ଫଳଂ ମହାକ୍ରତୂନାଂ ଯତ୍ ତୀର୍ଥାନାଂ ଫଳମୁତ୍ତମମ୍।
ଦାନାନାଂ ତପସାଞ୍ଚୈବ ସାତ୍ତ୍ୱିକାନାଞ୍ଚ ଯତ୍ ଫଳମ୍।ା
ଏକୟା ବିଷ୍ଣୁଭକ୍ତ୍ୟା ତତ୍ସମଗ୍ରଂ ଫଳମଶ୍ନୁତେ।
-ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟମ୍, ୩୬/୫୯-୬୦
ଆଷାଢ଼ ଶୁକ୍ଳ ଏକାଦଶୀ ହେଉଛି ‘ହରିଶୟନ’ ଏକାଦଶୀ। ଏହି ଦିନଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ, ଚାରିମାସ ବ୍ୟାପୀ ଭଗବାନ ହରି ବା ଶ୍ରୀବିଷ୍ଣୁ ଶୟନ କରିଥାନ୍ତି। ଏଣୁ ଏହି ସମୟରେ ସମସ୍ତ ଶୁଭକର୍ମ ନିଷେଧ ହୋଇଥାଏ।
କିନ୍ତୁ ଏହି ଚାରିମାସ ଅଶୁଭ ନୁହେଁ। କାରଣ ଏହି ସମୟ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିବା ନିମନ୍ତେ ଅତି ଉତ୍ତମ। ‘ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ’ରେ ଜୈମିନୀ ଋଷି ମୁନିଗଣଙ୍କୁ କହିଛନ୍ତି- ଏ ଚାରିମାସ ଅତି ପୁଣ୍ୟତମ କାଳ। ବହୁ ବ୍ରତ, ନିୟମ ପାଳନ କରି କାଶୀଧାମରେ ବହୁ ଯୁଗ ବାସ କଲେ ସାଧକକୁ ଯେଉଁ ଫଳ ମିଳେ, ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଏହି ଚାରିମାସ ମଧ୍ୟରୁ ଦିନଟିଏ, ଶ୍ରୀଜଗନ୍ନାଥଙ୍କ ସାନ୍ନିଧ୍ୟରେ ବାସ କଲେ ସେହି ଫଳ ମିଳିଥାଏ। ଏଣୁ ଶ୍ରୁତି ଓ ସ୍ମୃତି ବିହିତ ସମସ୍ତ କାର୍ଯ୍ୟ ପରିତ୍ୟାଗ କରି, ଏହି ସମୟରେ ପବିତ୍ର ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ବାସ କରିବା ଉଚିତ।
ଏହି ପ୍ରସଙ୍ଗରେ, ଉପରୋକ୍ତ ଶ୍ଳୋକରେ କୁହାଯାଇଛି- ସମସ୍ତ ମହାଯଜ୍ଞ, ଅଖିଳତୀର୍ଥ, ସବୁପ୍ରକାରର ଦାନ, ଅନନ୍ତ ତପସ୍ୟା ଏବଂ ଅନ୍ୟାନ୍ୟ ସର୍ବବିଧ ସାତ୍ତ୍ୱିକକ୍ରିୟାରେ ଯେଉଁସବୁ ଫଳ ମିଳେ, କେବଳ ଭଗବାନ ବିଷ୍ଣୁ ବା ଶ୍ରୀଜଗନ୍ନାଥଙ୍କୁ ଭକ୍ତି କରିବାଦ୍ୱାରା ସେହିସବୁ ଫଳ ମିଳିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/6-10.jpg)