିଶକ୍ତି ହରାଇବ ବୋଲି ଡାକ୍ତର ଶ୍ରୀଦେବୀଙ୍କୁ ଜଣାଇଥିଲେ । ତେବେ ଫିଲ୍ମ ରିଲିଜ୍‌ ହେବା ପରେ ଦର୍ଶକଙ୍କୁ ଏହା ଖୁବ୍‌ ପସନ୍ଦ ଆସିଥିଲା ଓ ହିଟ୍‌ ମଧ୍ୟ ହୋଇଥିଲା ।

ସମ୍ବନ୍ଧିତ ଖବର