ଦୀର୍ଘ ସମୟ କମ୍ପୁଟର ଓ ସ୍ମାର୍ଟଫୋନରେ ବିତାଉଛନ୍ତି କି? ଆଖିର ନିଅନ୍ତୁ ଏଭଳି ଯତ୍ନ

ଅତି ପାଖରୁ ଟେଲିଭିଜନ ଦେଖିବା, ଦୀର୍ଘ ସମୟ ଧରି କଂପ୍ୟୁଟର ବ୍ୟବହାର, କଂପ୍ୟୁଟର୍‌ରେ ଭିଡିଓ ଗେମ୍‌ ଖେଳିବା, ସ୍ୱାଟ୍‌ର୍ ଫୋନ୍‌ର ଅଧିକ ବ୍ୟବହାର, ଅନ୍ଧାରରେ ମୋବାଇଲ୍‌ ଦେଖିବା, ପଢ଼ାପଢ଼ି ସମୟରେ ଉପଯୁକ୍ତ ଆଲୋକ ନଥିବା, ଶୋଇରହି ପଢ଼ିବା, ପ୍ରଦୂଷିତ ପରିବେଶ ଆଦି ଚକ୍ଷୁ ରୋଗର ମୁଖ୍ୟ କାରଣ। ଚକ୍ଷୁ ସମସ୍ୟା ଦ୍ୱାରା ମୁଣ୍ଡ ବିନ୍ଧିବା, ଚିଡ଼ିଚିଡ଼ା ଲାଗିବା, ଆଖିତଳ କଳା ପଡ଼ିଯିବା ଓ ମାଇଗ୍ରେନ ଭଳି ସମସ୍ୟା ହୁଏ। ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ସହିତ କେତେକ ପ୍ରାକୃତିକ ଉପଚାର ଦ୍ୱାରା ଚକ୍ଷୁ ରୋଗରୁ ମୁକ୍ତି ମିଳିବା ସମ୍ଭବ।

* କପାଳଭାତି, ଅନୁଲୋମ-ବିଲୋମ, ଭ୍ରାମରୀ ଆଦି ପ୍ରାଣାୟାମ ଅଭ୍ୟାସ କରନ୍ତୁ। ସୂର୍ଯ୍ୟ ନମସ୍କାର, ଅର୍ଦ୍ଧଚକ୍ରାସନ, ଚକ୍ରାସନ, ଶୀର୍ଷାସନ, ସର୍ବାଙ୍ଗାସନ ଅଭ୍ୟାସ କରନ୍ତୁ।
* ପ୍ରତି ଦିନ ତ୍ରିଫଳା ପାଣିରେ ଆଖି ଧୁଅନ୍ତୁ। ଚକ୍ଷୁ ରୋଗ କମିବା ସହିତ ଦୃଷ୍ଟି ଶକ୍ତିି ବଢ଼ିବ।
* ଆଖିରେ ଗୋଲାପ ଜଳ ପକାନ୍ତୁ।
* ନିମ୍ବ ପତ୍ରକୁ ପାଣିରେ ସିଝାଇ ସେହି ପାଣିରେ ବାରମ୍ବାର ଆଖି ଧୁଅନ୍ତୁ।
* ଆଖି ବନ୍ଦ କରି ଓଦା ମାଟିର ପଟି ବନାଇ ଆଖି ଉପରେ ରଖନ୍ତୁ। ଆଖି ବିନ୍ଧା କିଂବା କଣ୍ଡୁ ଦୋଷ ଦୂର ହେବ।
* ପ୍ରତି ଦିନ ରାତିରେ ପାଦ ତଳେ ସୋରିଷ ତେଲ ଲଗାଇବା ଦ୍ୱାରା ଚକ୍ଷୁ ଦୋଷ ଦୂର ହୁଏ।
* ଅଳ୍ପ ଆଲୋକରେ ଶୋଇରହି, ଚାଲୁଥିବା ଗାଡ଼ିରେ ପଢ଼ିବା ଦ୍ୱାରା ଆଖି ଉପରେ ଚାପ ପଡ଼େ। ଏଥିରୁ କ୍ଷାନ୍ତ ହୁଅନ୍ତୁ।

-ଡା. ଶଶାଙ୍କ ଶେଖର ସାମଲ,
ଫୋନ୍‌- ୯୯୩୭୫୩୨୪୮୬

ସମ୍ବନ୍ଧିତ ଖବର