ସକାଳ ଜଳଖିଆ ପରେ ମିଠା ଖାଇବା ଭଲ , ମିଳିବ ଏହିସବୁ ଫାଇଦା!

ଭୋଜନପରେ ମିଠା ଖାଇବାର ପରଂପରା ବେଶ୍‌ ପୁରୁଣା। ଆମେ ଖାଦ୍ୟଗ୍ରହଣ ପରେ ମିଠା ଖାଇବାକୁ ମଧ୍ୟ ପସନ୍ଦ କରିଥାଉ। ରେସ୍ତୁରାଁରେ ବି ଏଥିପାଇଁ ଖାଦ୍ୟ ଶେଷରେ ମିଠା ଦିଆଯାଇଥାଏ।
ଆୟୁର୍ବେଦରେ ସକାଳ ଜଳଖିଆରେ ମଧ୍ୟ ମିଠା ଖାଇବାର ପରାମର୍ଶ ଦିଆଯାଇଛିି। ତାହା ଅନୁଯାୟୀ ପ୍ରାତଃ ଭୋଜନରେ ମିଠା ସେବନ କରିଲେ ଶରୀରରେ ତାତ୍‌କ୍ଷଣିକ ଶକ୍ତି ମିଳିଥାଏ ଓ ସେହି କାରଣରୁ ଗ୍ଲୁକୋଜ୍‌ର ରିଲିଜ୍‌ ହେବାର ଗତି ମଧ୍ୟ ଧିମା ହୋଇଥାଏ। ସକାଳ ଜଳଖିଆ ପରେ ମିଠା ଖାଇଲେ ଦିନ ସାରା ଶରୀର ଖୁବ୍‌ କ୍ରିୟାଶୀଳ ହୋଇ ରହିଥାଏ।
ଏହା ଛଡ଼ା ମିଠା ଖାଇଲେ ଆପଣ ଅନେକ ସମୟ ଯାଏଁ ସନ୍ତୁଷ୍ଟ ରହିବେ। ଅର୍ଥାତ୍‌ ଆପଣଙ୍କୁ ବେଶି ସମୟ ଯାଏଁ ଖାଇବାର ଲୋଭ ରହିବ ନାହିଁ। ତା’ ନ ହେଲେ ବାରମ୍ବାର ଖାଇବାର ଇଛା ହେବ ଓ ପରିମାଣସ୍ୱରୂପ ଶରୀରର ଓଜନ ମଧ୍ୟ ବୃଦ୍ଧି ପାଇବ।


ସକାଳର ଜଳଖିଆ ଅଧିକ ପରିମାଣର ହେଲେ ଶରୀର ପାଇଁ ଭଲ। ଏହାପରେ ଆପଣ ମିଠା ଭାବେ ପଇଡ ପାଣି,ଉଟ୍‌ସ,ମହୁ,ମହୁ ଆଦି ସେବନ କରିବା ଭଲ। ଏପରିକି ମଝିରେ ମଝିରେ ଛେନାରୁ ପ୍ରସ୍ତୁତ ମିଠା,ଲଡୁ ଆଦି ମଧ୍ୟ ସେବନ କରିଲେ ,ତାହା ଶରୀର ପାଇଁ ଉପାଦେୟ।

ସମ୍ବନ୍ଧିତ ଖବର