ସ୍ୱାସ୍ଥ୍ୟ ସମ୍ବାଦ : ଆସନ୍ତୁ ଆମ ସ˚ଖ୍ୟାକୁ ଜାଣିବା

ଡାକ୍ତର ଦୀପକ ର˚ଜନ ଦାସ

ବି˚ଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରୁ ସମଗ୍ର ପୃଥିବୀର ବିଭିନ୍ନ ଦେଶରେ ହୃଦ୍‌ରୋଗର ସ˚ଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଲା। ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ ସମୟର କେତୋଟି ସାମାଜିକ ପ୍ରକ୍ରିୟା ସାରା ବିଶ୍ବକୁ କବଳିତ କରିବାକୁ ଆରମ୍ଭ କରିଥିଲା। ତା’ ମଧ୍ୟରେ ସହରୀକରଣ, ଔଦ୍ୟୋଗିକ କ୍ରାନ୍ତି, କୃଷି ଓ ପଶୁପାଳନ ଉପରେ ନିର୍ଭରଶୀଳତା ହ୍ରାସ ସାମଗ୍ରିକ ଭାବେ ମଣିଷର ଜୀବନଶୈଳୀରେ ଅନେକଗୁଡ଼ିଏ ମୌଳିକ ପରିବର୍ତ୍ତନ ସୃଷ୍ଟି କଲା। ପ୍ରତ୍ୟେକ ଦେଶ ଅନ୍ୟମାନଙ୍କ ସହିତ ପ୍ରତିଯୋଗିତାମୂଳକ ମନୋଭାବ ନେଇ ଏହି ପରିବର୍ତ୍ତନଗୁଡ଼ିକୁ ଅଧିକରୁ ଅଧିକ ଆପଣାଇବାକୁ ଲାଗିଲେ। ଫଳସ୍ବରୂପ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ସ୍ବାସ୍ଥ୍ୟ ସମସ୍ୟା ଯାହାକି ଅତୀତରେ ସୀମିତ ପରିମାଣରେ ପରିଲକ୍ଷିତ ହେଉଥିଲା। ତାହା ବହୁଳ ଭାବରେ ସବୁ ଦେଶମାନଙ୍କରେ ନଜରକୁ ଆସିଲା। ଯେହେତୁ ହୃଦ୍‌ଘାତରେ ମୃତ୍ୟୃସ˚ଖ୍ୟା ସାରା ପୃଥିବୀରେ ଅଧିକ ସ˚ଖ୍ୟାରେ ନଜରକୁ ଆସିଲା ଏବ˚ ଅପେକ୍ଷାକୃତ କମ୍‌ ବୟସରେ ଲୋକମାନେ ଏଭଳି ଘାତକ ରୋଗର ସମ୍ମୁଖୀନ ହେଲେ, ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ଓ ଅନ୍ୟ ପ୍ରଭାବଶାଳୀ ସ୍ବାସ୍ଥ୍ୟ ସମ୍ପର୍କିତ ସ˚ସ୍ଥାମାନେ ଏହାର ସଫଳ ମୁକାବିଲା ପାଇଁ ଆର୍ନ୍ତଜାତିକସ୍ତରରେ ବିଚାର ଓ ପରାମର୍ଶ କଲେ। ଦୀର୍ଘଦିନର ଗବେଷଣାରୁ ଏହା ସ୍ପଷ୍ଟ ଭାବେ ଜଣାପଡ଼ିଲା ଯେ, ସଫଳ ଚିକିତ୍ସା ଦ୍ବାରା ଏହି ସମସ୍ୟାକୁ ସାମ୍ନା କରିବା