ରାଶିଫଳର ଆମ ଜୀବନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ରାଶିରେ ଗ୍ରହମାନଙ୍କ ଚଳନ ନେଇ ମଣିଷର ଭାଗ୍ୟ ପରିବର୍ତ୍ତନ ହୋଇଥାଏ ବୋଲି ଅଧିକାଂଶ ଲୋକଙ୍କ ବିଶ୍ବାସ ରହିଛି। ଜ୍ୟୋତିଷଙ୍କ ଅନୁଯାୟୀ, ଅଗକୁ ଧନୁ ରାଶିରେ ସୂର୍ଯ୍ୟଙ୍କ ଚଳନ ହେବ। ଡିସେମ୍ବର ୧୬ ତାରିଖରେ ସୂର୍ଯ୍ୟ ଧନୁ ରାଶିରେ ଚଳିବା ପରେ ଅନେକ ରାଶିର ଲୋକଙ୍କ ଭାଗ୍ୟ ପରିବର୍ତ୍ତନ ହେବ ବୋଲି ଜ୍ୟୋତିଷଗଣ ଆକଳନ କରିଛନ୍ତି।
ଜ୍ୟୋତିଷଶାସ୍ତ୍ରରେ ସୂର୍ଯ୍ୟଙ୍କର ଧନୁ ରାଶିରେ ଚଳନକୁ ଅତ୍ୟନ୍ତ ଶୁଭ ମନାଯାଏ। ଏହା ଧନୁ ସଂକ୍ରାନ୍ତି ନାମରେ ବି ଜଣାଯାଏ। ଡିସେମ୍ବର ୧୬ ଅପରାହ୍ନ ୩ଟା ୪୭ ମିନିଟ୍ରେ ସୂର୍ଯ୍ୟ ଧନୁ ରାଶିରେ ଚଳନ କରିବେ, ଯାହାକି ଅନ୍ୟ କିଛି ରାଶି ପାଇଁ ଶୁଭ ବିବେଚିତ ହେବ।
ସୂର୍ଯ୍ୟଙ୍କୁ ଅନ୍ୟ ସମସ୍ତ ଗ୍ରହମାନଙ୍କର ରାଜା ବୋଲି କୁହାଯାଏ। ଆଗକୁ ଧନୁ ରାଶିରେ ସୂର୍ଯ୍ୟଙ୍କର ହେବା ଅନ୍ୟ ସମସ୍ତ ରାଶି ପାଇଁ ଗୋଚର ଫଳ ଦେଇ ଶୁଭ ପରିଣାମ ଆଣିଥାଏ ବୋଲି କହାଯାଏ । ତେବେ ଚାଲନ୍ତୁ ଜାଣିବା ଏହି ସମୟରେ କେଉଁ କେଉଁ ରାଶିଙ୍କ ଉପରେ ଭଲ ପ୍ରଭାବ ପଡ଼ିବ।
ଜାଣିବାକୁ ମିଳିଛି ଯେ ମିଥୁନ ରାଶିର ଲୋକଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବାର ବହୁ ସମ୍ଭାବନା ରହିଛି । ଏହି ରାଶିର ଲୋକଙ୍କ ଆର୍ଥିକ ସଂକଟ ଦୂର ହୋଇପାରେ। ସେମାନେ ବେପାରରେ ଭଲ ଲାଭ କରିବେ। କର୍କଟ ରାଶିର ଲୋକ ଏହି ସମୟରେ ମାନସମ୍ମାନ ଅର୍ଜନ କରିବେ। ସମସ୍ତ କାର୍ଯ୍ୟରେ ପିତାମାତାଙ୍କ ସହଯୋଗ ମିଳିବ। ସରକାରୀ ଚାକିରିଆଙ୍କ ପାଇଁ ଏହି ସମୟ ଆହୁରି ଭଲ।
କନ୍ୟା ରାଶିର ଲୋକ ଏହି ସମୟରେ ଜୀବନସାଥୀଙ୍କ ସହ ଭଲ ସମୟ ବିତାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କଠିନ ପରିଶ୍ରମ କଲେ ଆର୍ଥିକ ସ୍ଥିତି ବି ବଦଳିବ। ସେହିପରି ଧନୁ ରାଶିର ଲୋକଙ୍କ ପାଇଁ ବି ଡିସେମ୍ବର ୧୬ ପରଠାରୁ ଭଲ ସମୟ ଆସିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/Horoscopic-result.jpg)