ଚତୁର୍ଥୀ ରାତି ରେ କାହିଁକି କ୍ଷୀର ପିଇବାକୁ ଦିଆଯାଇଥାଏ ?

ହିନ୍ଦୁ ଧର୍ମ ହେଉଛି ବିଶ୍ୱର ପ୍ରାଚୀନତମ ଧର୍ମ । ହିନ୍ଦୁ ଧର୍ମରେ ଅନେକ ପରଂପରା ରହିଛି, ଯାହା କେଉଁ ଅନାଦି ଅନନ୍ତ କାଳରୁ ପ୍ରଚଳିତ ହୋଇ ଆସୁଛି । ହିନ୍ଦୁ ବିବାହ ପରଂପରା ମଧ୍ୟ ବେଶ୍‌ ପ୍ରାଚୀନ । ବିବାହ ସମୟରେ ଓ ପରେ ଅନେକ କଥା ଆଜି ବି ପ୍ରଚଳିତ । ଏଥି ମଧ୍ୟରୁ ଗୋଟିଏ ହେଲା ଚତୁର୍ଥୀ ରାତିରେ ଏକ ଗ୍ଲାସ୍‌ ଦୁଧ ନବବିବାହିତ ଦଂପତିଙ୍କୁ ଦିଆଯାଇଥାଏ । ଏହାକୁ ବର ଏବଂ ବଧୁଙ୍କର ମିଳନର ପ୍ରଥମ ରାତି। ଏହାକୁ ଅନେକ ଦିନରୁ ଉଭୟେ ଚାହିଁ ରହିଥାନ୍ତି।

ଚତୁର୍ଥୀ ରାତି ବା ସୁହାଗ ରାତିରେ କ୍ଷୀର ପ୍ରଦାନ ପଛରେ ବି ବୈଜ୍ଞାନିକ କାରଣ ରହିଛି । ହିନ୍ଦୁ ଧର୍ମ ଅନୁଯାୟୀ ବିବାହ ହେଉଛି ଦୁଇଟି ଆତ୍ମାର ମିଳନ । ଏହି ରାତିରେ ଦୁଇଟି ଶରୀର ଏକ ହୋଇ ଥାଆନ୍ତି । ଏହି ରାତିରେ କ୍ଷୀରରେ ଗୋଲମରିଚ ମିଶାଇ ପିଇବାକୁ ଦିଆଯିବା ପଛରେ କାରଣ ହେଲା ଯେ ବର କନ୍ୟାଙ୍କ ଶରୀରରେ ସ୍ଫୁର୍ତ୍ତି ଓ ଶକ୍ତି ଆସିଥାଏ, ଯାହା ଦ୍ୱାରା ସେମାନେ ପ୍ରଥମ ରାତିକୁ ଭଲ ଭାବେ ଉପଭୋଗ କରିପାରିବେ । କାମସୂତ୍ର ରେ ଏହା ମଧ୍ୟ କୁହାଯାଇଛି ଯେ କ୍ଷୀରରେ ମହୁ ଓ ଚିନି ମିଶାଇଲେ ମଧ୍ୟ ସମାନ ଉପକାର ମିଳିଥାଏ ।

photo-speakingtree

ଚତୁର୍ଥୀ ରାତିରେ ସାଧାରଣତଃ ବର କନ୍ୟାଙ୍କ ମଧ୍ୟରେ ଶାରୀରିକ ସଂପର୍କ ସ୍ଥାପିତ ହୋଇଥାଏ । ଉତ୍ତମ ସଂପର୍କପାଇଁ ସେମାନଙ୍କ ଶରୀରରେ ଅଧିକ ପ୍ରୋଟିନର ଆବଶ୍ୟକତା ପଡ଼ିଥାଏ , ଯାହା ସେମାନଙ୍କୁ କ୍ଷୀର ଯୋଗାଇଥାଏ । କେତେକ ସ୍ଥାନରେ ଏହି ରାତିରେ ବର-କନ୍ୟାଙ୍କୁ କପେ କ୍ଷୀର ଓ ଏକ ପ୍ଲେଟ୍‌ ଆଲମଣ୍ଡ୍‌ ଦେବାର ବ୍ୟବସ୍ଥା ରଖାଯାଇଛି ।
ଆୟୁର୍ବେଦ ଅନୁଯାୟୀ କ୍ଷୀର ହେଉଛି ଶୁକ୍ରକାରକ । ଏହା ଶୁକ୍ର ଧାତୁକୁ ଅଧିକ ଶକ୍ତିଶାଳୀ କରିଥାଏ । କ୍ଷୀର ହେଉଛି ଶୀତଳ ସ୍ୱଭାବର । ଏହା ଶରୀରକୁ ଥଣ୍ଡା ରଖେ । ଆୟୁର୍ବେଦରେ ରଖାଯାଇଥିବା ଆଠ ପ୍ରକାରର କ୍ଷୀର ମଧ୍ୟରୁ ଗାଈ କ୍ଷୀର ସବୁଠୁ ଉତ୍ତମ । କ୍ଷୀର ସ୍ମରଣ ଶକ୍ତି ବୃଦ୍ଧି କରିଥାଏ ଓ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ । ଏହା ଶୀଘ୍ରାତିଶୀଘ୍ର ହଜମ ହୋଇଥାଏ । ଆୟୁର୍ବେଦ ଅନୁଯାୟୀ କ୍ଷୀର ପାନ କଲେ ଆପଣ ଭଲ ଶାରୀରିକ ସଂପର୍କ ରକ୍ଷା କରି ପାରିବେ । ଏଥିରେ କେଶର, ଶିଳଜିତ ଆଦି ମିଶାଇ ପିଇଲେ, ତାହା ଅଧିକ ଲାଭ ପ୍ରଦାନ କରିଥାଏ । ନିୟମିତ ଭାବେ ଏଭଳି କ୍ଷୀର ପିଇଲେ ଆପଣ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ଆପଣଙ୍କର ସ୍ପର୍ମ କାଉଣ୍ଟ୍‌ ମଧ୍ୟ ବଢିଯାଏ ।

ଚତୁର୍ଥୀ ରାତିରେ କ୍ଷୀର ପିଇଲେ ଶରୀର କ୍ଲାନ୍ତ ହୁଏ ନାହିଁ ସହଜ ରେ । ସାରା ରାତିକୁ ବର-କନ୍ୟା ଉପଭୋଗ କରିବା ପାଇଁ ଏହାର ଆବଶ୍ୟକତା ପଡିଥାଏ ବୋଲି ମଧ୍ୟ କୁହାଯାଏ । ଏଣୁ ଯେଉଁମାନ ଭାବୁଥିବେ ଯେ ଚତୁର୍ଥୀ ରାତିରେ କ୍ଷୀର ପିଇବା ଏକ ଅନାବଶ୍ୟକ ପରଂପରା ,ସେମାନେ ଭୁଲ କରୁଛନ୍ତି ବୋଲି କୁହାଯିବ।

ସମ୍ବନ୍ଧିତ ଖବର