ଟାନାକା ମାଲିସର ଚମତ୍କାରିତା ବିଷୟରେ ଜାଣନ୍ତି କି !

ଅନେକ ଲୋକଙ୍କର ମୁହଁରେ ବୟସାଧିକ୍ୟ ଦିଶିବାର ଛାପ ଦେଖିବାକୁ ମିଳେ । ସେମାନେ ଏହାକୁ ନେଇ ଖୁବ୍‌ ଚିନ୍ତିତ ମଧ୍ୟ ଥାଆନ୍ତି । କାହାର ତ୍ୱଚା ଲୋଚାକୋଚା ହୋଇଥାଏ ତ, ପୁଣି କିଏ ବୟସ୍କ ଭଳି ଲାଗେ । ଏଥିରୁ ରକ୍ଷା ପାଇବା ପାଇଁ ଏକ ମାଲିସ କୌଶଳ ରହିଛି, ଯାହାର ନାମ ହେଲା ଟାନାକା ।

ଜାପାନର ବିଶ୍ୱ ବିଖ୍ୟାତ ସୌନ୍ଦର୍ଯ୍ୟ ବିଶେଷଜ୍ଞ ୟୁକୁକୋ ଟାନାକା ଏହି ମାଲିସର ଆବିଷ୍କାର କରିଛନ୍ତି । ତାଙ୍କ ଅନୁଯାୟୀ ଏହି କୌଶଳ ଅବଲମ୍ବନ କରିଲେ ତ୍ୱଚାର ଯତ୍ନ ନିଆ ଯାଇ ପାରିବ । ତା’ଛଡା ତ୍ୱଚା ଜନିତ ସମସ୍ୟା ଦୂରୀଭୂତ ହେବ ଓ ମୁହଁର ତ୍ୱଚା ଲୋଚାକୋଚା ହେବ ନାହିଁ । ଏହି ପଦ୍ଧତି ପ୍ରୟୋଗ କରିଲେ ଆପଣଙ୍କଠାରେ ବୟସ୍କର ଛାପ ରହିବ ନାହିଁ ।

photo-youtube

ଏହି ଟାନାକା ମାଲିସ ପାଇଁ ଆବଶ୍ୟକ କେବଳ ଦୁଇଟି ହାତ । ଦୁଇ ହାତ ପାପୁଲିରେ ଆପଣ ନଡିଆ ତେଲ, ଅଲିଭ୍‌ ବା ଆଲମଣ୍ଡ ତେଲ ମୁହଁରେ ମାଲିସ କରନ୍ତୁ । ମୁହଁର ଉଭୟ ପାର୍ଶ୍ୱକୁ ଭଲ ଭାବେ ଜଣେ ଆପଣଙ୍କର ମାଲିସ୍‌ କରିବା ଆବଶ୍ୟକ । ଏହାକୁ ଉଭୟ ପଟରୁ ମାଲିସ କରିବା ଆବଶ୍ୟକ । ପ୍ରତ୍ୟହ ମାତ୍ର ସାତ ମିନିଟ୍‌ ଧରି ଏହି ମାଲିସ୍‌ କରିଲେ, ଆପଣ ମାତ୍ର ଦୁଇ ସପ୍ତାହରେ ଏହାର ଚମତ୍କାରିତା ଉପଲବ୍ଧ କରି ପାରିବେ । ତେବେ ଏହି ପ୍ରକ୍ରିୟାକୁ ନିୟମିତ ଅବଲମ୍ବନ କରିବାକୁ ପଡ଼ିବ । ତା’ ନ ହେଲେ ତାହାର ପ୍ରକୃତ ଫାଇଦା ମିଳିବ ନାହିଁ । ଏହି ମାଲିସ କାନ ଉପରୁ ମଧ୍ୟ ହେବା ଦରକାର । ଏହି ମାଲିସ୍‌ ଦ୍ୱାରା ଆପଣ ଅଧିକ ଯୁବା ଦିଶିବେ ଓ ନିଜର ତ୍ୱଚା ମଧ୍ୟ ସତେଜ ରହିବ ।

ସମ୍ବନ୍ଧିତ ଖବର