ସ୍ୱାସ୍ଥ୍ୟ ସମ୍ବାଦ : କରୋନା ସମୟରେ ମାନସିକ ରୋଗୀମାନଙ୍କର ଯତ୍ନ

ଡାକ୍ତର ସତ୍ୟକାମ ମହାପାତ୍ର

କରୋନା ଭୂତାଣୁ ଗତ ନଅ ମାସ ହେବ ଆମ ଶାରୀରିକ ସ୍ୱାସ୍ଥ୍ୟ ଉପରେ ଅନେକ ଆକ୍ରମଣ କରିଛି। ତାହା ସହିତ ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଆକ୍ରମଣ କରିଛି। ଏହା ଭିତରେ ମାନସିକ ରୋଗୀଙ୍କ ସଂଖ୍ୟା ଅତି ଦ୍ରୁତ ଗତିରେ ବୃଦ୍ଧି ପାଇଛି।

କରୋନା ମହାମାରୀ ପୂର୍ବରୁ ଥିବା ଅନେକ ମାନସିକ ରୋଗୀଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଛି। ଏହାର ଅନେକ କାରଣ ଅଛି। ପ୍ରଥମତଃ ଅନ୍ୟ ସମସ୍ତଙ୍କ ପରି ଏହି ମାନସିକ ରୋଗୀମାନେ ଗତ କିଛି ମାସ ହେବ ଅତ୍ୟଧିକ ମାନସିକ ଚାପଦେଇ ଗତି କରିଛନ୍ତି। ଏହି ଚାପ ଯୋଗୁଁ ପୂର୍ବର ମାନସିକ ସମସ୍ୟାଗୁଡିକ ବୃଦ୍ଧି ପାଇଛି। ଏଙ୍ଗଜାଇଟି ରୋଗରେ ଆକ୍ରାନ୍ତ ରୋଗୀମାନେ ଏହି ସମୟରେ ଅତି କଠିନ ସମୟ ଦେଇ ଗତି କରିଛନ୍ତି। କରୋନା ମହାମାରୀର ବିଭିନ୍ନ କଷ୍ଟଦାୟକ ଖବର, ଭବିଷ୍ୟତର ଅନିଶ୍ଚିତତା, ଟିଭି ଓ ସୋସିଆଲ ମଡିଆରେ କରୋନା ସଂକ୍ରଣର ବିଭିନ୍ନ ବ୍ରେକିଂ ନ୍ୟୁଜ, ନିଜ ପରଚିତ ଲୋକ କରୋନା ଦ୍ବାରା ଆକ୍ରାନ୍ତ ହେବା ବା ତାଙ୍କର ମୃତ୍ୟୁ ଘଟିବା ଆଦି ଖବର ସେମାନଙ୍କ ମନର ଉଦ୍‌ବେଗକୁ ଆହୁରି ବଢାଇ ଦେଇଛି। ଯାହାଫଳରେ ସେମାନଙ୍କର ପୂର୍ବ ଲକ୍ଷଣ ଯେମିତିକି ବ୍ୟସ୍ତତା, ଛାନିଆ, ବିଚଳିତ ଭାବ ଅନେକ ମାତ୍ରାରେ ବୃଦ୍ଧି ପାଇଛି। ପୁରୁଣା ଡିପ୍ରସେନ ରୋଗୀମାନେ ଏହି କଠିନ ସମୟରେ ମାନସିକ ଚାପ ଯୋଗୁଁ ପୁଣିଥରେ ମାନସିକ ଅବସାଦର ବଶର୍ବତ୍ତୀ ହୋଇଛନ୍ତି। ଯାହାଫଳରେ ସେମାନଙ୍କଠାରେ ଆତ୍ମହତ୍ୟାପ୍ରବଣତା ବୃଦ୍ଧି ପାଇଛି। ଯେଉଁମାନେ ଆଗରୁ ଅନିଦ୍ରା ରୋଗରେ ଆକ୍ରାନ୍ତ ଥିଲେ, ଗତ କିଛି ମାସ ମଧ୍ୟରେ ସେମାନଙ୍କର ଜୀବନ ଶୈଳୀରେ ପରିର୍ବତ୍ତନ ଯୋଗୁଁ ଅନିଦ୍ରା ସମସ୍ୟା ପୁର୍ନବାର ଦେଖା ଦେଇଛି। ଗୁରୁତର ମାନସିକ ସମସ୍ୟା ସ୍କିଜୋଫ୍ରନେିଆର ଯେଉଁ ରୋଗୀମାନେ ସାଧାରଣତଃ ଦୀର୍ଘଦିନ ଧରି ଔଷଧ ଖାଇ ଆସୁଥିଲେ, ଲକ୍‌ଡାଉନ ଓ ତାର ପରର୍ବତ୍ତୀ ସମୟରେ ମାନସିକ ରୋଗ ବିଶଷେଜ୍ଞଙ୍କୁ ଠିକ ସମୟରେ ପରାର୍ମଶ ପାଇଁ ଯାଇପାରୁ ନାହାନ୍ତି। ଯାହାଫଳରେ ସେମାନଙ୍କର ଔଷଧ ବନ୍ଦ ହୋଇ ଯାଇଛି। ଯାହାଫଳରେ ସେମାନଙ୍କର ଲକ୍ଷଣକୁଡିକ ପୁନର୍ବାର ଦେଖା ଦେଉଛି।

