ଝାଳର ଦୁର୍ଗନ୍ଧରେ ଅତିଷ୍ଠ କି , ଆପଣାନ୍ତୁ ଏହି ଉପାୟ 

ଭାରତ ଏକ ଗ୍ରୀଷ୍ମ ପ୍ରଧାନ ଦେଶ। ଏଠି ବର୍ଷକର ଆଠ ମାସ ଗରମ ଅନୂଭୂତ ହୁଏ। ଏହି ସମୟରେ ଶରୀରୁ ଝାଳ ବହେ। ବେଳେବେଳେ ଝାଳର ଦୁର୍ଗନ୍ଧକୁ ନେଇ ଆପଣ ଅତିଷ୍ଠ ହୋଇ ପଡନ୍ତି। ଏହାର ଅନେକ କାରଣ ରହିଛି। ଯେମିତିକି ମାନସିକ ଚାପ, ଆହାର-ବିହାର ଓ ଅନୁବାଂଶିକ ହରମୋନ୍‌ ଅସନ୍ତୁଳନ ଆଦି କାରଣ ରହିଛି।

ତେବେ ଯଦି ଝାଳର ଦୁର୍ଗନ୍ଧରେ ଅତିଷ୍ଠ ହୋଇଛନ୍ତି  ଓ ସେଥିରୁ ଯଦି ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ନିମ୍ନ ଉପାୟଗୁଡିକୁ ଆପଣାଇ ପାରନ୍ତି।

ଶରୀରର ଯେଉଁ ଅଙ୍ଗରେ ଝାଳ ଅଧିକ ବହେ, ସେଠାରେ ଆଳୁ କାଟି ସେଥିରୁ ଖଣ୍ଡେ ଘଷିଲେ, ଝାଳର ଦୁର୍ଗନ୍ଧରୁ ଆପଣ ରକ୍ଷା ପାଇପାରିବେ।

ସ୍ନାନ ସମୟରେ ପାଣିରେ ଅଧା ଘଣ୍ଟା ପୂର୍ବରୁ ଫିଟିକିରି ଓ ପୋଦିନା ପତ୍ର ମିଶାଇ ରଖନ୍ତୁ। ସେହି ଜଳରେ ସ୍ନାନ କରିଲେ ଶରୀରରେ ଥିବା ଝାଳ ଜନିତ ଦୁର୍ଗନ୍ଧ ସମସ୍ୟା ଦୂରୀଭୂତ ହୋଇଥାଏ।

ଆପଣ ଗାଧୋଇବା ବେଳେ ଜଳରେ ଅତର ଓ ଗୋଲାପ ଜଳ ମିଶାଇ ସ୍ନାନ କରିଲେ ମଧ୍ୟ ସମାନ ଉପକାର ପାଇପାରିବ।

ଶରୀରର ଯେଉଁ ଅଙ୍ଗରେ ପ୍ରଚୁର ଝାଳ ବାହାରୁଛି, ସେଠାରେ ବରଫ ଘଷନ୍ତୁ। ଦେଖିବେ ଆଉ ସ୍ୱେଦ ବାହାରିବ ନାହିଁ।

photo-style craze

ଝାଳର ଦୁର୍ଗନ୍ଧରୁ ରୋକିବା ଲାଗି ଆପଣ ବେକିଂ ସୋଢାର ସହାୟତା ବି ନେଇପାରିବେ। ପାଣି ଓ ଲେମ୍ବୁ ରସକୁ ମିଶାଇ ସେଥିରେ ବେକିଂ ସୋଢା ସହିତ ପେଷ୍ଟ୍‍ ତିଆରି କରନ୍ତୁ। ଏହାକୁ  କାଖ ତଳେ ୧୦ ମିନିଟ୍‌ ଯାଏଁ ରଖନ୍ତୁ। ତା’ପରେ ତାକୁ ସଫା ପାଣିରେ ଧୋଇ ଦିଅନ୍ତୁ।

 

ସମ୍ବନ୍ଧିତ ଖବର