ଭୁଲରେ ମଧ୍ୟ କ୍ଷୀର ପିଇବା ପରେ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ

ନୂଆଦିଲ୍ଲୀ : ପ୍ରାୟତଃ ଆମ ଭିତରୁ ଅନେକ ସବୁଦିନ କ୍ଷୀର ପିଇଥାଆନ୍ତି । କ୍ଷୀରରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ବିଭିନ୍ନ ପ୍ରକାରର ରୋଗରୁ ରକ୍ଷା କରିବା ସହ ଶକ୍ତି ଯୋଗାଇଥାଏ । ଦୈନିକ କ୍ଷୀର ପିଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ତେବେ ଏପରି କିଛି ଉପାଦାନ ରହିଛି ଯାହାକୁ ଭୁଲରେ ମଧ୍ୟ କ୍ଷୀର ସହିତ ସେବନ କରିବା ଉଚିତ ନୁହେଁ । ଏହା ଶରୀର ପ୍ରତି କ୍ଷତିକାରକ ହୋଇଥାଏ । ଆସନ୍ତୁ ଜାଣିବା କେଉଁ ଜିନିଷ କ୍ଷୀର ସହ ସେବନ କରିବା ଅନୁଚିତ ।

Archana’s Kitchen

ଦହି : ଦହି କ୍ଷୀରରୁ ପ୍ରସ୍ତୁତ ହୋଇଥିଲେ ମଧ୍ୟ କ୍ଷୀର ପିଇବା ପରେ ଦହି ଖାଇବା ଉଚିତ ନୁହେଁ । ଏହା ଦ୍ୱାରା ଗ୍ୟାସ ସମସ୍ୟା ବୃଦ୍ଧି ପାଇଥାଏ ଏବଂ ପେଟରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ ।
କଲରା ଏବଂ ଲୁଣ : କ୍ଷୀର ପିଇବା ପୂର୍ବରୁ କିମ୍ବା ପରେ କଲରା କିମ୍ବା ଲୁଣ ଖାଇବା ଅନୁଚିତ । ଏହା ଦ୍ୱାରା ପେଟରେ ପିତ ସୃଷ୍ଟି ହେବା ସହ ବାନ୍ତି ଲାଗିଥାଏ । ଯାହା ଦ୍ୱାରା ସ୍ୱାସ୍ଥ୍ୟ ଅଧିକ ଖରାପ ହେବାର ସମ୍ଭାବନା ରହିଥାଏ ।

Food For Net

ମାଛ: ମାଛ ଖାଇବା ଦ୍ୱାରା ତ୍ୱଚାରେ ଚମକ ଆସିବା ସହ ଦୃଷ୍ଟି ଶକ୍ତି ବଢ଼ିଥାଏ । କିନ୍ତୁ କ୍ଷୀର ପିଇବା ପରେ ମାଛ ଖାଇବା ଦ୍ୱରା ତ୍ୱଚାରେ ଧଳାଧଳା ଦାଗ ହେବା ସହ ଛଉ ହେବାର ଆଶଙ୍କା ରହିଥାଏ ।
ପିଆଜ : ପିଆଜ କିମ୍ବା ପିଆଜ ଜାତୀୟ କିଛି ଦ୍ରବ୍ୟ ଖାଇବା ପରେ କ୍ଷୀର ସେବନ କରିବା ଉଚିତ ନୁହଁ । ଏହା ଦ୍ୱାରା ଶରୀର କୁଣ୍ଡାଇ ହେବା ସହ ବିଭିନ୍ନ ପ୍ରକାରର ଦାଗ ଦେଖାଯାଇଥାଏ ।

CureJoy

ଲେମ୍ବୁ : କ୍ଷୀର ପିଇବା ପରେ ଲେମ୍ବୁ କିମ୍ବା କୌଣସି ଖଟା ଜାତୀୟ ଜିନିଷ ସେବନ କରିବା ଉଚିତ ନୁହଁ । ଏହା ଦ୍ୱାରା ପେଟ ମଧ୍ୟରେ କ୍ଷୀର ଛିଡ଼ିଯିବା ସହ ପାଚନ କ୍ରିୟାରେ ଅସୁବିଧା ହୋଇଥାଏ ।

ସମ୍ବନ୍ଧିତ ଖବର