ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ବାସି ଖାଦ୍ୟ, ହୋଇପାରେ ଏସବୁ ଶାରୀରିକ ସମସ୍ୟା

ସମୟ ଅଭାବ ଥିବାରୁ କିଛି ଲୋକ ଖାଦ୍ୟ ତିଆରି କରିବା ପରିବର୍ତ୍ତେ ବାସି ଖାଦ୍ୟ ଖାଇବା ଆରମ୍ଭ କରି ଦେଇଥାନ୍ତି । କିନ୍ତୁ ଏହା ଦ୍ୱାରା ଯେଉଁ ସବୁ ଶାରୀରିକ ସମସ୍ୟା ଉପୁଜେ, ସେ ଦିଗ ପ୍ରତି କେହି ବି ଧ୍ୟାନ ଦିଅନ୍ତି ନାହିଁ । ରାତିରେ ବଳକା ଥିବା ଖାଦ୍ୟ ରଖି ପରଦିନ ଖାଇବା ଦ୍ୱାରା ସେଥିରେ ବ୍ୟାକ୍ଟେରିଆ ଆସି ଯାଇଥାଏ । ଯାହା ଦ୍ୱାରା ଅନେକ ବଡ଼ ବଡ଼ ଶରୀରିକ ସମସ୍ୟା ଦେଖାଯିବାକୁ ଲାଗିଥାଏ । ଡ଼ାକ୍ତରଙ୍କ କହିବା ଅନୁଯାୟୀ, ଖରାଦିନେ ୪-୫ଘଣ୍ଟା ପୂର୍ବରୁ ତିଆରି କରାଯାଇଥିବା ଖାଦ୍ୟା ଖାଇବା ଅନୁଚିତ । ଏବେ ଆସନ୍ତୁ ଜାଣିବା ଖରା ଦିନେ ବାସି ଖାଦ୍ୟ ଖାଇବା ଦ୍ୱାରା ଉପୁଜୁଥିବା ସମସ୍ୟା ବିଷୟରେ…..

୧. ବାସି ଖାଦ୍ୟ ଖାଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ବଢ଼ି ଯାଇଥାଏ ।

୨. ବାସି ଖାଦ୍ୟ ଖାଇବା ଦ୍ୱାରା ପେଟରେ ଗ୍ୟାସର ସମସ୍ୟା ଉପୁଜିଥାଏ । ଯଦି ଫ୍ରିଜ୍‌ରେ ରଖାଥିବା ଖାଦ୍ୟ ଆପଣ ଅଧିକ ଖାଉଛନ୍ତି, ତେବେ ଆପଣଙ୍କର ପେଟ ବିନ୍ଧା ଭଳି ସମସ୍ୟା ଆରମ୍ଭ ହୋଇଯିବ ।

Image result for gas problem
India.com

୩. ଖରାଦିନେ ବାରମ୍ବାର ବାସି ଖାଦ୍ୟ ଖାଇବା ଦ୍ୱାରା ପାଚନତନ୍ତ୍ର ଏବଂ ପ୍ରତିରକ୍ଷାତନ୍ତ୍ର ଦୁର୍ବଳ ହୋଇ ଯାଇଥାଏ । ଯାହାଦ୍ୱାରା ଡାଇରିଆର ସମସ୍ୟା ଦେଖା ଯାଇଥାଏ ।

୪. କିଛି ଲୋକ କ୍ଷୀରକୁ ଫ୍ରିଜ୍‌ରେ ରଖି ୨-୩ଦିନ ପର୍ଯ୍ୟନ୍ତ ବ୍ୟବହାର କରିଥାନ୍ତି । କିନ୍ତୁ ଏପରି କରିବା ଦ୍ୱାରା ଶରୀର ଉପରେ ତାହାର ଖରାପ ପ୍ରଭାବ ପଡ଼ିଥାଏ । କ୍ଷୀର ଗରମ କରିବା ପରେ ତାକୁ ସଂପୂର୍ଣ୍ଣ ବ୍ୟବହାର କରନ୍ତୁ । ଫ୍ରିଜ୍‌ରେ ରଖନ୍ତୁ ନାହିଁ ।

ସମ୍ବନ୍ଧିତ ଖବର