ଅନେକ ଲୋକେ ଭାବନ୍ତି ଯେ ,ଥାଇରଏଡ଼୍ ହେଲେ ଲୋକ ମୋଟା ହୋଇଯାଆନ୍ତି,କିନ୍ତୁ ତାହା ଏକ ଭ୍ରମ ଧାରଣା। ପ୍ରକୃତ କଥା ହେଲା କି ମୋଟାପା ହେତୁ ଥାଇରଏଡ଼୍ ହେବାର ଆଶଙ୍କା ବଢ଼ିଯାଏ।
ଏବେ ଆସନ୍ତୁ ଜାଣିବା ଆପଣ ଥାଇରଏଡ଼୍ର ଶିକାର ହୋଇଛନ୍ତି କି ନା,କେମିତି ଜାଣିବେ?....
ପ୍ରଥମ କଥା ହେଲା ଯଦି ରାତିରେ ଭଲ ନିଦ ହେବାପରେ ବି ଯଦି ଆପଣ ଦିନସାରା କ୍ଳାନ୍ତି ଅନୁଭବ କରୁଥିବେ,ତେବେ ତାହା ହେଲା ଥାଇରଏଡ଼୍ର ପ୍ରକୃଷ୍ଟ ଲକ୍ଷଣ।
ଅଯଥା ବିଚଳିତ ହେବା ଓ ବିଷାଦଗ୍ରସ୍ତ ମନ ହେବା ବି ଏହାର ଲକ୍ଷଣ। ମାତ୍ରାଧିକ କ୍ଷୁଧା ଲାଗିବା ବି ଥାଇରଏଡ଼୍ର ଲକ୍ଷଣ। ଆପଣ ଯଦି ଅନେକ କଥା ମନେ ରଖି ପାରୁନାହାନ୍ତି ବା ଭୁଲି ଯାଉଛନ୍ତି,ତେବେ ତାହା ବି ଏହାର ଲକ୍ଷଣ ବୋଲି ଧରାଯିବ।
ଶାରୀରିକ ସଂପର୍କ ପାଇଁ ଆଗ୍ରହ ନ ଆସିବା ବି ଥାଇରଏଡ଼୍ ର ଅନ୍ୟ ଏକ ଲକ୍ଷଣ। ଖାଦ୍ୟ ପାନୀୟ କୁ ସନ୍ତୁଷ୍ଟ ନ ହେବା,ତ୍ୱଚା ଶୁଷ୍କ ହେବା ବି ଏହାର ଲକ୍ଷଣ।
ଖାଲି ସେତିକି ନୁହେଁ ଋତୁସ୍ରାବ ଜନିତ ଯନ୍ତ୍ରଣା ଅନୁଭବ କରିବା ବି ଥାଇରଏଡ଼୍ର ଲକ୍ଷଣ। ମାଂସପେଶିରେ ଅନୁଭବ କରିବା ଓ ଉଚ୍ଚ ରକ୍ତଚାପ ଯୋଗୁଁ ବି ଥାଇରଏଡ଼୍ ହୋଇପାରେ।
/sambad/media/post_attachments/wp-content/uploads/2018/07/sleep3-1-300x177.jpg)
ଉପଯୁକ୍ତ ସମୟରେ ନିଦ ନ ମାଡ଼ିବା ଓ ଅଚାନକ ଓଜନ ବଢ଼ିଯିବା,କେଶ ପତଳା ହୋଇଯିବା ଓ ବାଳ ଝଡ଼ିବା ବି ଥାଇରଏଡ଼୍ର ଲକ୍ଷଣ ବୋଲି ବିବେଚନା କରାଯାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/doctor-examining-patients-thyroid-562434193-579200ef5f9b58cdf3a7232c.jpg)