କିଛି ଦିନ ତଳେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଦେଶର ପ୍ରଥମ ସ୍ବାସ୍ଥ୍ୟପ୍ରଦ ଫୁଡ୍ କୋର୍ଟ ଖୋଲାଯାଇଛି। ‘ପ୍ରସାଦମ୍’ ନାମକ ଏହି ଫୁଡ୍ କୋର୍ଟରେ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ଅସଲି, ନିରାପଦ ତଥା ପାରମ୍ପରିକ ଖାଦ୍ୟ ବିକ୍ରି ହେବ। ପ୍ରାୟ ୯୩୯ ବର୍ଗମିଟର ପରିମିତ ଅଞ୍ଚଳରେ ମୋଟ ୧୯ଟି ଦୋକାନ ଅଛି। ସ୍ଥାନୀୟ ମହାକାଳେଶ୍ବର ମନ୍ଦିରକୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ଏହା ଭୋଜନ ସୁବିଧା ଯୋଗାଇବ। ଉତ୍ତମ ଭୋଜନ ସହିତ ଏଠାରେ ପିଲାଙ୍କ ପାଇଁ କ୍ରୀଡ଼ାଙ୍ଗନ, ପାନୀୟ ଜଳ ସୁବିଧା, ସିସିଟିଭି ନିରୀକ୍ଷଣ, ଗାଡ଼ି ରଖିବା ସ୍ଥାନ ଏବଂ ସମସ୍ତେ ବସିଲା ପରି ସାର୍ବଜନୀନ ସୁବିଧା ଆଦି ରହିଛି। ସେଠାରେ ମାଣ୍ଡିଆ, ଯଅ, ସୁଆଁ ଓ ବାର୍ଲି ସମେତ ଡାଲିରୁ ତିଆରି ମଣ୍ଡା ଓ ବିଭିନ୍ନ ପ୍ରକାର ଖାଦ୍ୟ ପରଷାଯାଉଛି। ସମଗ୍ର ଅଞ୍ଚଳକୁ ପରିବେଶ ଅନୁକୂଳ ରଖିବା ଲାଗି ପ୍ଳାଷ୍ଟିକ୍ ବ୍ୟବହାରକୁ ନିଷେଧ କରାଯାଇଛି। ଫେବ୍ରୁଆରି ପ୍ରଥମ ସପ୍ତାହରୁ ‘ପ୍ରସାଦମ୍’ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଆଗକୁ ଦେଶର ସବୁ ସହରରେ ଏଭଳି ସ୍ବାସ୍ଥ୍ୟପ୍ରଦ ଓ ସଂପୂର୍ଣ୍ଣ ସଫାସୁତୁରା ଫୁଡ୍ କୋର୍ଟ ଖୋଲାଯିବାର ଲକ୍ଷ୍ୟ ରଖାଯାଇଛି।
ଦେଶର ପ୍ରଥମ ସ୍ବାସ୍ଥ୍ୟପ୍ରଦ ଫୁଡ୍ କୋର୍ଟ
/sambad/media/post_attachments/wp-content/uploads/2024/01/jgjgjgjgj-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)