ଭେଷଜ ବିଜ୍ଞାନର ବିକାଶ ସାଙ୍ଗକୁ ସାମଗ୍ରିକ ଭାବେ ସ୍ବାସ୍ଥ୍ୟସେବାରେ ଉନ୍ନତି ଘଟି ଆମମାନଙ୍କର ମୃତ୍ୟୁହାର କମିବା ସହ ହାରାହାରି ବୟସ ଯଥେଷ୍ଟ ବୃଦ୍ଧି ପାଇଛି। ଏକ ପରିସଂଖ୍ୟାନ ଅନୁଯାୟୀ, ୧୯୫୦ ମସିହା ବେଳକୁ ବିଶ୍ବ ସ୍ତରରେ ମନୁଷ୍ୟର ହାରାହାରି ଜୀବନଧାରଣ କ୍ଷମତା ୪୬ରୁ ୪୮ ବର୍ଷ ରହିଥିବା ବେଳେ ୨୦୨୦ ମସିହା ବେଳକୁ ତାହା ସାଢ଼େ ୭୨ ବର୍ଷରୁ ୭୩ ବର୍ଷ ଯାଏ ହୋଇପାରିଛି। ତେବେ ପୁରୁଷ ଓ ମହିଳାଙ୍କ ଆୟୁଷ ମଧ୍ୟରେ ଏକ ବ୍ୟବଧାନ ରହିଆସିଛି। ଏହି ବ୍ୟବଧାନ ଏବେ କମିବାରେ ଲାଗିଛି ବୋଲି ଏକ ନୂଆ ଅଧ୍ୟୟନରୁ ଜଣାଯାଇଛି। ସ୍ପେନ୍ର ଆଲକାକା ବିଶ୍ବବିଦ୍ୟାଳୟର ଅର୍ଥନୀତି ଓ ବାଣିଜ୍ୟ ପରିଚାଳନା ବିଭାଗର ଗବେଷକମାନଙ୍କ ଦ୍ବାରା ସଂପନ୍ନ ହୋଇଥିବା ଗବେଷଣାରେ ଉତ୍ତର ଆମେରିକା, ୟୁରୋପ, ଜାପାନ, ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡ ଆଦି ୧୯୦ଟି ଦେଶର ଲୋକମାନଙ୍କ ହାରାହାରି ବୟସକୁ ବିଚାରକୁ ନେଇ ଏକ ତୁଳନାତ୍ମକ ଚିତ୍ର ପ୍ରସ୍ତୁତ କରାଯାଇଛି।
୧୯୯୦ ମସିହାରେ ମହିଳାମାନଙ୍କ ହାରାହାରି ବୟସ ୭୭.୧୭ ବର୍ଷ ରହିଥିବା ବେଳେ ପୁରୁଷମାନଙ୍କର ହାରାହାରି ବୟସ ୭୨.୨୩ ବର୍ଷ ଥିଲା। ତେବେ ୨୦୧୦ ମସିହା ବେଳକୁ ମହିଳାମାନଙ୍କର ହାରାହାରି ବୟସ ୮୩.୧୦ ବର୍ଷକୁ ବୃଦ୍ଧି ପାଇଥିବା ବେଳେ ପୁରୁଷମାନଙ୍କର ବୟସ ୭୮.୭୩ ବର୍ଷ ହୋଇଛି। ଅର୍ଥାତ୍ ହାରାହାରି ବୟସ ବ୍ୟବଧାନରେ ପ୍ରାୟ ୦.୨ ବର୍ଷ କମିଛି।
୧୯୯୦ ମସିହାରେ ମହିଳାମାନଙ୍କ ହାରାହାରି ବୟସ ୭୭.୧୭ ବର୍ଷ ରହିଥିବା ବେଳେ ପୁରୁଷମାନଙ୍କର ହାରାହାରି ବୟସ ୭୨.୨୩ ବର୍ଷ ଥିଲା। ତେବେ ୨୦୧୦ ମସିହା ବେଳକୁ ମହିଳାମାନଙ୍କର ହାରାହାରି ବୟସ ୮୩.୧୦ ବର୍ଷକୁ ବୃଦ୍ଧି ପାଇଥିବା ବେଳେ ପୁରୁଷମାନଙ୍କର ବୟସ ୭୮.୭୩ ବର୍ଷ ହୋଇଛି। ଅର୍ଥାତ୍ ହାରାହାରି ବୟସ ବ୍ୟବଧାନରେ ପ୍ରାