ଦୈନିକ ତିନି ଚାରି କପ୍ ଚା ପିଇବା କିଛି ଲୋକଙ୍କର ଅଭ୍ୟାସ । ଆଉ କେତେକ ଲୋକ ମୁଡ୍ ରିଫ୍ରେସନର୍ ଭାବେ ଏହାର ପ୍ରୟୋଗ କରିଥାନ୍ତି । ଚାହା ସ୍ୱାଦିଷ୍ଟ ହୋଇଥିବା ହେତୁ ବି କିଛି ଲୋକ ଚାହା ପିଇଥାନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଚାହା ଦ୍ୱାରା ଆପଣ ଜଣଙ୍କୁ ବଶୀଭୂତ କରିପାରିବେ । ତନ୍ତ୍ର ଶାସ୍ତ୍ରରେ ଏହାର ବର୍ଣ୍ଣନା ରହିଛି । ତଦନୁଯାୟୀ ଅନ୍ୟକୁ ଚାହା ପିଆଇ ବଶୀଭୂତ କରା ଯାଇପାରେ । କିନ୍ତୁ ଏହି ପ୍ରକ୍ରିୟାକୁ ବାରମ୍ବାର ପ୍ରୟୋଗ କରିଲେ ନିଜର କ୍ଷତି ସାଧିତ ହୋଇଥାଏ, ଏକଥା ବି କୁହାଯାଇଛି । ଏହା ଛଡ଼ା ନିଜ ପରିବାରର ସଦସ୍ୟମାନଙ୍କ ପାଇଁ ଏହାର ପ୍ରୟୋଗ ମଧ୍ୟ ବର୍ଜନୀୟ ବୋଲି ତନ୍ତ୍ରଶାସ୍ତ୍ରରେ କୁହାଯାଇଛି ।
ଯଦି କୌଣସି ବ୍ୟକ୍ତି ବଡ଼ ବିପଦରେ ପଡିଛି ବା ନିଃସ୍ୱାର୍ଥ ଭାବ ନେଇ ଏହାର ଫାଇଦା ଉଠାଇବାକୁ ଚାହେଁ, ତେବେ ତାହାର ପ୍ରୟୋଗ କରିବା ଉଚିତ୍ । କିନ୍ତୁ ଅନ୍ୟର ଯଦି କୌଣସି କ୍ଷତି କରିବା ଉଦ୍ଦେଶ୍ୟରେ ଏହି ବଶୀକରଣ କରାଯାଇଥାଏ, ତେବେ ତାହା ନିଜ ପାଇଁ ବିନାଶକାରୀ ହୋଇଥାଏ ।
ଚା ଦ୍ୱାରା ବଶୀକରଣ ପଦ୍ଧତି: ଚାରିଟି ଲବଙ୍ଗ ଓ ଅଳେଇଚକୁ ଶରୀରର ଏପରି ଅଙ୍ଗରେ ଚାପି ରଖନ୍ତୁ , ଯେଉଁଠାରେ ଆପଣଙ୍କର ସର୍ବାଧିକ ଝାଳ ବାହାରିଥାଏ । ପାପୁଲିରେ ଏହାକୁ ରଖିପାରନ୍ତି । ଏହାକୁ ଗୁଣ୍ଡ କରି ରଖନ୍ତୁ । ଏହାକୁ ନିଜ ହାତରେ ବା କୌଣସି ପ୍ଲେଟରେ ନିଜର ସାମ୍ନାରେ ରଖି ‘ ଓଁ ସର୍ବ ସର୍ବାଣି( ମନୁଷ୍ୟର ନାମ), ମମ ଉଷ୍ମ କୁରୁମ ଭାବନୀ ।’ ଏହି ମନ୍ତ୍ରକୁ ୧୫୧ ଥର ଜପ କରନ୍ତୁ ।
/sambad/media/post_attachments/wp-content/uploads/2018/02/tea-.express.co_.uk_-300x178.jpg)
ଏହାପରେ ଛେଳି ଦୁଧରେ ଚାହା ପ୍ରସ୍ତୁତ କରନ୍ତୁ । ମନେ ରଖନ୍ତୁ କେବଳ ଛେଳିର ଦୁଧର ପ୍ରୟୋଗ କରିବା ଆବଶ୍ୟକ । ସେଥିରେ ମସଲା ଭଳି ଉକ୍ତ ଗୁଣ୍ଡକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଯାହାଙ୍କୁ ଆପଣ ବଶୀକୃତ କରିବାକୁ ଚାହାଁନ୍ତି ତାଙ୍କୁ ସେହି ଚାହାକୁ ପିଇବାକୁ ଦିଅନ୍ତୁ । ସେହି ବ୍ୟକ୍ତି ଆପଣଙ୍କର ବଶୀଭୂତ ହୋଇଯିବ ଓ ଆପଣଙ୍କର ପ୍ରତ୍ୟେକ କଥା ମାନିବ ।