ଅନେକ ଲୋକ ନିଜ ଶରୀରରେ ଟାଟୁ କରାଇଥାଆନ୍ତି। ସେମାନେ ମନେ କରନ୍ତି ଯେ,ଏହାଫଳରେ ସେମାନଙ୍କର ଉନ୍ନତି ଘଟିବ। ଅନେକ ଲୋକ ନିଜ ଶରୀରର ବିଭିନ୍ନ ଅଙ୍ଗରେ ଧାର୍ମିକ ଟାଟୁ ବି ବନାଇଥାଆନ୍ତି। କେହି ନିଜ ପିଠିରେ ଗଣେଶଙ୍କ ମୂର୍ତ୍ତି ତ ପୁଣି କେହି ବେକରେ ଓଁ ତ ପୁଣି କେହି ହାତରେ ମହାଦେବଙ୍କ ଶିବଲିଙ୍ଗ ଆଙ୍କିଥାନ୍ତି।
ସେମାନେ ମନେ କରନ୍ତି ଯେ,ଏହା ଫଳରେ ସେମାନଙ୍କୁ ସୁଖ ଶାନ୍ତି ମିଳିବ। ଏପରିକି ନିଜ ଜୀବନରେ ଉତ୍ତରୋତ୍ତର ଉନ୍ନତି କରିବେ ବୋଲି ମନେ କରିଥାନ୍ତି।
/sambad/media/post_attachments/wp-content/uploads/2018/07/Radha-Krishna-Tattoo-by-Xpose-Tattoos-Jaipur-India-297x300.jpg)
କିନ୍ତୁ ସାବଧାନ ହୋଇଯାଆନ୍ତୁ,ପ୍ରକୃତରେ, ସେଭଳି ଘଟେ ନାହିଁ। ଏହା ଏକ ରୋମାଞ୍ଚକର ତଥ୍ୟ ଯେ,ଶରୀରରେ ଧାର୍ମିକ ଟାଟୁ ତିଆରି କଲେ,ତାହାର ଆକୃତି ବଦଳିଯାଏ।ଏହାର ପରିମାଣସ୍ୱରୂପ ମନରେ ନକାରାତ୍ମକ ଶକ୍ତିି ପ୍ରବେଶ କରିଥାଏ। ଆତ୍ମବିଶ୍ୱାସ ମଧ୍ୟ ହ୍ରାସ ପାଇଥାଏ। କାର୍ଯ୍ୟରେ ବିଫଳ ହେବାର ଆଶଙ୍କା ମଧ୍ୟ ଦେଖା ଦେଇଥାଏ। ଆହୁରି ମଧ୍ୟ ଜଣାଯାଏ ଯେ ଶରୀରରେ ଧାର୍ମିକ ଟାଟୁ ତିଆରି କଲେ ମାନସିକ ଅବସାଦ ଦେଖା ଦେଇଥାଏ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Lord-Shiva-Tattoos-16.jpg)