ସକାଳେ ଉଷୁମ ପାଣିରେ ଲେମ୍ବୁ ଚିପୁଡି ପିଇଲେ ଓଜନ ହ୍ରାସ ହୋଇଥାଏ ବୋଲି ଆମ ସମସ୍ତଙ୍କୁ ଜଣା । କିନ୍ତୁ ଏହାର ମଧ୍ୟ ଅନେକ ଉପକାରିତା ଅଛି ଯାହା ଆମେ ଜାଣି ନଥାଉ । ଆସନ୍ତୁ ଜାଣିବା ସେ ସଂପର୍କରେ । ଲେମ୍ବୁ ପାଣି ପିିଇବା ଦ୍ୱାରା କେତେକ ରୋଗରୁ ମୁକ୍ତି ମିଳିଥାଏ ।
ଲେମ୍ବୁରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ମୁହଁରେ ହୋଇଥିବା ନାଲି ଦାଗ ଦୂର ହୋଇଥାଏ । ଲେମ୍ବୁ ପାଣିକୁ ମୁହଁରେ ବ୍ୟବହାର କଲେ, ଡେଡ୍ ସେଲ୍କୁ ବାହାର କରି ଦେଇଥାଏ ଏବଂ ଅତ୍ୟଧିକ ତୈଳ ଅଂଶକୁ ମଧ୍ୟ ବାହାର କରିଦେଇଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ଏହା ମେଟାବୋଲିଜମକୁ ବଢେଇ ଦେଇଥାଏ । ଏହା ସ୍ୱାସ୍ଥ୍ୟକୁ ମଧ୍ୟ ଭଲ ରଖିଥାଏ । କିଡନିରେ ହୋଇଥିବା ଷ୍ଟୋନକୁ ମଧ୍ୟ ନଷ୍ଟ କରିଥାଏ ।
ଏହା ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଯଦି ଥଣ୍ଡା ହୋଇଥାଏ, ତା’ହେଲେ ଆପଣ ଲେମ୍ବୁ ପାଣି ପିଅନ୍ତୁ । ଲେମ୍ବୁ ପାଣି ପିଇବା ଦ୍ୱାରା ଏହା ଡିହାଇଡ୍ରେସନରୁ ରକ୍ଷା କରିଥାଏ ।