ଅଂଶୁଘାତର ପ୍ରାଥମିକ ଚିକିତ୍ସା କ’ଣ?
ଅଂଶୁଘାତର ଚିକିତ୍ସା ୨ ପ୍ରକାର। ରୋଗୀଙ୍କର ଚେତା ଥିଲେ, ତାଙ୍କୁ ପ୍ରଥମେ ଛାଇକୁ ନେଇ ଦେହରେ ଥଣ୍ଡା ପବନ ଲାଗିବାକୁ ଦେବେ। ଥଣ୍ଡା ପାଣିରେ ଗାମୁଛା ଭିଜାଇ ତାଙ୍କ ଦେହକୁ ପୋଛି ଦେବେ। ଟିକେ ସାଷ୍ଟମ ହେଲେ ଥଣ୍ଡା ପାଣି ପିଆଇବେ। ରୋଗୀଙ୍କର ଚେତା ନଥିଲେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନେଇଯିବେ। ତାଙ୍କୁ ପାଣି ଓ ଖାଦ୍ୟ ଦେବେ ନାହିଁ। ଦେହରେ ପାଣି କି ବରଫ ବୋଳିବେ ନାହିଁ। ଥଣ୍ଡା କପଡ଼ାରେ ଦେହକୁ ପୋଛିପାରିବେ।
ଖରାଦିନେ ଯେଉଁ ଥଣ୍ଡା କାଶ, ଜ୍ବର ହୁଏ ସେଥିପାଇଁ ସାବଧାନ ରହି କିପରି ଚିକିତ୍ସା କରିବା ଉଚିତ?
ଖରାଦିନେ ଥଣ୍ଡା ଓ କାଶ ଏଡିନୋ ଭାଇରସ୍ ଦ୍ବାରା ହୋଇଥାଏ। ଏଥିରେ ଜ୍ବର ସାଙ୍ଗକୁ ମୁଣ୍ଡବିନ୍ଧା, ନାକରୁ ପାଣି ବହିବା ପରି ଲକ୍ଷଣ ଦେଖାଦିଏ। ପରିଷ୍କାର ରହିବା ସହିତ ନିୟମିତ ହାତ ଧୋଇବା ଦ୍ବାରା ଏ ରୋଗରୁ ଦୂରେଇ ରହିହେବ।
ଏହି ରୋଗ ମୁଖ୍ୟତଃ କେଉଁ ବୟସର ଲୋକଙ୍କୁ ହୁଏ?
ଖରାଦିନିଆ ଭାଇରାଲ୍ ଜ୍ବର ସବୁ ବୟସର ଲୋକଙ୍କୁ ହୋଇଥାଏ, ହେଲେ ୮ ବର୍ଷରୁ କମ୍ ବୟସର ପିଲାଙ୍କୁ ହେବାର ଆଶଙ୍କା ୭୦ରୁ ୮୦% ଅଧିକ।
ଖରାଦିନେ ମୁଣ୍ଡବିନ୍ଧା ଓ ମାଇଗ୍ରେନ୍ ହୁଏ। ଏହାର ପ୍ରତିକାର କ’ଣ?
ଖରାଦିନେ ଯେଉଁ ମୁଣ୍ଡବିନ୍ଧା ହୁଏ ତାହାକୁ ସମର୍ ହେଡେକ୍ କୁହାଯାଏ। ହେଲେ ମାଇଗ୍ରେନ୍ ସଂପୂର୍ଣ୍ଣ ଅଲଗା। ଖରାଦିନେ ମାଇଗ୍ରେନ୍ ବା ଅର୍ଦ୍ଧକପାଳୀ ବଢ଼ିଯାଏ। ଏଣୁ ରୋଗୀ ଖରାକୁ ଯେତେ କମ୍ ବାହାରିବେ, ପାଣି ଯଥେଷ୍ଟ ପିଇବେ, କମ୍ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଇବେ, ଚିନ୍ତାମୁକ୍ତ ରହିବେ, ପରିଶ୍ରମ କମ୍ କରିବେ, ସକାଳୁ ବ୍ୟାୟାମ କରିବେ, ରାତିରେ ଭଲରେ ଶୋଇବେ, ଶୀତଳ, ଅନ୍ଧାର ଓ ଶାନ୍ତ ପରିବେଶରେ ରହିବେ ସେତେ ଭଲ। ରୋଗ ଅଧିକ ହେଲେ ଡାକ୍ତରଙ୍କ ପରାମର୍ଶ ନେବେ।
ଗରମ ଯୋଗୁଁ ନିଦ୍ରାରେ ବ୍ୟାଘାତ ସୃଷ୍ଟି ହୁଏ। ଏହା କେଉଁ ଭଳି ରୋଗ ସୃଷ୍ଟି କରିବାର ଆଶଙ୍କା ରହିଛି ଏବଂ ଏହାର ନିରାକରଣ କ’ଣ?
ଖରାରେ କାମ କରୁଥିବା ଲୋକଙ୍କ ଶରୀରର ଆଭ୍ୟନ୍ତରୀଣ ଓ ବାହାର ତାପମାତ୍ରା ମେଳ ଖାଏନି। ଏହାର ପ୍ରଭାବ ୨୪ ଘଣ୍ଟା ରହେ। ଫଳରେ ନିଦ ଭଲରେ ହୁଏନି। ସେଥିପାଇଁ ବାହାରକୁ ଗଲେ ଖରାରୁ ଦୂରେଇ ରହିବା, ପ୍ରଚୁର ପାଣି ପିଇବା, ଫଳ ଖାଇବା, ଓଦା କପଡ଼ାରେ ପୋଛି ହେବା ଦ୍ବାରା ଶରୀରର ଶୀତଳତା ବଜାୟ ରହିଥାଏ ଏବଂ ଅଂଶୁଘାତ ଓ ନିଦ୍ରାହୀନତା ଆଶଙ୍କା କମ୍ ହୋଇଥାଏ।
ଖରାଦିନିଆ ଥଣ୍ଡା ମୁଖ୍ୟତଃ ଛୋଟ ପିଲାଙ୍କୁ ହୁଏ
ଅଂଶୁଘାତର ଚିକିତ୍ସା ୨ ପ୍ରକାର। ରୋଗୀଙ୍କର ଚେତା ଥିଲେ, ତାଙ୍କୁ ପ୍ରଥମେ ଛାଇକୁ ନେଇ ଦେହରେ ଥଣ୍ଡା ପବନ ଲାଗିବାକୁ ଦେବେ। ଥଣ୍ଡା ପାଣିରେ ଗାମୁଛା ଭିଜାଇ ତାଙ୍କ ଦେହକୁ ପୋଛି ଦେବେ।
/sambad/media/media_files/2025/05/07/ppS5FjpdAJJXoRSklqZD.jpg)