ଜଣେ ଧନିକ, ନିଜ ଘରର ଝରକା ଦେଇ, ବାହାରକୁ ଅନେଇଲେ। କେହି ଜଣେ ଗରିବ, ଆବର୍ଜନା କୁଣ୍ଡରୁ କିଛି ସଂଗ୍ରହ କରୁଥିଲା। ଧନିକ ନିଜକୁ ନିଜେ କହିଲେ- ଭଗବାନ୍ଙ୍କୁ ଧନ୍ୟବାଦ, ମୁଁ ଗରିବ ନୁହେଁ। ଗରିବ ଲୋକଟି ଦେଖିଲା, କିଛି ଦୂରରେ ଜଣେ ଅର୍ଦ୍ଧ-ନଗ୍ନ ବ୍ୟକ୍ତି ଅଟ୍ଟହାସ୍ୟ କରୁଛି। ସେ ନିଜକୁ କହିଲା- ଭଗବାନ୍ଙ୍କୁ ଧନ୍ୟବାଦ, ମୁଁ ପାଗଳ ନୁହେଁ। ପାଗଳ ଆଗକୁ ଚାହିଁଲା, ଦେଖିଲା, ଆମ୍ବୁଲାନ୍ସରେ ଜଣେ ରୋଗୀ ଯାଉଛି। ତା’ ତୁଣ୍ଡରୁ ବାହାରିଗଲା- ଭଗବାନ୍ଙ୍କୁ ଧନ୍ୟବାଦ, ମୁଁ ରୋଗୀ ନୁହେଁ। ରୋଗୀ ଚିକିତ୍ସାଳୟରେ ପହଞ୍ଚି ଦେଖିଲା, ଷ୍ଟ୍ରେଚର୍ରେ ଜଣେ ମୃତକଙ୍କୁ ନିଆଯାଉଛି। ସେ କହିଲା- ଭଗବାନ୍ଙ୍କୁ ଧନ୍ୟବାଦ, ମୁଁ ମରିନାହିଁ। କେବଳ ଜଣେ ମୃତକ, ଭଗବାନ୍ଙ୍କୁ ଧନ୍ୟବାଦ ଦେଇ ନ ପାରେ। ତାହା ହେଲେ ଆମେ ଜୀବିତ ଥିବା ବେଳେ ଆଜି କାହିଁକି ଭଗବାନ୍ଙ୍କୁ ଧନ୍ୟବାଦ ନ ଦେବା!
ଆମକୁ ସେ ସବୁଠାରୁ ଦୁର୍ମୂଲ୍ୟ ଉପହାର- ଜୀବନ ଦେଇଛନ୍ତି। ଜୀବନକୁ ଭଲ ଭାବେ ଜାଣିବା ପାଇଁ ତିନିଟି ସ୍ଥାନକୁ ଯିବା- ଚିକିତ୍ସାଳୟ, ବନ୍ଦିଶାଳା ଓ କବରସ୍ତାନ ବା ଶ୍ମଶାନ। ଚିକିତ୍ସାଳୟରେ ଭଲ ଭାବେ ବୁଝିଯିବା, ସ୍ୱାସ୍ଥ୍ୟଠାରୁ ବଡ଼ ସଂପଦ କିଛି ନାହିଁ। ବନ୍ଦିଶାଳରେ ଜାଣିବା ମୁକ୍ତିର ଆନନ୍ଦ କେତେ ଅସୁମାର। ଆଉ କବରସ୍ତାନ/ଶ୍ମଶାନରେ ଏହା ବୁଝାପଡ଼େ ଯେ, ଜୀବନ କିଛି ନୁହେଁ। ଯେଉଁ ଭୂମିରେ ଆଜି ଚାଲୁଛେ, କାଲି ତାହା ଆମ ଉପରେ ଛାତ ହେବ। ଆମେ ସାଥିରେ କିଛି ନେଇ ଆସିନାହେଁ କି କିଛି ନେଇ ଯାଇ ପାରିବା ନାହିଁ। ତେଣୁ, ବିନୟୀ ହୁଅ। ଭଗବାନ୍ ସବୁ କିଛି ଦେଇଥିବାରୁ, ତାଙ୍କୁ ପ୍ରତି ଦିନ ଧନ୍ୟବାଦ ଦିଅ।