ଏହି କଷ୍ଟକର ସମୟରେ ସମସ୍ତ ମାନସିକ ରୋଗୀମାନେ ନିଜ ମାନସିକ ସ୍ବାସ୍ଥ୍ୟ ନେଇ ସାବଧାନ ରହିବା ଉଚିତ। ମାନସିକ ରୋଗୀଙ୍କର ପରିବାରର ସଦସ୍ୟମାନେ ମଧ୍ୟ ନିଜ ରୋଗୀଙ୍କର ସ୍ବତନ୍ତ୍ର ଯତ୍ନ ନେବା ଉଚିତ। ପ୍ରଥମତଃ ପୁରୁଣା ରୋଗୀମାନଙ୍କର ଔଷଧର ଉପଲବ୍ଧତାକୁ ଦେଖନ୍ତୁ। ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ନେଇ ରୋଗୀକୁ ପରର୍ମଶ କରାନ୍ତୁ। ଯଦି ରୋଗୀ ଯାଇ ପାରୁ ନାହିଁ, ତେବେ ପରିବାର ସଦସ୍ୟମାନେ ପୁରୁଣା ପ୍ରସେକ୍ରିପସନ ନେଇ ଡାକ୍ତରଙ୍କୁ ପରାର୍ମଶ କରି ରୋଗୀ ପାଇଁ ଔଷଧ ନେଇ ଆସନ୍ତୁ। ଯଦି ଏହି ସମୟ ମଧ୍ୟରେ ରୋଗୀର ପୁରୁଣା ଲକ୍ଷଣ ବୃଦ୍ଧି ପାଇଛି, ତେବେ ରୋଗୀକୁ ନେଇ ଡାକ୍ତରଙ୍କୁ ପରାମର୍ଶ କରିବା ଆହୁରି ଭଲ। କୌଣସି ବି ପରିସ୍ଥିତିରେ ଯଦି ଆପଣ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ଯାଇ ପାରୁ ନାହାନ୍ତି, ତେବେ ଅନଲାଇନରେ ମଧ୍ୟ ଡାକ୍ତରଙ୍କ ପରାର୍ମଶ ନିଅନ୍ତୁ। ମାନସିକ ରୋଗୀମାନେ ମାନସିକ ଚାପ ଠାରୁ ଦୂରେଇ ରୁହନ୍ତୁ। କାରଣ ଏହା ଆପଣଙ୍କର ମାନସିକ ସମସ୍ୟା ବୃଦ୍ଧି କରିଥାଏ। କରୋନା ସଂପର୍କୀତ ଖବର ଠାରୁ ନିଜକୁ ଦୂରେଇ ରଖନ୍ତୁ। ନିଜର ମାନସିକ ସ୍ଥିରତା ବଜାୟ ରଖନ୍ତୁ। ଜୀବନର ଏହି କଠିନ ସମୟରେ ନିଜ ମନରୁ ହତାଶଭାବ ଦୂର କରନ୍ତୁ। ମନରେ ସକାରାତ୍ମକ ମନୋଭାବ ବୃଦ୍ଧି କରନ୍ତୁ।

ସମସ୍ତ ନିଶା ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ। କାରଣ ନିଶା ସବେନ ଦ୍ବାରା ପୁରୁଣା ମାନସିକ ସମସ୍ୟା ବୃଦ୍ଧି ପାଇଥାଏ। ପ୍ରତିଦିନ କିଛି ଶାରୀରିକ ପରିଶ୍ରମ କରନ୍ତୁ। ନିୟମିତ ବ୍ୟାୟାମ ଓ ଯୋଗ କରନ୍ତୁ। ମାନସିକ ରୋଗୀଙ୍କ ପରିବାରର ସଦସ୍ୟମାନଙ୍କର ଏହି କଠିନ ସମୟରେ ଦାୟିତ୍ବ ଅଧିକ ରହିଛି। ସେମାନେ ରୋଗୀମାନଙ୍କୁ ସାହସ ଦିଅନ୍ତୁ। ମନୋବଳ ବୃଦ୍ଧି କରନ୍ତୁ।

ଦରକାର ପଡିଲେ ନିଜର ମାନସିକ ରୋଗ ବିଶେଷଜ୍ଞଙ୍କ ସହ ଫୋନରେ କଥା ହୋଇ ରୋଗୀର ଅବସ୍ଥା ସଂପର୍କରେ ପରାର୍ମଶ ନିଅନ୍ତୁ। ଆପଣ ନିଜର ମନକୁ ଦୃଢ ଓ ସ୍ଥିର ରଖନ୍ତୁ ଏବଂ ରୋଗୀର ମନକୁ ମଧ୍ୟ ଦୃଢ କରାନ୍ତୁ।

ମାନସିକ ରୋଗ ବିଶେଷଜ୍ଞ

ସମ୍ବନ୍ଧିତ ଖବର