ଆଜିକାଲି ବ୍ୟସ୍ତ ଜୀବନ ଶୈଳୀ ଭିତରେ ଅନେକ ଲୋକ ଖାଇବାକୁ ସମୟ ମିଳୁନାହିଁ ବୋଲି କହନ୍ତି । ସେମାନେ ନା ଠିକ୍ ସମୟରେ ଖାଇପାରନ୍ତି ନା ପେଟପୁରା ମନପସନ୍ଦ ଖାଇପାରନ୍ତି । କିନ୍ତୁ ଜାଣନ୍ତିକି ଏହା ଆପଣଙ୍କୁ ଅସୁସ୍ଥ କରିପାରେ ।
Sambad is now on WhatsApp
Join and get latest news updates delivered to you via WhatsApp
ପେଟପୁରା ନ ଖାଇଲେ, ପ୍ରତିଦିନ ଶରୀରକୁ ଆବଶ୍ୟକୀୟ ପୁଷ୍ଟି ମିଳି ନ ଥାଏ । ଯଦି ଏହା ବେଶି ଦିନ ଯାଏଁ ଚାଲିଥାଏ, ତେବେ ଆପଣ କେତେକ ଗମ୍ଭୀର ଶାରୀରିକ ସମସ୍ୟା ଭିତରେ ପଡ଼ିପାରନ୍ତି ।
ଯଦି ଆପଣ କ୍ଷୁଧାର୍ତ୍ତ ରହନ୍ତି ବା ଯେତିକି ଖାଦ୍ୟ ଆବଶ୍ୟକ, ତାହା ନ ଖାଆନ୍ତି, ତେବେ ଶରୀରରେ ଗ୍ଲୁକୋଜ୍ର ମାତ୍ର ଯଥେଷ୍ଟ ହ୍ରାସ ପାଇଥାଏ । ଏହାର ଫଳସ୍ୱରୂପ ବ୍ଲଡ ସୁଗାର୍ ସ୍ତର କମ୍ ହୋଇଯାଇଥାଏ । ଫଳତଃ ଆପଣଙ୍କୁ କ୍ଲାନ୍ତି ଲାଗି ପାରେ ଓ ମୁଣ୍ଡବିନ୍ଧାର ଶିକାର ହୋଇପାରନ୍ତି ଆପଣ ।
ଯଦି ସଠିକ୍ ମାତ୍ରାରେ ଭୋଜନ କରିବେ ନାହିଁ, ତେବେ ପେଟରେ ଖାଦ୍ୟ ହଜମ କରୁଥିବା ଅମ୍ଲ ପେଟରେ କୁପ୍ରଭାବ ପକାଇଥାଏ । ଏହା ଫଳରେ ଆପଣ ଏସିଡିଟି ଭଳି ସମସ୍ୟା ଘେରକୁ ଆସିବେ ।
ପ୍ରଚୁର ଖାଦ୍ୟ ନ ଖାଇବା ଦ୍ୱାରା ଶରୀରରେ ଫାଇଭର୍ର ମାତ୍ରା କମ୍ ହୋଇଯାଏ । ଏହାଫଳରେ କୋଷ୍ଠକାଠିନ୍ୟର ଶିକାର ହୋଇପାରନ୍ତି ।