ପେଟର ବାମ ପଟେ ହେଉଥିବା ଯନ୍ତ୍ରଣା ଦେଇଥାଏ ଏହି ରୋଗର ସଙ୍କେତ…
ବେଳେ ବେଳେ ଖାଇବା ପିଇବାରେ ଠିକଣା ରହୁ ନ ଥିବାରୁ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦେଖା ଯାଇଥାଏ । ଯାହାକୁ ଆପଣମାନେ ଅତି ସାମାନ୍ୟ ଭାବିଥାନ୍ତି । କିନ୍ତୁ ଯଦି ଯନ୍ତ୍ରଣା ଆପଣଙ୍କ ପେଟର ବାମ ପଟେ ହେଉଛି, ତେବେ ଏହାକୁ ସାମାନ୍ୟ ନ ଭାବି ଡ଼ାକ୍ତରଙ୍କୁ ଦେଖାନ୍ତୁ । କାରଣ, ବାରମ୍ବାର ପେଟର ବାମ ପଟେ ହେଉଥିବା ଯନ୍ତ୍ରଣା ଅନେକ ଶାରୀରିକ ସମସ୍ୟାର ସଙ୍କେତ ଦେଇଥାଏ । ଏ ବିଷୟରେ ଠିକ୍ ସମୟରେ ଜାଣି ତାହାର ଚିକିତ୍ସା କରିବା ଦରାକାର ।
Sambad is now on WhatsApp
Join and get latest news updates delivered to you via WhatsApp
୧. ଅଧିକ ସମୟ ପର୍ଯ୍ୟନ୍ତ ଭୋକିଲା ରହିବା ବା ଦରକାର ଠାରୁ ଅଧିକ ଖାଇବା ଦ୍ୱାରା ପେଟରେ ଗ୍ୟାସ୍ ସୃଷ୍ଟି ହୋଇଥାଏ । ଏହା ଅତି ସାଧାରଣ ସମସ୍ୟା । କିନ୍ତୁ ଏଥିପ୍ରତି ଆରମ୍ଭରୁ ହିଁ ଧ୍ୟାନ ଦେବା ଦରକାର । ଏହି ସମସ୍ୟାକୁ ଅଣଦେଖା କଲେ ଏହା ଅଲ୍ସରରେ ପରିଣତ ହୋଇ ଯାଇଥାଏ । ଏହାଦ୍ୱାରା ପେଟରେ ଯନ୍ତ୍ରଣା ବଢ଼ି ଯାଇଥାଏ । ଏଭଳି ସମସ୍ୟା ହେଲେ ତୁରନ୍ତ ଯାଇ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।
୨. ଖାଦ୍ୟ ହଜମ ନ ହେଲେ ମଧ୍ୟ ପେଟର ବାମ ପଟେ ଯନ୍ତ୍ରଣା ହୋଇଥାଏ । ଏହାଦ୍ୱାରା ପେଟ ଭାରୀ ଲାଗିବା ସହ ପୋଡ଼ିବା ଭଳି ଅନୁଭବ ହୋଇଥାଏ । ଏଭଳି ସମସ୍ୟା ଥିଲେ ମସଲାଜାତୀୟ ଖାଦ୍ୟ ବା ତେଲଯୁକ୍ତ ଖାଦ୍ୟଠାରୁ ଯେତେ ସମ୍ଭବ ଦୂରରେ ରୁହନ୍ତୁ ।
୩. ଯେଉଁ ଲୋକମାନଙ୍କର କିଡ଼୍ନୀ ଷ୍ଟୋନର ସମସ୍ୟା ରହିଥାଏ, ସେମାନଙ୍କର ବାମ ପଟ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥାଏ । କିଡ଼୍ନୀରେ ମିନେରାଲ୍ସ ଜମା ହେବାକୁ ଲାଗିବା ପରେ ଏହା ଷ୍ଟୋନରେ ପରିଣତ ହୋଇ ଯାଇଥାଏ । ଯେତେବେଳେ ଏହି ଷ୍ଟୋନର ଆକାର ବଢ଼ିଥାଏ, ସେତେବେଳେ ପେଟର ବାମ ପଟେ ଯନ୍ତ୍ରଣା ଆରମ୍ଭ ହୋଇଥାଏ । ଏପରି ଲକ୍ଷଣ ଦେଖାଗଲେ, ଡ଼ାକ୍ତରଙ୍କୁ ଦେଖାଇ ତୁରନ୍ତ ଚିକିତ୍ସା କରନ୍ତୁ ।