ପ୍ରତିଦିନ ତିନି ଚାରି କପ୍‌ କଫି ପିଇଲେ ମଧୁମେହର ଆଶଙ୍କା କମ୍‌ ହୁଏ !

ପ୍ରତିଦିନ ତିନି ଚାରି କପ୍‌ କଫି ପିଇଲେ ଡାଇବେଟିସ୍‌ ଟାଇପ୍‌-୨ର ଆଶଙ୍କା ୨୫ ପ୍ରତିଶତ ହ୍ରାସ ହୋଇଥାଏ ବୋଲି ଜଣାଯାଇଛି। ଏହା ଏକ ଗବେଷଣାରୁ ଜଣାଯାଇଛି। ଯେ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ସାଇଣ୍ଟିଫିକ୍‌ ଇନଫର୍ମେସନ୍‌ ଅନ୍‌ କଫି (ଆଇ ଏସ୍‌ ଆଇ ସି)ର ରିପୋର୍ଟରେ କୁହାଯାଇଛି ଯେ କଫି ସେବନ ଓ ମଧୁମେହ ମଧ୍ୟରେ ରହିଛି ନିବିଡ ସଂପର୍କ।
ଏହି ଗବେଷଣାରେ କୁହାଯାଇଛି ଯେ, ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ କଫି ସେବନ ଭଲ। କଫିନ୍‌ ରହିତ କଫି ପିଇଲେ ମଧ୍ୟ ଏହି ପ୍ରଭାବ ପରିଲକ୍ଷିତ ହୋଇଥାଏ। ସ୍ୱିଡେନ୍‌ର କାରୋଲିଂସ୍କୋ ଇନ୍‌ଷ୍ଟିଚ୍ୟୁଟ୍‌ର ଆସୋସିଏଟ୍‌ ପ୍ରଫେସର୍‌ ମେଟ୍ଟିୟମ୍‌ ବାଲଷ୍ଟ୍ରୋମ୍‌ କହିଛନ୍ତି ଯେ,କେବଳ କଫିନ୍‌ ନୁହେଁ,ବରଂ ହାଇଡ୍ରୋକ୍ସି ସିନେମିକ୍‌ ଏସିଡ୍‌ସ କାରଣରୁ ଏଭଳି ପ୍ରଭାବ ଦେଖିବାକୁ ମିଳିଥାଏ।


ଏହି ଗବେଷଣାରେ ମୋଟ୍‌ ୧ କୋଟି ୧୧ ଲକ୍ଷ ୫୮ ହଜାର ୨୧୦ ଜଣ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ। ଏଥିରେ ତିରିଶଟି ସମ୍ଭାବିତ ଅଧ୍ୟୟନର ସମୀକ୍ଷା କରାଯାଇଥିଲା।

ସମ୍ବନ୍ଧିତ ଖବର