ଆମର ବିଶ୍ୱାସ ରହିଛି ଯେ ଆମେ ଯେଉଁଭଳି ଭାମେ ଆମ କେଶର ଯତ୍ନ ନିଅନ୍ତି ସେହି ଭଳି ଏହାର ଅବସ୍ଥା ରହିଥାଏ। ମାତ୍ର ଆପଣ ଜାଣନ୍ତି କି ଖରାପ କେଶ କିଛି ଶାରୀରିକ ଅସୁସ୍ଥତାର ମଧ୍ୟ ସୂଚନା ଦେଇଥାଏ? ନିମ୍ନରେ ସେ ସଂପର୍କରେ କୁହାଯାଇଛି।

Advertisment

ଶରୀରରେ ଭିଟାମିନ୍‌ ଅଭାବ ଥିଲେ କେଶ ଶୁଷ୍କ ହୋଇଯାଇ ଥାଏ। ଅନେକ ସମୟରେ କେଶ ଶୁଷ୍କ ହେବା ସହ ଫାଟିବା ସମସ୍ୟା ଆପଣ ଅନୁଭବ କରିଥିଲେ। ଏହା ଭିଟାମିନ୍‌ ଅଭାବ କାରଣରୁ ହୋଇଥାଏ। ଏହାର ଅର୍ଥ ଆପଣଙ୍କ ଶରୀରକୁ ସେଲେନିୟମ୍‌, ସଲଫର୍‌ ଏବଂ ଫସ୍‌ଫରସ୍‌ର ଆବଶ୍ୟକତା ରହିଛି।

ଶରୀରରୁ କାର୍ବୋହାଇଡ୍ରେଟ୍‌ କମ୍‌ ହେଲେ ରୁପି ସମସ୍ୟା ଦେଖା ଦେଇଥାଏ। ନିୟମିତ ଭାବେ ବହୁତ ଦିନ ଧରି ଡାଇଟିଂ କରି ହେତୁ ମଧ୍ୟ ଏହି ମସସ୍ୟା ଉପୁଜିଥାଏ। ରୁପି ସମସ୍ୟା ଦୂରେଇବା ପାଇଁ ଆପଣଙ୍କୁ କାର୍ବୋହାଇଡ୍ରେଟ୍‌ ଜାତୀୟ ଖାଦ୍ୟ ଖାଇବା ଉଚିତ।

ଦିନକୁ ୧୦୦ଟି ଭିତରେ କେଶ ଝଡ଼ିଲେ ତାହା ସାଧାରଣ। ମାତ୍ର ଆପଣଙ୍କର ଯଦି ତା’ଠୁ ବି ବେଶି ଝଡୁଛି ତେବେ ନିଶ୍ଚିତ ହୁଅନ୍ତୁ ଯେ କିଛି ଶାରୀରିକ ସମସ୍ୟା ରହିଛି। ବିଶେଷ କରି ଗ୍ୟାସ୍‌ଷ୍ଟ୍ରିକ୍‌ ଥିଲେ ହିଁ ବହୁଳ ମାତ୍ରାରେ କେଶ ଝଡ଼ିଥାଏ। ଏ କ୍ଷେତ୍ରରେ ଆପଣ ପେଟକୁ ଥଣ୍ଡା ରଖିବା ପରି ଖାଦ୍ୟ, ପାନୀୟ ଗ୍ରହଣ କରନ୍ତୁ।