ଅବସାଦ ବଢ଼ାଏ ଶର୍କରା

ଅତ୍ୟଧିକ ଶର୍କରା ଜାତୀୟ ଖାଦ୍ୟ, ଶରୀର ପାଇଁ କ୍ଷତିକାରକ। ଏବେ ଗବେଷକମାନେ କହିଲେଣି, ପୁରୁଷଙ୍କ ମନର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖରାପ। ଯେଉଁ ପୁରୁଷମାନେ ଦୈନିକ ସତଷଠି ଗ୍ରାମ୍‌ରୁ ଅଧିକ ଶର୍କରା ଖାଉଛନ୍ତି, ସେମାନେ ଅବସାଦର ଶିକାର ହେବାର ଆଶଙ୍କା ଅଧିକ। ୧୯୮୩-୨୦୧୩ ମଧ୍ୟରେ ପାଞ୍ଚ ହଜାରରୁ ଅଧିକ ପୁରୁଷ ଓ ମହିଳାଙ୍କ ଖାଦ୍ୟାଭ୍ୟାସ ଅଧ୍ୟୟନ କରି, ବି୍ରିଟିସ୍‌ ଗବେଷକ ପ୍ରଫେସର୍‌ ଏରିକ୍‌ ବ୍ରୁନର୍‌ ଓ ଡକ୍‌ଟର୍‌ ଅନିକା ନୁପେଲ୍‌, ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ଏହି ପରିମାଣର ଶର୍କରା ମାତ୍ର ଦୁଇଟି କୋକା-କୋଲା କାନ୍‌ରୁ ମିଳିଯାଏ। ଦୈନିକ ଅଠତିରିଶ ଗ୍ରାମ୍‌ରୁ ଅଧିକ ଶର୍କରା ଖାଆନ୍ତୁନାହିଁ। ଯେତେ କମ୍‌ ଖାଇପାରିବେ, ସେତେ ଭଲ। କମ୍‌ ଖାଇଲେ, ଦାନ୍ତ ଭଲ ରହିବ, ଓଜନ ବଢ଼ିବନାହିଁ। ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଇବେ।

ସମ୍ବନ୍ଧିତ ଖବର