ନୂତନ ବର୍ଷ ଆଗମନରେ କୋଭିଡ୍-୧୯ ମହାମାରୀର ବିଭୀଷିକାରୁ ବଞ୍ଚିବା ପାଇଁ କୋଭିଡ୍-୧୯ ଟିକାକରଣ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କୋଭିଡ୍-୧୯ ଟିକାକରଣ ସରକାର, ଗବେଷକ, ଚିକିତ୍ସକମାନଙ୍କର ମିଳିତ ଉଦ୍ୟମର ପ୍ରତିଫଳନ। କୋଭିଡ ଟିକା ନୂତନବର୍ଷ ପଦାର୍ପଣରେ ନୂଆ ଆଲୋକ ସଞ୍ଚାର କରିଛି। କିନ୍ତୁ ଏଥିସହିତ ଜଡ଼ିତ କେତେକ ପ୍ରଶ୍ନ ଏବ˚ ସନ୍ଦେହ ଲୋକଙ୍କ ମନରେ କୌତୁହଳ ସୃଷ୍ଟି କରୁଅଛି।
ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ଅନୁସାରେ ସମଗ୍ର ବିଶ୍ବରେ ବର୍ତ୍ତମାନ ୧୭୨ ଟିକା ପ୍ରି-କ୍ଲିନିକାଲ ଏବ˚ ୬୦ ଟିକା କ୍ଲିନିକାଲ୍ରେ ଉପଲବ୍ଧ ଅଛି। କୋଭିସିଲ୍ଡ ଟିକା ପରୀକ୍ଷାର ସମସ୍ତ ଚରଣ ପୂରଣ କରି ପ୍ରୟୋଗ ନିମନ୍ତେ ଉପଲବ୍ଧ ଏବ˚ ଅନୁମୋଦିତ ହୋଇଛି। କୋଭାକ୍ସିନ୍ ଟିକା କ୍ଲିନିକାଲ ପ୍ରୟୋଗର ଅନ୍ତିମ ଚରଣ ଦେଇ ଗତିକରୁଛି ଏବ˚ ଜରୁରୀକାଳୀନ ପ୍ରୟୋଗ ପାଇଁ ଅନୁମୋଦିତ ହୋଇଛି। ଏତଦ୍ବ୍ୟତୀତ ଅନ୍ୟ ତିନୋଟି ଟିକା ଭାରତରେ କ୍ଲିନିକାଲ ପ୍ରୟୋଗର ପ୍ରଥମ, ଦ୍ବିତୀୟ ଓ ତୃତୀୟ ଚରଣ ଦେଇ ଗତି କରୁଛି ଓ ଅନୁମୋଦନ ପାଇଁ ଅପେକ୍ଷାରେ ଅଛି। ସେଗୁଡ଼ିକ ହେଲା ୨୦ କୋଭିଡ୍ (ତୃତୀୟ ଚରଣ), ସ୍ପୁଟିନିକ୍ (ଦ୍ବିତୀୟ ଚରଣ) ଏବ˚ ବାୟୋଲୋଜିକାଲ ଇ-ନୋଭେଲ କୋଭିଡ୍ ଟିକା (ଦ୍ବିତୀୟ ଚରଣ)।
ବର୍ତ୍ତମାନ ଉପଲବ୍ଧ ବିଭିନ୍ନ ଧରଣର କୋଭିଡ୍-୧୯ ଟିକାଗୁଡ଼ିକୁ ତାଙ୍କର ପ୍ରସ୍ତୁତି ପ୍ରଣାଳୀ ମାଧ୍ୟମରେ ମୁଖ୍ୟତଃ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି। ପ୍ରୋଟିନ୍ ଆଧାରିତ, ଜିନ୍ ଆଧାରିତ ଏବ˚ ମିଳିତ ପ୍ରୋଟିନ୍ ଓ ଜିନ୍ ଆଧାରିତ। ପ୍ରୋଟିନ୍ ଆଧାରିତ ଟିକାରେ ଭୂତାଣୁର ପ୍ରୋଟିନ୍ ଅ˚ଶ ଜୀବାଣୁ ବା ସ୍ତନ୍ୟପାୟୀ ପ୍ରାଣୀର କୋଷ ମଧ୍ୟରେ ପ୍ରସ୍ତୁତ କରି ଟିକା ମାଧ୍ୟମରେ ଶରୀରରେ ପ୍ରବେଶ କରାଯାଏ ଏବ˚ ଶରୀର ମଧ୍ୟରେ ନୂତନ ରୋଗ ପ୍ରତିରୋଧକ ଶକ୍ତି ତିଆରି କରାଯାଏ। ଜିନ୍ ଆଧାରିତ ଟିକାରେ ଭୂତାଣୁର ଡିଏନ୍ଏ, ଆର୍ଏନ୍ଏ ଖଣ୍ତ ବୈଜ୍ଞାନିକ ପଦ୍ଧତିରେ ପରିବର୍ତ୍ତନ କରି ଶରୀର ମଧ୍ୟରେ ଟିକା ମାଧ୍ୟମରେ ଦିଆଯାଇ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରାଯାଏ। ମିଳିତ ପ୍ରୋଟିନ୍ ଓ ଜିନ୍ ଆଧାରିତ ଟିକାରେ ଭୂତାଣୁକୁ ବୈଜ୍ଞାନିକ ପଦ୍ଧତିରେ ନିଷ୍କ୍ରିୟ କରାଯାଇ କେବଳ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବା ପାଇଁ ବ୍ୟବହାର କରାଯାଏ।
ଅନେକ ସମୟରେ ଏହି ପ୍ରଶ୍ନ ଉଙ୍କି ମାରୁଛି କି ଟିକାକରଣର କ’ଣ ପାର୍ଶ୍ବ ପ୍ରତିକ୍ରିୟା ହୋଇପାରେ? ବହୁ ସମୟରେ ଏକ ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ଟିକା ପ୍ରଦାନ ପରେ ଦେଖାଯାଏ। ଯାହାକୁ ଆଣ୍ଟିବଡ଼ି ପର୍ଯ୍ୟବେଶିତ ରୋଗ ବୃଦ୍ଧି କୁହାଯାଏ। କିନ୍ତୁ କୋଭିଡ୍-୧୯ ଟିକା ନେଲାପରେ ଏପରି କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖା ନଯାଉ, ସେଥିପାଇଁ ଗବେଷକମାନେ ସମସ୍ତ ଦିଗ ପ୍ରତି ସଚେତନ ହେଉଛନ୍ତି। ଭାରତ ସରକାରଙ୍କ ବିଭିନ୍ନ ସ˚ସ୍ଥା ଯଥା ଆଇସିଏମ୍ଆର୍ ଉନ୍ନତ ମାନର ପରୀକ୍ଷାଗାର, ବୈଜ୍ଞାନିକ ଏବ˚ ଉଚ୍ଚ ପଶିକ୍ଷିତ ବୈଜ୍ଞାନିକମାନେ କୋଭିଡ ଟିକାର ସମସ୍ତ ଉପାଦେୟ ଏବ˚ ପାର୍ଶ୍ବପ୍ରତିକ୍ରିୟା ଉପରେ ଗଭୀର ଅଧ୍ୟୟନ ଏବ˚ ଅନୁଧ୍ୟାନ କରୁଛନ୍ତି। ତେଣୁ କୌଣସି ଅପପ୍ରଚାର କିମ୍ବା ଭୁଲ୍ ତଥ୍ୟକୁ ବିଶ୍ବାସ କରି ମନରେ ଭ୍ରାନ୍ତ ଧାରଣା ଗଢ଼ିବା ଅନୁଚିତ୍।
ଟିକାକରଣ ର୍ହି ବର୍ତ୍ତମାନ କୋଭିଡ୍-୧୯ଠୁ ସୁରକ୍ଷିତ ରହିବାର ସର୍ବୋତ୍ତମ ଉପାୟ। ଟିକାକରଣର ମୂଳଊକ୍ଷ୍ୟ ଆଜୀବନ ବା ଦୀର୍ଘ ସମୟ ପାଇଁ ସୁରକ୍ଷା। କିନ୍ତୁ ଟିକାର ସକ୍ଷମତା ଏବ˚ ଉପଲବ୍ଧତା ଟିକାର ଉପାଦାନଗୁଡ଼ିକର ଅନୁପାତ ଉପରେ ନିର୍ଭରଶୀଳ। ଯାହାକି ଦୀର୍ଘ ସମୟ ପରେ ହ୍ରାସ ପାଇଥାଏ। ଏହି ଜନିତ ତଥ୍ୟ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପରେ ପରୀକ୍ଷିତ ନୁହେଁ। କାରଣ କୋଭିଡ୍-୧୯ ଏକ ନୂତନ ପ୍ରକାର ରୋଗ। ବର୍ତ୍ତମାନ ମଧ୍ୟ ବିନା ଲକ୍ଷଣ ଥିବା କରୋନା ସ˚କ୍ରମିତ ରୋଗୀ ଅଛନ୍ତି, ଯାହାକି ଆମ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ବଡ଼ ସମସ୍ୟା। ଟିକାକରଣ ଦ୍ବାରା ଆମେ ଏହି ପ୍ରକାର ଲକ୍ଷଣ ଥିବା ବା ବିନା ଲକ୍ଷଣ ଥିବା କୋଭିଡ୍-୧୯ରୁ ନିଜକୁ ସୁରକ୍ଷିତ ରଖିପାରିବା ଏବ˚ ଟିକାକରଣ ଦ୍ବାରା ସାମାଜିକ ରୋଗ ପ୍ରତିରୋଧକ ଶକ୍ତି ବା ହର୍ଡ ଇମ୍ୟୁନିଟି ସୃଷ୍ଟି କରାଯାଇପାରିବ। ଆମେମାନେ ଭାରତରେ ପ୍ରସ୍ତୁତ ହୋଇଥିବା କୋଭାକ୍ସିନ୍ ଟିକାକୁ ନେଇ ଗର୍ବିତ ହେବା କଥା ଏବ˚ ଏହାର ଗୁଣାତ୍ମକ ମାନ ଉପରେ ବିଶ୍ବାସ ରଖିବା କଥା। ଏହାପରେ ମଧ୍ୟ ସମୟକ୍ରମେ ଏହା ଅଧିକ ପ୍ରାମାଣିକ ହେବ। ମିଳିତ ଉଦ୍ୟମ ଏବ˚ ଟିକାକରଣରେ ଭାଗିଦାରୀ ହୋଇ କୋଭିଡ୍-୧୯ ଟିକାକରଣ ଯୋଜନାକୁ ସଫଳ କରାଯାଇପାରିବ।
ଅର୍ଥୋଡଣ୍ଟିକ୍ସ ଓ ଡେଣ୍ଟୋଫେସିଆଲ ଅର୍ଥୋପେଡିକ୍ସ ବିଭାଗୀୟ ମୁଖ୍ୟ,
ଏସ୍ସିବି ଡେଣ୍ଟାଲ କଲେଜ ଓ ହସ୍ପିଟାଲ