ହୃଦଘାତ ହେବାର ମାସକ ପୂର୍ବରୁ ଶରୀରରେ ଦେଖା ଦେଇଥାଏ ଏଭଳି ସଙ୍କେତ!

ନୂଆଦିଲ୍ଲୀ: ଆଜିକାଲି ପରିବର୍ତ୍ତିତ ଜୀବନଶୈଳୀ ଓ ଖାଇବା ଅଭ୍ୟାସ ଯୋଗୁଁ ଦିନକୁ ଦିନ ବିଭିନ୍ନ ପ୍ରକାର ରୋଗ ମଣିଷ ଶରୀରକୁ ମାଡ଼ି ବସୁଛି। ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି କି, ପୂର୍ବ ଅପେକ୍ଷା ବର୍ତ୍ତମାନ ହୃଦଘାତରେ ମୃତ୍ୟୁ ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପୂର୍ବରୁ ହୃଦଘାତ ପୁରୁଷଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳୁଥିବା ବେଳେ ଏବେ ଏହା ମହିଳାଙ୍କ କ୍ଷେତ୍ରରେ ବି ଦେଖିବାକୁ ମିଳୁଛି।

ତେବେ ଆସନ୍ତୁ ଜାଣିବା ଶରୀରରେ କେଉଁ ସବୁ ଲକ୍ଷଣ ଦେଖାଗଲେ ହୃଦଘାତ ହେବାର ସମ୍ଭାବନା ରହିଛି।
ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି କି, ୯୫ ପ୍ରତିଶତ ମହିଳାଙ୍କୁ ହୃଦଘାତ ଆସିବା୍ର ମାସକ ପୂର୍ବରୁ ଶରୀର ଥକ୍କା ଲାଗିବା, ନିଦ ନହେବା, ନିଶ୍ବାସ ଓ ପ୍ରଶ୍ବାସ ନେବାରେ ଅସୁବିଧା ହେବା, ଶରୀରରୁ ବାହାରୁଥିବା ଝାଳ ଅଠାଅଠା ଲାଗିବା, ମୁଣ୍ଡ ବୁଲାଇବା ଆଦି ଲକ୍ଷଣ ଦେଖା ଦେଇଥାଏ।

କୁହାଯାଏ ହୃଦଘାତ ହେବା ପୂର୍ବରୁ ଛାତିରେ ଯନ୍ତ୍ରଣା ବି ହୋଇଥାଏ। ତେବେ ଏହି ଯନ୍ତ୍ରଣା ସମସ୍ତଙ୍କ କ୍ଷେତ୍ରରେ ଦେଖିବାକୁ ମିଳି ନଥାଏ। ସେହିପରି ହୃଦଘାତ ଆସିବାର ମାସକ ପୂର୍ବରୁ ଶରୀରରେ ଏସିଡିଟି ସମସ୍ୟା ଦେଖା ଦେଇଥାଏ। ଯାହାକୁ ଲୋକେ ଗ୍ୟାସ ହୋଇଛି ବୋଲି ଭାବି ହେଳା କରି ଦେଇଥାଆନ୍ତି।

ଏସବୁ ଲକ୍ଷଣ ଯଦି ଦେଖା ଦେଉଛି ତେବେ ବିଳମ୍ବ ନକରି ପରିସ୍ଥିତିକୁ ଗମ୍ଭୀରତା ସହ ନେଇ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା ଆରମ୍ଭ କରି ନିଅନ୍ତୁ। ସମୟ ଥାଉ ଥାଉ ନିଜ ଜୀବନକୁ ବଞ୍ଚାଇ ଦିଅନ୍ତୁ।

ସମ୍ବନ୍ଧିତ ଖବର