ଏବେ ବିବାହ ଋତୁ ଚାଲିଛି। ବିବାହ ପୂର୍ବରୁ ସୁନ୍ଦର ଦିଶିବା ପାଇଁ କିଏ ବା ନ ଚାହେଁ। ମାତ୍ର ବିଶେଷ କରି ଏହି ସମୟରେ କାର୍ଯ୍ୟବ୍ୟସ୍ତତା ଓ ଚିନ୍ତା ହେତୁ ମୁଖମଣ୍ଡଳ ସୁଖିଲିଆ ଦିଶିଥାଏ। ତେବେ, ଚାଲନ୍ତୁ ଜାଣିବା ଏପରି ଏକ ସମସ୍ୟାକୁ କିପରି ଚୁଟ୍କିରେ ଉଡ଼ାଇବା।
: କାର୍ଯ୍ୟବ୍ୟସ୍ତତା ହେତୁ ଖାଇବା ପିଇବାର କିଛି ଠିକ୍ ଠିକଣା ନଥିବା କାରଣରୁ ମୁହଁରୁ ଔଜଲ୍ୟତା କମି ଯାଇଥାଏ। ତେବେ ଆପଣ କମ୍ ଖାଇଳେ ବି ପୃଷ୍ଟିକର ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। ନିଜର ଖାଇବା ରୁଟିନ୍ରେ ପ୍ରତିଦିନ ଫଳ କିମ୍ବା ଦୁଗ୍ଧ ଜାତୀୟ ଖାଦ୍ୟ ନିଶ୍ଚୟ ସାମିଲ୍ କରନ୍ତୁ। ଗୁଆ ଘିଅ ଖାଇଲେ ବି ତ୍ବଚା ପାଇଁ ଭଲ।
: ପ୍ରଚୁର ପରିମାଣର ପାଣି ପିଅନ୍ତୁ। ଉପଲବ୍ଧ ହେଉଥିଲେ ପଇଡ଼ ପାଣି ଓ ଆଖୁ ରସ ପିଅନ୍ତୁ। ଏସବୁ ପାନୀୟ ପିଇବା ଦ୍ବାରା ପେଟ ଥଣ୍ଡା ରହିଥାଏ। ପେଟ ଥଣ୍ଡା ରହିଲେ ମୁଖମଣ୍ଡଳରେ ଔଜଲ୍ୟତା ବୃଦ୍ଧି ପାଏ।
/sambad/media/post_attachments/wp-content/uploads/2020/02/images-17.jpg)
Scalar
: ସକାଳୁ ଉଠି ଭୁଷି ପିଅନ୍ତୁ। ଗ୍ୟାସ୍ ସମସ୍ୟା ଥିଲେ ତୁରନ୍ତ ତାହାର ନିରାକରଣ କରନ୍ତୁ। ତାହାଲେ ଯାଇ ଆପଣ ବାହାରକୁ ସୁସ୍ଥ ଦିଶିବେ।
: ପ୍ରତି ସପ୍ତାହକୁ ଥରେ ମୁହଁରେ ଗରମ ପାଣି ବାମ୍ଫ ଦେଇ ମୁହଁରୁ ମଇଳାକୁ ଦୂର କରନ୍ତୁ। ମୁହଁରେ ପଇଡ଼ ପାଣି ଓ ମହୁ ଲଗାଇ ମାଲିସ୍ କରନ୍ତୁ।
: ଦିନକୁ ଯେତେ ଥର ସମ୍ଭବ ଥଣ୍ଡା ପାଣିରେ ନିଜ ମୁହଁ ଧୁଅନ୍ତୁ।
: ଉପଯୁକ୍ତ ପରିମାଣର ବିଶ୍ରାମ ନେଲେ ମଧ୍ୟ ଆପଣଙ୍କ ସୌନ୍ଦର୍ଯ୍ୟ ଅତୁଟ ରହିବ।