ଖାଦ୍ୟକୁ ଅଧିକ ସ୍ୱାଦିଷ୍ଟ କରିବାକୁ ଚାହାଁନ୍ତି ତ , ଏହି ଛୋଟ କଥାପ୍ରତି ଧ୍ୟାନ ଦିଅନ୍ତୁ 

ଖାଦ୍ୟକୁ ସ୍ୱାଦିଷ୍ଟ କରିବାପାଇଁ ଆମେ ନାନା ପ୍ରକାରରର ଯତ୍ନ କରିଥାଉ ହେଲେ ଅସଲ କଥାଟି ଭୁଲିଯାଉ।  ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହିତ ଏହାର ଗୁଣବତ୍ତା ରକ୍ଷା କରିବା ଲାଗି ରାନ୍ଧିବାବେଳେ କେଉଁ ସମୟରେ ଲୁଣ ପକାଇବା ଆବଶ୍ୟକ, ତାହା ଜାଣିବା ଉଚିତ । ଏକଥା  ମନେ ରଖିବା  ଉଚିତ ଯେ  ନିର୍ଦ୍ଧାରିତ ସମୟରେ ଲୁଣ ନ ପକାଇଲେ  ପ୍ରସ୍ତୁତ ଖାଦ୍ୟର  ସ୍ୱାଦ ବଦଳି ଯାଇଥାଏ ।

ପିଆଜକୁ ତେଲରେ ଭାଜିବା ଆରମ୍ଭରେ ନୁହେଁ ବରଂ ଶେଷ ସମୟରେ ସେଥିରେ ଲୁଣ ପକାନ୍ତୁ । ପାସ୍ତା ବା ମାଗି ଆଦି ରନ୍ଧନ ବେଳେ ପାଣି ଫୁଟିବା ସମୟରେ ହିଁ ସେଥିରେ ଲୁଣ ପକାଇବା ଉଚିତ ।  ଏପରି କରିବା ଦ୍ୱାରା  ସେଥିରେ ଲୁଣର ମାତ୍ରା କମ୍‌ ହେବା ସହିତ ତାହା  ସ୍ୱାଦିଷ୍ଟ  ହୋଇଥାଏ । ବିନ୍‌ସ ପ୍ରସ୍ତୁତିରେ ଅଧିକ ସମୟ ଲାଗିଥାଏ । ଏଣୁ ସେଥିରେ  ରନ୍ଧନ ପୂର୍ବରୁ  ଲୁଣ ମିଶାଇ ଦେବା ଠିକ୍‌ ।

ଡାଲି ବଘାରିବା ପୂର୍ବରୁ ସେଥିରେ ଲୁଣ ମିଶାଇଲେ ତାହା ଅଧିକ ସ୍ୱାଦଯୁକ୍ତ ହୋଇଥାଏ ।  ଅପରପକ୍ଷରେ ଆଳୁ ସିଝାଇବା ସମୟରେ ହିଁ ସେଥିରେ ଲୁଣ ପକାଇବା ଭଲ। ଏହା ସହଜରେ ଏବଂ ଶୀଘ୍ର ସିଝିଯାଏ। ଯଦି ଏହି ସିଝା ଆଳୁ କୌଣସି ତରକାରୀରେ ପ୍ରୟୋଗ କରାଯାଉଥାଏ , ତେବେ ସିଝାଇବା ଆଗରୁ ଲୁଣ ପଡ଼ି ନ ଥାଏ ତେବେ ତରକାରୀରେ ପଡ଼ିବାପରେ ତା’ଭିତରେ ସହଜରେ ଲୁଣ ପଶିପାରେ ନାହିଁ। ଫଳତଃ ତରକାରୀରେ ଆଳୁ ଅଲଣା ଲାଗିଥାଏ।

ସମ୍ବନ୍ଧିତ ଖବର