ମଧୁମେହ ରୋଗରେ ପୀଡ଼ିତଙ୍କପାଇଁ ମହୌଷଧି ହେଉଛି ଏହି ଚା’

ଅଧିକାଂଶ ଲୋକ ଚା’ ପିଇବାକୁ ପସନ୍ଦ କରିଥାନ୍ତି । ଏମାନଙ୍କ ଭିତରୁ କେତେକ କ୍ଷୀର ମିଶା ଚା’ ପିଇଥାନ୍ତି ତ ପୁଣି ନାଲି ଚା ପିଇବାକୁ ପସନ୍ଦ କରିଥାନ୍ତି। ହେଲେ ଆପଣ ଜାଣନ୍ତି କି ନାଲି ଚା ପିଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ ।

ପ୍ରଥମ କଥା ହେଲା ପ୍ରତିଦିନ ନାଲି ଚା’ ପିଇବା ଦ୍ୱାରା ଶରୀରରେ ଗ୍ଲୁକୋଜର ପରିମାଣ ସନ୍ତୁଳିତ ରହିଥାଏ । ଏହାଛଡ଼ା ନାଲି ଚା’ ପିଇଲେ ବ୍ଲଡ଼ ସୁଗାର ବି ନିୟନ୍ତ୍ରଣରେ ରହିଥାଏ । ସାଧାରଣ ବ୍ୟକ୍ତି ହୁଅନ୍ତୁ କିମ୍ବା ମଧୁମେହ ରୋଗରେ ପୀଡ଼ିତ ବ୍ୟକ୍ତି ହୁଅନ୍ତୁ, ନାଲି ଚା ସେବନ ଦ୍ୱାରା ଏହି ଲାଭ ପାଇପାରିବେ । ନାଲି ଚା ଡାଇବେଟିସକୁ ନିୟନ୍ତ୍ରିତ କରି ରଖିଥାଏ ।

Image result for tea
image source-the economictimes

ଏହାର କାରଣ ହେଲା ନାଲି ଚା’ରେ ଥିବା ପଲିଫେନଲ ଓ ଆଣ୍ଟିଅକ୍ସିଡେଣ୍ଟ ଟାଇପ ୨ ରହିଥାଏ । ତାହା ଶରୀରରେ ଡାଇବେଟିସ ସହ କର୍କଟ ଭଳି ଘାତକ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ । ନାଲି ଚା’ରେ ଫ୍ଲୋରାଇଡ଼ର ମାତ୍ରା ମଧ୍ୟ ରହିଥାଏ । ଏହା ଆମ ଶରୀରର ହାଡ଼ଗୁଡ଼ିକୁ ମଧ୍ୟ ଶକ୍ତ କରିଥାଏ ।ମନେ ରଖନ୍ତୁ, ନାଲି ଚା’ରେ ଅଦା ଓ ଗୋଲମରିଚ ଗୁଣ୍ଡ ମିଶାଇ ପିଇବା ଭଲ।

ସମ୍ବନ୍ଧିତ ଖବର