ଗାଧୋଇବା ବେଳେ ସାଙ୍ଗରେ ଏହି ସବୁ ଜିନିଷ ନେଉଛନ୍ତି କି? ଜାଣନ୍ତୁ କ’ଣ ନେବେ, କ’ଣ ନେବେନି

ଆପଣ ଭାବୁଥିବେ ଗାଧୋଇବା ବେଳେ କିଏ ବା କାହିଁକି କିଛି ଜିନିଷ ନେଇ ଗାଧୁଆ ଘରକୁ ଯିବ। ଅନ୍ୟ ଜିନିଷ ନହେଲେ ନାହଁ ଗାଧୋଇବା ପୂର୍ବରୁ କିମ୍ବା ତା’ର ଠିକ୍‌ ପରେ ବ୍ୟବହୃତ ହେଉଥିବା ଜିନିଷ ତ ଆପଣ ନେଉଥିବେ ନିଶ୍ଚୟ। ଏମିତି କିଛି ଜିନିଷ ଅଛି ଯାହା ଆପଣ ଗାଧୁଆ ଘରକୁ ନିଅନ୍ତି କିନ୍ତୁ ନେବା ଅନୁଚିତ ସେ ବିଷୟରେ ନିମ୍ନରେ ଲେଖାଯାଇଛି।

ତୈଳ: ଶୀତ ଦିନେ ଅଧିକାଂଶ ଲୋକେ ତୈଳ ନେଇ ଗାଧୁଆ ଘରକୁ ଯାଆନ୍ତି। ଗାଧୋଇ ସାରି ଦେହରେ ମାଲିସ୍‌ କରିଥାନ୍ତି। ମାତ୍ର ଆପଣ ହୁଏତ ଜାଣି ନଥିବେ ଏହା ଏକ ଅଶୁଭ କାର୍ଯ୍ୟ। କାହିଁକି ନା, କେହି ବ୍ୟକ୍ତିର ମୃତ୍ୟୁ ଘଟିଲେ ଆତ୍ମୀୟମାନେ ତୁଠକୁ ତୈଳ ନେଇ ସେଠାରେ ଲଗାଇ ସ୍ନାନ କରିଥାନ୍ତି। ତେଣୁ ପୂର୍ବରୁ ରହିଥିବା ରୀତି ଅନୁସାରେ କେବଳ ସୁଦ୍ଧି ଘରେ ହିଁ ଗାଧୁଆ ସ୍ଥାନକୁ ତୈଳ ଯାଇଥାଏ।

ହଳଦୀ: ହଳଦୀ ଲଗାଇବାକୁ ଭଲ ପାଉଥିବା ବ୍ୟକ୍ତି ଗାଧୁଆ ଘରକୁ ହଳଦୀ ନେଇ ସେଠାରେ ହଳଦୀ ଲଗାଇବା ପରେ ସ୍ନାନ କରିଥାନ୍ତି। ତୈଳ ପରି ହଳଦୀକୁ ମଧ୍ୟ ଗାଧୁଆ ତୁଠ କିମ୍ବା ଗାଧୁଆ ଘରକୁ ନେବାରେ କଟକଣା ରହିଛି। ଏହା ମଧ୍ୟ ଏକ ଅଶୁଭ କାର୍ଯ୍ୟ ବୋଲି ବିବେଚନା କରାଯାଏ। ଆପଣଙ୍କର ହଳଦୀ ଲଗାଇବାର ଥିଲେ ଗାଧୋଇବା ପୂର୍ବରୁ ଲଗାଇ ଗାଧୁଆଘର କିମ୍ବା ତୁଠକୁ ଯାଆନ୍ତୁ ମାତ୍ର ସାଥିରେ ନିଅନ୍ତୁ ନାହିଁ।

ଗୋଲାପ: ଯଦି ଆପଣଙ୍କ ବଗିଚାରେ ଗୋଲାପ ଉପଲବ୍ଧ ତେବେ ଗାଧୋଇବାକୁ ଗଲା ବେଳେ ସାଥିରେ ନେଇକି ଯାଆନ୍ତୁ। ଗାଧୋଇବା ପାଣି କୁଣ୍ଡରେ ଗୋଲାପର ପାଖୁଡ଼ାକୁ ଖଣ୍ଡ ଖଣ୍ଡ କରି ପକାଇ ଦିଅନ୍ତୁ। ତା’ପରେ ସେହି ପାଣିରେ ଗାଧାନ୍ତୁ। ଫଳରେ ଆପଣଙ୍କ ତ୍ୱଚା ତ ଚମକିବ ତା’ ସହିତ ଶରୀରର ଦୁର୍ଗନ୍ଧ ବି ହ୍ରାସ ପାଇବ।

ତଉଲିଆ: କିଛି ଲୋକ ଓଦା ସର ସର ହୋଇ ଗାଧୁଆ ଘରୁ ବାହାରି ଆସନ୍ତି। ମାତ୍ର ସେପରି କରନ୍ତୁ ନାହିଁ। ଆପଣଙ୍କ ଲୋମ ମୂଳରେ ଲାଗି ରହିଥିବା ପାଣି ବେଶି ସମୟ ରହି ଦୁର୍ଗନ୍ଧ ହେବା ସହ ଚର୍ମ ରୋଗ ହେବାର ଆଶଙ୍କା ମଧ୍ୟ ରହିଛି। ପାରୁଛନ୍ତି ଯଦି ଗାଧୁଆ ଘରୁ ହିଁ ଭଲ କରି ନିଜ ଶରୀରକୁ ପୋଛି ଦେଇ ପୋଷାକ ପିନ୍ଧନ୍ତୁ।

ସମ୍ବନ୍ଧିତ ଖବର