ନୂଆଦିଲ୍ଲୀ: ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କ ସାଥୀଙ୍କ ସହିତ ସମ୍ପର୍କକୁ ଦୃଢ଼ କରିବା ପାଇଁ କ'ଣ କରିବା ଉଚିତ ସେ ବିଷୟରେ ଦ୍ୱନ୍ଦ୍ୱରେ ପଡ଼ି ଯାଇଥାନ୍ତି।

Advertisment

ଏଭଳି ଦ୍ୱନ୍ଦ୍ୱକୁ ନେଇ ଲେଖିକା ତଥା ରାଜ୍ୟସଭା ସାଂସଦ ସୁଧା ମୂର୍ତ୍ତି ସୁସମ୍ପର୍କ କିପରି ବଜାୟ ରହିବ ସେ ବିଷୟରେ ବ୍ୟାଖ୍ୟା କରିଛନ୍ତି। 
ସୁଧା ମୂର୍ତ୍ତି କହିଛନ୍ତି, ‘ କୌଣସି ସମ୍ପର୍କରେ ପ୍ରତିଯୋଗିତାର ଭାବନା ରାଖିବା ଭୁଲ । ସମ୍ପର୍କରେ ନିଜର ଶକ୍ତି ପ୍ରମାଣ କରିବାର କୌଣସି ଆବଶ୍ୟକତା ନାହିଁ। ଉଭୟ ସାଥୀ ପରସ୍ପରର ଶକ୍ତିକୁ ସମ୍ମାନ କରିବା ଉଚିତ।

ଯେକୌଣସି ସମ୍ପର୍କରେ ସ୍ୱାଧୀନତା ରହିବା ଅତ୍ୟନ୍ତ ଜରୁରୀ ହୋଇଥାଏ। ଯଦି ଏହା ହାସଲ ନହୁଏ, ତେବେ ସାଥୀମାନେ ସମ୍ପର୍କରେ ଜୋରଜବରଦସ୍ତି ବାନ୍ଧି ହୋଇ ରହିଥିବା ଭଳି ଅନୁଭବ କରନ୍ତି । ଯାହାକି ପରବର୍ତ୍ତୀ ସମୟରେ ସମ୍ପର୍କକୁ ତିକ୍ତ କରିଥାଏ। ତେଣୁ ପ୍ରତ୍ୟେକ ସାଥୀଙ୍କୁ ସେମାନଙ୍କର ସ୍ଥାନ ଦିଅନ୍ତୁ ଏବଂ ସେମାନଙ୍କର ସ୍ୱାଧୀନତାକୁ ସମ୍ମାନ ଜଣାନ୍ତୁ।

ଯେକୌଣସି ସମ୍ପର୍କ ହେଉ ନା କାହିଁକି ସେଥିରେ ବନ୍ଧୁତ୍ବର ଭାବନା ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପରର ସବୁଠାରୁ ଭଲ ବନ୍ଧୁ ହୋଇ ରହିବା ଆବଶ୍ୟକ। କାରଣ ଯେଉଁ ସମ୍ପର୍କରେ ବନ୍ଧୁତାର ଭାବନା ରହିଛି ତାହା ସହଜରେ ଭାଙ୍ଗି ନଥାଏ।

ସେହିପରି ପ୍ରତିଟି ସମ୍ପର୍କରେ ବିଶ୍ୱାସ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱାସ ବିନା ସମ୍ପର୍କ ସ୍ଥାୟୀ ହୋଇପାରିବ ନାହିଁ। ବିଶ୍ୱାସ ଅର୍ଜନ କରିବାକୁ ଜୀବନସାରା ସମୟ ଲାଗେ କିନ୍ତୁ ଏହାକୁ ନଷ୍ଟ କରିବା ପାଇଁ କେବଳ ଗୋଟିଏ ଭୁଲ ହିଁ ଯଥେଷ୍ଟ ହୋଇଥାଏ। ତେଣୁ ସମ୍ପର୍କରେ ବିଶ୍ୱାସ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ।