କମ୍‌ ବୟସରେ ମେଦବୃଦ୍ଧି ମସ୍ତିଷ୍କକୁ ସଙ୍କୁଚିତ କରେ

ସାଧାରଣତଃ ମେଦବୃଦ୍ଧି, ଡାଇବେଟିସ୍‌, ଉଚ୍ଚ ରକ୍ତଚାପ ଏପରି କି ନିଶାଦ୍ରବ୍ୟ ସେବନ ମସ୍ତିଷ୍କ ସଙ୍କୋଚନର ଗୋଟିଏ ଗୋଟିଏ କାରଣ। ସନ୍ତୁଳିତ ଖାଦ୍ୟ ନ ଖାଇଲେ କିମ୍ବା ନିୟମିତ ବ୍ୟାୟାମ ନ କଲେ ଏହାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ଆଉ ଏହା ଦ୍ୱାରା ମସ୍ତିଷ୍କ ସିଧାସଳଖ ପ୍ରଭାବିତ ହୋଇଥାଏ ବୋଲି ଆମେରିକାସ୍ଥିତ ବୋଷ୍ଟନ୍‌ ୟୁନିଭର୍ସିଟିର ସ୍କୁଲ ଅଫ୍‌ ମେଡିସିନ୍‌ର ବିଶେଷଜ୍ଞମାନେ କହିଛନ୍ତି। ସେମାନଙ୍କ ଦ୍ୱାରା ହୋଇଥିବା ଗବେଷଣାରେ ୧୫୮୩ ଜଣ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା। ଦୀର୍ଘ ୨୦ ବର୍ଷ ପର୍ଯ୍ୟନ୍ତ ପ୍ରତିଦିନ ସେମାନଙ୍କର ଟ୍ରେଡ୍‌ମିଲ୍‌ ପରୀକ୍ଷା କରାଯାଉଥିଲା। ଶେଷରେ ଜାଣିବାକୁ ମିଳିଥିଲା ଯେ, ଜଣେ ବ୍ୟକ୍ତି ଯଦି ସବୁ ଦୃଷ୍ଟିରୁ ଫିଟ୍‌ ନ ରୁହନ୍ତି ତେବେ ତାଙ୍କର ମସ୍ତିଷ୍କ ସଙ୍କୁଚିତ ହେବାର ଆଶଙ୍କା ଅଧିକ ରହିଥାଏ। ବିଶେଷ କରି ଏହିପରି ସମସ୍ୟା ଛୋଟବେଳୁ ହୋଇଥାଏ ବୋଲି ମତ ପ୍ରକାଶ ପାଇଛିି।

ସମ୍ବନ୍ଧିତ ଖବର