ଆଖୁ ରସ ହୋଇଥାଏ ଶରୀର ପାଇଁ ଲାଭଦାୟକ

ନୂଆଦିଲ୍ଲୀ: ଖରା ଦିନରେ ସାଧାରଣତଃ ରାସ୍ତାଘାଟରେ ଅନେକ ଆଖୁ ରସ ଦୋକାନ କିମ୍ବା ଠେଲା ଦେଖିବାକୁ ମିଳିଥାଏ । ଆଖୁ ରସ ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ତେବେ ଖାଲି ଯେ ଗ୍ରୀଷ୍ମ ଋତୁରେ ଆଖୁ ରସ ପିଇବା ଦରକାର, ତାହା ନୁହେଁ; ଆଖୁ ରସ ସମସ୍ତ ଋତୁରେ ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆଖୁ ରସକୁ ଦୈନିକ ପିିଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଅନେକ ପ୍ରକାରର ରୋଗ ମଧ୍ୟ ଦୂର ହୋଇଥାଏ । ଆସନ୍ତୁ ଜାଣିବା ଆଖୁ ରସ ପିଇବା ଦ୍ୱାରା ଶରୀରକୁ କ’ଣ ସବୁ ଫାଇଦା ମିଳିଥାଏ…
ଆଖୁ ରସରେ ପ୍ରଚୁର ପରିମାଣର ପ୍ରୋଟିନ, ଆଇରନ, ପୋଟାସିୟମ ଆଦି ପୋଷକ ତତ୍ତ୍ୱ ରହିଥାଏ । ଶରୀରରେ ଉର୍ଜା ବା ଶକ୍ତି ସୃଷ୍ଟିକାରୀ ସମସ୍ତ ଆବଶ୍ୟକ ତତ୍ତ୍ୱ ଏଥିରେ ଉପଯୁକ୍ତ ମାତ୍ରାରେ ରହିଥାଏ । ଏଣୁ ଗ୍ରୀଷ୍ମ ଋତୁରେ ଶରୀରରେ ସୃଷ୍ଟି ହେଉଥିବା ଥକାପଣକୁ ଅଳ୍ପ ସମୟରେ ଠିକ୍‌ କରିଥାଏ ଆଖୁରସ ।

Ishq In A Backpack

ଆଖୁ ରସ ଜଣ୍ଡିସ ରୋଗୀଙ୍କ ପାଇଁ ବହୁ ଉପକାରୀ ହୋଇଥାଏ । ଏହାର ପାନ ଦ୍ୱାରା ଶରୀରର ଜଣ୍ଡିସ ଜୀବାଣୁର ପ୍ରଭାବ କମ ହେବାର ଦେଖା ଯାଇଥାଏ। ଏହା ଛଡ଼ା ଆଖୁ ରସ ଦ୍ୱାରା ଏସିଡ଼ିଟି କମ ହୋଇଥାଏ । ପେଟ ଜଳାଇବା ଏବଂ କାଟିବା କମ ହେବା ସହ ଶରୀରରେ ଚିନି ଏବଂ ଜଳୀୟ ଅଂଶର ପରିମାଣକୁ ନିୟନ୍ତ୍ରିତ ରଖିଥାଏ ଆଖୁ ରସ।
ଆଖୁ ରସ ଶରୀରରରେ ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଟିକେ ପରିଶ୍ରମ କରିବା ଦ୍ୱାରା ନିଶ୍ୱାସ ନେବା କିମ୍ବା ଶରୀରରେ ଯନ୍ତ୍ରଣା ଆଦି ଅନୁଭବ ହେଉଥିଲେ ଆଖୁ ରସ ନିହାତି ପିଇବା ଦରକାର । ଏହା ଦ୍ୱାରା ଶରୀରରେ ଉର୍ଜା ସୃଷ୍ଟି ହେବା ସହ ଶରୀର ତନ୍ଦରୁସ୍ତ ରହିଥାଏ ।

ସମ୍ବନ୍ଧିତ ଖବର