ସମ୍ଭବପର ନୁହେଁ। କେବଳ ସମନ୍ବିତ, ସାର୍ବତ୍ରିକ ଓ ନିରନ୍ତର ଜନ ସଚେତନତା ଅଭିଯାନ ଦ୍ବାରା ହିଁ ସମାଜର ପ୍ରତ୍ୟେକସ୍ତରରେ ଲୋକମାନଙ୍କ ମନରେ ସଚେତନତା ସୃଷ୍ଟି ହୋଇପାରିଲେ ଏହି ଭୟଙ୍କର ସ୍ବାସ୍ଥ୍ୟ ସମସ୍ୟାକୁ ସାମ୍ନା କରାଯାଇପାରିବ। ତେଣୁ ୨୦୦୦ ମସିହା ପରଠାରୁ ବିଗତ ଦୁଇ ଦଶନ୍ଧି ମଧ୍ୟରେ ପୃଥିବୀର ବିଭିନ୍ନ ଆଗଧାଡ଼ିର ସ୍ବାସ୍ଥ୍ୟ ସ˚ଗଠନମାନେ ଅନେକଗୁଡ଼ିଏ ଆକର୍ଷକ ନାରା ବା ଘୋଷଣାକୁ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଓ ପ୍ରଚଳିତ କରାଇ ସାଧାରଣ ଜନତାଙ୍କ ମନରେ ଲୋକପ୍ରିୟ କରିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ତା’ ମଧ୍ୟରେ ‘ନୋ ଇୟୋର ନମ୍ବର’ ବା ‘ନିଜର ସ˚ଖ୍ୟାକୁ ଜାଣନ୍ତୁ’ ଏକ ସଫଳ ନାରା ଭାବେ ପ୍ରତିପାଦିତ ହେବାରେ ଲାଗିଛି।

ପ୍ରତ୍ୟେକ ଲୋକ ନିଜର ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ହେବା ପାଇଁ ଅତିକମ୍‌ରେ ଚାରୋଟି ସ˚ଖ୍ୟା ବିଷୟରେ ସଚେତନ ହୋଇପାରିବ। ଏହି ଚାରୋଟି ସ˚ଖ୍ୟା ହେଉଛି ଆମ ରକ୍ତ ଶର୍କରା, ରକ୍ତଚାପ, କୋଲେଷ୍ଟୋରେଲ ଓ ଶରୀରର ଓଜନ। ଅନେକ ସମୟରେ ଦେଖାଯାଇଥାଏ, ଜଣେ ବ୍ୟକ୍ତି ଗୁରୁତର ଭାବେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲାବେଳକୁ ଜଣାପଡ଼େ ଯେ, ତାଙ୍କର ଏହି ସମସ୍ୟାଗୁଡ଼ିକ ଭୟଙ୍କର ଭାବେ ବର୍ଦ୍ଧିତ ସ୍ତରରେ ଅଛି ଏବ˚ ସେ ଆଗରୁ ଏହି ବିଷୟରେ ସ˚ପୂର୍ଣ୍ଣ ଅବଗତ ନଥିଲେ। ତାହାର କାରଣ ହେଉଛି ତାଙ୍କୁ ବିଶେଷ କିଛି ଶାରୀରିକ ଅସୁବିଧା ହୋଇ ନ ଥିବା କାରଣରୁ ସେ କେବେ ନିଜର ରକ୍ତ ପରୀକ୍ଷା କରି ନ ଥାଇ ପାରନ୍ତି କିମ୍ବା ରକ୍ତଚାପ ବା ଓଜନ ମଧ୍ୟ ମାପି ନ ଥିବେ। ଯଦି ସେହି ବ୍ୟକ୍ତିଜଣଙ୍କ ଆଗରୁ କେବେ ନିଜର ଏହି ସ˚ଖ୍ୟାଗୁଡ଼ିକୁ ଜାଣିବା ପାଇଁ ଉଦ୍ୟମ କରିଥାତେ, ତେବେ କୌଣସି ସ˚ଖ୍ୟାରେ ବ୍ୟତିକ୍ରମ ଲକ୍ଷ୍ୟ କରିବା ଫଳରେ ହୁଏତ ଡାକ୍ତରଙ୍କୁ ପରାମର୍ଶ କରିପାରିଥାନ୍ତେ। ଏବ˚ ସମୟ ଥାଉଥାଉ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇପାରିଥାନ୍ତା। ଏହିଭଳି ଛୋଟିଆ ପଦକ୍ଷେପଟିଏ ହୁଏତ ପ୍ରାଣନାଶକାରୀ ହୃଦ୍‌ଘାତ ବା ମସ୍ତିଷ୍କାଘାତ ଭଳି ଅଘଟଣକୁ ଏଡ଼ାଇବା ପାଇଁ ସହାୟକ ହୋଇପାରନ୍ତା।

ରକ୍ତ ଶର୍କରାର ମୁଖ୍ୟତଃ ତିନୋଟି ତଥ୍ୟ ସାମଗ୍ରିକ ଭାବେ ଉପାଦେୟ। ଖାଲିପେଟରେ, ଖାଇବା ପରେ ଏବ˚ ଗ୍ଲାଇକୋସିଲେଟ୍‌ ହିମୋଗ୍ଲୋବିନ୍‌। ତେବେ ସବୁଜାଗାରେ ତୃତୀୟ ପରୀକ୍ଷା କରିବାର ସୁବିଧା ଉପଲବ୍ଧ ହୋଇ ନପାରେ। କିନ୍ତୁ ଆଜିକାଲି ପ୍ରତି ବ୍ଲକ୍‌ସ୍ତରରେ ରକ୍ତଶର୍କରା ମାପିବାର ସୁବିଧା ଉପଲବ୍ଧ ହେଲାଣି। ଆମର ଖାଲିପେଟରେ ଶର୍କରାର ମାତ୍ରା ୧୧୦ ମିଲିଗ୍ରାମ୍‌ରୁ କମ୍‌ ରହିବା ଉଚିତ୍‌ ଏବ˚ କୌଣସି ପରିସ୍ଥିତିରେ ମଧ୍ୟ ୧୨୬ରୁ ଅଧିକ ହେବା ଅନୁଚିତ୍‌। ସେହିଭଳି ଖାଦ୍ୟ ଖାଇବାର ଦୁଇଘଣ୍ଟା ପରେ ତାହାର ମାତ୍ରା ୧୪୦ରୁ କମ୍‌ ରହିବା ଉଚିତ୍‌ ଏବ˚ କୌଣସି ପରିସ୍ଥିତିରେ ୨୦୦ରୁ ଅଧିକ ହେବା ଅନୁଚିତ୍‌। ରକ୍ତଚାପ ମାପିବା ପାଇଁ ପ୍ରତ୍ୟେକ ଲୋକ ୩୦ ବର୍ଷ ବୟସ ପରେ ମଝିରେମଝିରେ ଡାକ୍ତରଙ୍କୁ ଦେଖା କରିପାରନ୍ତି। କିମ୍ବା ନିଜେ ଘରେ ଡିଜିଟାଲ ମେସିନ୍‌ ରଖି ମାପି ପାରନ୍ତି। ଯେକୌଣସି ପରିସ୍ଥିତିରେ ଆପଣଙ୍କ ରକ୍ତଚାପ ୧୩୦/୮୫ରୁ କମ୍‌ ରହିବା ଭଲ। ବାରମ୍ବାର ଯଦି ଆପଣଙ୍କର ରକ୍ତଚାପ ୧୪୦/୯୦ରୁ ଅଧିକ ଦର୍ଶାଉଛି, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରି ଜୀବନଶୈଳୀର ପରିବର୍ତ୍ତନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ। ପ୍ରାଥମିକ ଅବସ୍ଥାରେ ଆମେମାନେ ଏହି ବ୍ୟତିକ୍ରମଗୁଡ଼ିକୁ ସହଜରେ ଜାଣିପାରିବା ଏବ˚ ସମୟ ଥାଉ ସତର୍କ ହେଲେ, ପରବର୍ତ୍ତୀ ସମୟରେ ଅଧିକ ବିପଜ୍ଜନକ ସ୍ବାସ୍ଥ୍ୟ ସମସ୍ୟାକୁ ଏଡ଼ାଇବା ପାଇଁ ସଫଳ ହୋଇପାରିବା। ଆମ ରକ୍ତରେ କୋଲେଷ୍ଟୋରେଲର ମାତ୍ରା ଦୁଇଟି ଅଙ୍କ ଦ୍ବାରା ନିର୍ଧାରଣ କରାଯାଇପାରେ। ମୋଟ କୋଲେଷ୍ଟୋରେଲର ପରିମାଣ ୨୦୦ରୁ ଅଧିକ ହେବା କିମ୍ବା ଏଲ୍‌ଡିଏଲ୍‌ କୋଲେଷ୍ଟୋରେଲର ମାତ୍ରା ୧୦୦ରୁ ଅଧିକ ହେବା କୌଣସି ପରିସ୍ଥିତିରେ ଭଲ ନୁହେଁ। ତେବେ ଅନ୍ୟ ରୋଗ ଯଥା; ମଧୁମେହ ବା ହୃଦ୍‌ରୋଗ ଥିଲେ, ଏହାର ମାତ୍ରା ଯଥେଷ୍ଟ କମ୍‌ ରଖିବା ଜରୁରୀ ହୋଇଥାଏ। ପରିଶେଷରେ ପ୍ରତ୍ୟେକ ବ୍ୟକ୍ତି ତାଙ୍କ ନିଜ ଶରୀରର ଓଜନ ସମ୍ବନ୍ଧରେ ସଚେତନ ହେବା ଆବଶ୍ୟକ। ସେଥିପାଇଁ ସେ ନିଜର ବିଏମ୍‌ଆଇ ମାପ କରିପାରିବେ। କେବଳ ନିଜର ଉଚ୍ଚତା ମିଟରରେ ମାପିଲେ ଏବ˚ ଓଜନ କିଲୋଗ୍ରାମରେ ମାପିଲେ ଆମେ ସୁରୁଖୁରୁରେ ଏହାକୁ ମାପି ଦେଇ ପାରିବା। ସବୁଲୋକ ନିଜର ବିଏମ୍‌ଆଇ ସ˚ଖ୍ୟାକୁ ୨୫ରୁ କମ୍‌ରେ ରଖିବା ପାଇଁ ସର୍ବଦା ଚେଷ୍ଟା କରିବା ଉଚିତ୍‌। ୨୫ରୁ ୩୦ ମଧ୍ୟରେ ରହିଥିବା ସମୟରେ ଖାଦ୍ୟପେୟରେ ମିତବ୍ୟୟିତା ଏବ˚ ଶାରୀରିକ ପରିଶ୍ରମ ଦ୍ବରା ଆମେ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସକ୍ରିୟ ପ୍ରଚେଷ୍ଟା କରିପାରିବା ଅଥବା ଡାକ୍ତରଙ୍କ ପରାମର୍ଶ ନେଇପାରିବା। କିନ୍ତୁ ୩୦ରୁ ଅଧିକ ହେବାମାତ୍ରେ ସତର୍କ ଘଣ୍ଟି ବାଜିଗଲାଣି ବୋଲି ଜାଣିରଖିବା ଉଚିତ୍‌। ସଚେତନ ନାଗରିକ ହିଁ ସୁସ୍ଥ ନାଗରିକ ହେବା ପାଇଁ ଯୋଗ୍ୟ।

ଆସିଷ୍ଟାଣ୍ଟ୍ ପ୍ରଫେସର, ହୃଦ୍‌ରୋଗ ବିଭାଗ
ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ

ସମ୍ବନ୍ଧିତ ଖବର