ଓଜନ ହ୍ରାସ କରିବାକୁ ଚାହାନ୍ତି ତ ,ଖାଆନ୍ତୁ ଏସବୁ ଫଳ !

 

ଖରାଦିନେ ଶରୀରର ଓଜନ ହ୍ରାସ କରିବା ଖୁବ୍‌ ସହଜ । କାରଣ ଏହି ସମୟରେ ଖାଦ୍ୟପାନୀୟ ଶୈଳୀ ସଂପୂର୍ଣ୍ଣ ବଦଳିଥାଏ । ଖରାଦିନେ ଆମେ କେତେକ ଫଳ ଓ ପନିପରିବା ଖାଇଲେ, ଆମେ ଶରୀରର ଓଜନ କମ୍‌ କରିପାରିବା । ଆସନ୍ତୁ ଜାଣିବା କେଉଁ ଫଳ ଏଥିପାଇଁ ଉପଯୁକ୍ତ ।

ତରଭୁଜ: ଖରାଦିନେ ଆମେ ସାଧାରଣତଃ ତରଭୁଜ ଖାଇବାକୁ ବହୁତ ଭଲ ପାଇଥାଉ । ଏହା ଆମ ଶରୀରକୁ ହ୍ରାଇଡ୍ରେଟ୍‌ କରିବାରେ ସହାୟକ ହୋଇଥାଏ । ତା’ଛଡା ତରଭୁଜ ଖାଇଲେ ଅନେକ ସମୟ ଯାଏଁ ଭୋକ ଲାଗି ନଥାଏ ।

ଷ୍ଟ୍ର ବେରି: ଷ୍ଟ୍ର ବେରି ରେ ପ୍ରଚୁର ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟର ଓ ଆନ୍ଥୋ ସାଇନିନ୍‌ ଥାଏ , ଯାହା ଶରୀରର ଚର୍ବିକୁ କମ୍‌ କରିଥାଏ । ଏଣୁ ନିଜର ଖାଦ୍ୟରେ ଷ୍ଟ୍ରବେରିକୁ ସାମିଲ୍‌ କରିଲେ ଆପଣଙ୍କୁ ବଜାରର ସ୍ନାକ୍‌ସ ଖାଇବାକୁ ପଡ଼ିବ ନାହିଁ । ଖାଲି ସେତିକି ନୁହେଁ ଏହା ଆପଣଙ୍କ ଓଜନକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ ।

କାକୁଡ଼ି: ଖରାଦିନେ ଆମେ କାକୁଡ଼ି ଖାଇବାକୁ ବେଶି ପସନ୍ଦ କରିଥାଉ । କାକୁଡିରେ ୯୬ ପ୍ରତିଶତ ଜଳ ଓ ଫାଇବର୍‌ ଥାଏ । ଯାହା ଆମର ପାଚନ କ୍ରିୟାକୁ ମଜଭୁତ କରିଥାଏ । ଏହାକୁ ଖାଇଲେ ଆମର ତ୍ୱଚା ବି ପରିଷ୍କାର ହୋଇଥାଏ । ଏହାକୁ ଆପଣ ସାଲାଡ ସାମିଲ ବି କରିପାରନ୍ତି । ଏହାଦ୍ୱାରା ଶରୀରର ଓଜନ କମିଯିବ ।

ସମ୍ବନ୍ଧିତ ଖବର