କେଉଁ ଅବସ୍ଥାରେ ଆଖୁ ରସ ପିଇବା ଅନୁଚିତ ?

ଏବେ ଖରାଦିନ । ସହରର ବିଭିନ୍ନ ଜାଗାରେ ଆଖୁରସ ପିଇବାର ସୁଯୋଗ ଥାଏ। ଏହା ଏକ ଗୁଣକାରୀ ପାନୀୟ, କାରଣ ଏଥିରେ କାଲସିୟମ୍‌, ପଟାସିୟମ୍‌, ଆଇରନ୍‌, ମାଗ୍ନେସିୟମ ଓ ଫସଫରସ ଭଳି ଆବଶ୍ୟକୀୟ ପୋଷଣକାରୀ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି । ଏହା ଛଡା ଆଖୁ ରସ ଶରୀରରେ ରକ୍ତ ସଞ୍ଚାଳନକୁ ବି ଠିକ୍‌ କରିଥାଏ । କିନ୍ତୁ ଆପଣ ଜାଣନ୍ତି କି କେତେକ ଅବସ୍ଥାରେ ଆଖୁରସ ପିଇବା ଅନୁଚିତ କାରଣ ଏହା ଆପଣଙ୍କର କ୍ଷତି କରିପାରେ। ଆସନ୍ତୁ ଜାଣିବା କେତେବେଳେ ଆଖୁ ରସ ପିଇବା ଉଚିତ୍‌ ନୁହେଁ ।

– ଯଦି ଆପଣଙ୍କ ପେଟ କାଟୁଥିବ, ତେବେ ବି ଆଖୁ ରସ ପିଇବା ଅନୁଚିତ ।

-ଯଦି ଆପଣଙ୍କୁ କାଶ ହେଉଛି, ତେବେ ଆଖୁ ରସ ପିଇବା ଉଚିତ୍‌ ନୁହେଁ । ଏଭଳି ସମୟରେ ତାହା ପାନ କଲେ ଶରୀରରେ କଫର ସମସ୍ୟା ଦେଖା ଯାଇଥାଏ ।
– ଆଖୁ ରସରେ ପ୍ରଚୁର ପରିମାତ୍ରାରେ ସୁଗାର୍‌ ଥିବା ହେତୁ ଯଦି ଆପଣ ମଧୁମେହ ରୋଗୀ ହୋଇଥାଆନ୍ତି, ତେବେ ତାହା ବର୍ଜନୀୟ । କାରଣ ଆଖୁ ରସ ମଧୁମେହ ରୋଗୀଙ୍କ ପାଇଁ ବିଷ ସଦୃଶ ।


– ଯଦି ଆପଣଙ୍କର ଓଜନ ଅଧିକ ହୋଇଥାଏ, ତେବେ ମଧ୍ୟ ଆଖୁ ରସ ପିଇବା ଅନୁଚିତ । କାରଣ ଏଥିରେ ଅଧିକ ମାତ୍ରାରେ କାଲୋରି ଓ ସୁଗାର୍‌ ଥାଏ, ଯାହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ।

ସମ୍ବନ୍ଧିତ ଖବର