ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଇବା ପିଇବାରେ ଠିକ୍ ଠିକଣା ନ ରହୁଥିବାରୁ ଅନେକ ପ୍ରକାରର ଶାରୀରିକ ସମସ୍ୟା ଦେଖା ଯାଇଥାଏ । ଯଦି କୌଣସି କାମ ନ କରି ଆପଣଙ୍କୁ ଥକାପଣ ଅନୁଭବ ହେଉଛି, ତେବେ ଏହାର ତୁରନ୍ତ ଯାଞ୍ଚ କରାଇନେବା ଦରକାର । କାରଣ ଏହି ଭଳି ଲକ୍ଷଣ ରକ୍ତ କର୍କଟ ରୋଗର ମଧ୍ୟ ହୋଇପାରେ । ଆଜି ଆମେ ରକ୍ତ କର୍କଟ ରୋଗର ପ୍ରାଥମିକ ଲକ୍ଷଣ ବିଷୟରେ ଜଣାଇବୁ ।
୧. ଅଧିକାଂଶ ଲୋକ ଚର୍ମ ସଂକ୍ରମଣକୁ ସାଧାରଣ ବୋଲି ଭାବିଥାନ୍ତି । କିନ୍ତୁ ଯଦି ବାରମ୍ବାର ସଂକ୍ରମଣ ହେଉଛି, ତେବେ ଏହା ରକ୍ତ କର୍କଟ ରୋଗର ଲକ୍ଷଣ ହୋଇପାରେ ।
/sambad/media/post_attachments/wp-content/uploads/2019/05/11_19_559912150blood-cancer-300x200.jpg)
୨. କୌଣସି ସାମାନ୍ୟ ଆଘାତ ଲାଗିଲେ ଯଦି ରକ୍ତ ପ୍ରବାହ ସହଜରେ ବନ୍ଦ ହେଉ ନାହିଁ, ତେବେ ଏହା ରକ୍ତ କର୍କଟ ରୋଗର ଲକ୍ଷଣ ହୋଇପାରେ। ଏହା ସହ କୌଣସି କାରଣ ନ ଥାଇ ଯଦି ନାକ ଏବଂ ଦାନ୍ତ ମାଢ଼ିରୁ ରକ୍ତ ବାହାରୁଛି ବା ମାସିକଧର୍ମ ସମୟରେ ଅଧିକ ରକ୍ତ ପ୍ରବାହ ହେଉଛି, ତେବେ ଏହା ମଧ୍ୟ ରକ୍ତ କର୍କଟର ଲକ୍ଷଣ ହୋଇପାରେ । ଏଭଳି ସଙ୍କେତ ଦେଖାଗଲେ ତୁରନ୍ତ ଯାଞ୍ଚ କରନ୍ତୁ ।
୩. ଯଦି ଜିମ୍ ନ ଯାଇ ବା କୌଣସି ପ୍ରକାରର ବ୍ୟାୟାମ ନ କରି ଆପଣଙ୍କ ଓଜନ କମିବାରେ ଲାଗିଛି, ତେବେ ପ୍ରଥମେ ନିଜର ଓଜନ କେତେ ରହିଛି, ତାହା ଦେଖନ୍ତୁ । ଯଦି ଓଜନ ୨.୫କିଲୋରୁ ଅଧିକ କମ ହୋଇ ଯାଇଛି, ତେବେ ଏହା ରକ୍ତ କର୍କଟ ରୋଗର ଲକ୍ଷଣ ହୋଇପାରେ ।
/sambad/media/post_attachments/wp-content/uploads/2019/05/11_20_427600150download-300x168.jpg)
୪. ରକ୍ତ କର୍କଟ ରୋଗ ହେଲେ ଭୋକ କମ ଲାଗିଥାଏ । ଏହା ସହ ପେଟ ସମ୍ବନ୍ଧିତ ଅନେକ ସମସ୍ୟା ଆରମ୍ଭ ହୋଇ ଯାଇଥାଏ ।