ନଖ କାମୁଡ଼ିବା ଅଭ୍ୟାସକୁ ଦୂର କରିବେ କିପରି? ଆସନ୍ତୁ ଜାଣିବା
ଛୋଟ ପିଲା ହୁଅନ୍ତୁ ବା ବଡ, ଅନେକଙ୍କର ନଖ କାମୁଡ଼ିବାର ଅଭ୍ୟାସ ରହିଥାଏ । କଥା କଥାରେ କେତେବେଳେ ହାତର ନଖ ଯାଇ ପାଟିରେ ପହଞ୍ଚିଯାଏ ତାହା ଜଣାପଡ଼େ ନାହିଁ। ନଖ କାମୁଡ଼ିବା ଏକ ବଂଶଗତ ରୋଗ କି ନାହିଁ ତାହା ବୈଜ୍ଞାନିକମାନେ ଖୋଜି ପାଇ ନଥିଲେ ମଧ୍ୟ ଯେଉଁ ମାତା-ପିତାମାନେ ନଖ କାମୁଡ଼ିଥାନ୍ତି ସେମାନଙ୍କ ପିଲାମାନେ ମଧ୍ୟ ନଖ ଖାଆନ୍ତି ବୋଲି ପ୍ରାୟତଃ ଦେଖା ଯାଇଥାଏ । ବେଳେବେଳେ ମାନସିକ ଅବସ୍ଥା ଠିକ୍ ନଥିଲେ ବା ମଣିଷ ଚିନ୍ତାଗ୍ରସ୍ତ ଥିଲେ ନଖ ଖାଉଥିବାର ଦେଖା ଯାଇଥାଏ । ଏକା ଥିବା ସମୟରେ ବା କିଛି କାମ ନ ଥିବା ବେଳେ ଲୋକମାନେ ନଖ ଖାଇଥାନ୍ତି । କିଛି ଲୋକ ନିଜ ଅଜଣାତରେ ନଖ ଖାଇଥାନ୍ତି ଏବଂ ତାହା ସେମାନେ ଜାଣି ବି ପାରନ୍ତି ନାହିଁ । ଆପଣଙ୍କ ସହ ମଧ୍ୟ ଏପରି ହେଉଥିବ । ଅନିଚ୍ଛା ସତ୍ୱେ ମଧ୍ୟ ଆପଣ ଏହା କରୁଥିବେ । ତେବେ ଯଦି ଆପଣଙ୍କ ଏହି ସମସ୍ୟା ରହିଛି ତେବେ ଏହି ଅଭ୍ୟାସକୁ କିପରି ଦୂର କରିବେ ତାହା ଜାଣି ନିଅନ୍ତୁ । ପ୍ରଥମେ ନଖ କାମୁଡ଼ିବା ଦ୍ୱାରା କ’ଣ କ’ଣ ଅସୁବିଧା ହୋଇଥାଏ ଜାଣନ୍ତୁ।
Sambad is now on WhatsApp
Join and get latest news updates delivered to you via WhatsApp
୧.ଯଦି ଆପଣ ପ୍ରତି ଦିନ ନଖ କାମୁଡ଼ୁଛନ୍ତି ତେବେ ନଖ ଚାରି ପାଖରେ ଥିବା ଟିସୁ ଗୁଡ଼ିକ ନଷ୍ଟ ହେବା ସହ ନଖର ଆକାର ଠିକ୍ ରହେ ନାହିଁ ।
୨.ବାରମ୍ବାର ନଖ କାମୁଡ଼ିଲେ ଦାନ୍ତର ମାଢ଼ିରେ ଅସୁବିଧା ଦେଖା ଯାଇଥାଏ ।
୩. ହାତରେ ସାଧାରଣତଃ ଭାବରେ ଅନେକ ଜୀବାଣୁ ଲାଗି ରହିଥାଏ, ବିଶେଷ କରି ନଖରେ । ଯଦି ଆପଣ ସେହି ଜୀବାଣୁ ଥିବା ନଖକୁ ଖାଉଛନ୍ତି, ତେବେ ତାହା ଆପଣଙ୍କ ଶରୀରରେ ରୋଗ ସୃଷ୍ଟି କରିବା ସହ ଚର୍ମକୁ ଖରାପ କରିଥାଏ ।
ତେବେ ଏହି ସବୁ ଅସୁବିଧାରୁ ନିଜକୁ ଦୂରରେ ରଖିବା ପାଇଁ ହେଲେ ଆପଣଙ୍କୁ କିଛିଟା ଟିପ୍ସକୁ ଆପଣେଇବାକୁ ପଡ଼ିବ । ଏହି ଟିପ୍ସକୁ ଆପଣେଇ ଆପଣ ଗୋଟେ ରାତି ମଧ୍ୟରେ ଏହି ଅଭ୍ୟାସକୁ ଦୂର ନ କରି ପାରିଲେ ମଧ୍ୟ କିଛି ଦିନ ପରେ ଫରକ ଆପଣ ଜାଣି ପାରିବେ । ଟିପ୍ସ ଗୁଡ଼ିକ କ’ଣ ଜାଣି ରଖନ୍ତୁ-
୧.ନଖକୁ ସବୁବେଳେ ଛୋଟ ଛୋଟ କାଟି କରି ରଖନ୍ତୁ । ନଖ ନ ଥିଲେ ଆପେ ଆପେ ନଖ କାମୁଡ଼ା ବନ୍ଦ ହୋଇଯିବ ।
୨.ବଜାରରେ ପିତା ଲାଗୁଥିବା ନେଲ୍ ପଲିସ ମିଳିଲାଣି । ତାକୁ ନିଜ ନଖରେ ଲଗାଇଲେ ନଖ ପାଟିକୁ ନେବା ପୂର୍ବରୁ ଆପଣ ଦୁଇ ଥର ଭାବିବେ ।
୩. ନଖ ଏବଂ ପାଟିକୁ ସବୁବେଳେ ବ୍ୟସ୍ତ ରଖନ୍ତୁ । ଷ୍ଟ୍ରେସ୍ ବଲ ବା ଟିପ୍ ଟପ୍ ପେନ ବ୍ୟବହାର କରନ୍ତୁ । ଯାହାଦ୍ୱାରା ଆପଣଙ୍କ ହାତ ବ୍ୟସ୍ତ ରହିବା ସହ ପାଟିକୁ ଯିବ ନାହିଁ ।