ଶରୀର ପାଇଁ ବେଶ୍‌ ଜରୁରୀ ପଟାସିୟମ୍‌, ଶରୀରରେ ପଟାସିୟମ୍‌ର ମାତ୍ରା କମିଗଲେ ଏହି ସବୁ ଲକ୍ଷଣ ଦେଖାଯାଏ

 

ଦୁର୍ବଳ ହୋଇଯିବା ବା ଥକିଯିବା
ସବୁବେଳେ ଦୁର୍ବଳ ଅନୁଭବ କରିବା କିମ୍ବା ଥକି ଯିବା ହେଉଛି ଶରୀରରୁ ପଟାସିୟମ୍‌ କମି ଯିବାର ଲକ୍ଷଣ। ମଣିଷ ଶରୀରର ସବୁ କୋଷିକାଗୁଡ଼ାକ ଠିକ୍‌ ଭାବେ କାର୍ଯ୍ୟ କରିବା ପାଇଁ ସଠିକ୍‌ ପରିମାଣରେ ପଟାସିୟମ୍‌ ଦରକାର ପଡ଼ିଥାଏ। ପର୍ଯ୍ୟାପ୍ତ ସମୟ ନିଦ ନ ହେବା ଓ ଦେହରୁ ବହୁତ ଝାଳ ବାହାରିବା ଥକ୍କା ଲାଗିବା ହେଉଛି ପଟାସିୟମ୍‌ କମିବାର ଲକ୍ଷଣ।

 

ଅଧିକ ରକ୍ତଚାପ
ଯେତେବେଳେ ଆପଣଙ୍କ ଶରୀରରେ ମ୍ପୂର୍ଣ୍ଣ ପରିମାଣରେ ପଟାସିୟମ୍‌ ନ ଥାଏ, ସେତେବେଳେ ସୋଡିୟମ୍‌ ସ୍ତର କମିଯାଏ। ଯାହାଦ୍ୱାରା ଆପଣଙ୍କ ରକ୍ତବାହିକାଗୁଡ଼ାକ ସଙ୍କୁଚିତ ହୋଇଯାଏ ଓ ରକ୍ତଚାପ ବଢ଼ିଯାଏ। ଏହାଦ୍ୱାରା ଆପଣଙ୍କୁ ଅଧିକ ଶୋଷ ଲାଗିବା ସହ ନିଶ୍ୱାସ ନେବାରେ ମଧ୍ୟ ସମସ୍ୟା ଦେଖାଯାଇ ପାରେ।

 

ମୁଣ୍ଡ ବୁଲାଇବା
ମୁଣ୍ଡ ବୁଲାଇବା ମଧ୍ୟ ପଟାସିୟମ୍‌ ମାତ୍ରା କମ୍‌ ହେବାର ଆଉ ଏକ ଲକ୍ଷଣ। ପର୍ଯ୍ୟାପ୍ତ ନିଦ ହେବା ସତ୍ତ୍ୱେ ଯଦି ଆପଣଙ୍କର ବାରମ୍ବାର ମୁଣ୍ଡ ବୁଲଉଛି, ତା’ହେଲେ ଏହା ପଟାସିମ୍‌ ସ୍ତର କମ୍‌ ଯୋଗୁଁ ହେଉଥାଇପାରେ। ଏଥିପାଇଁ ପଟାସିୟମ୍‌ରେ ଭରପୂର୍‌ ଥିବା ପନିପରିବା ଖାଆନ୍ତୁ, ଯେମିତି କି – କନ୍ଦ, ହ୍ଵାଇଟ୍‌ ବିନ୍ସ୍‌, ଦହି ଆଦି।

 

ଗ୍ୟାଷ୍ଟ୍ରିକ୍‌ ସମସ୍ୟା
ଶରୀରରେ ପଟାସିୟମ୍‌ ମାତ୍ରା କମ୍‌ ହେବା ଦ୍ୱାରା ଆପଣଙ୍କ ହଜମକ୍ରିୟାରେ ବାଧା ଆସିଥାଏ ଓ ଝାଡ଼ା ସଫାହୋଇ ନ ଥାଏ, ଯାହା ଦ୍ୱାରା ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଦେଖା ଯାଇଥାଏ।

 

ସମ୍ବନ୍ଧିତ ଖବର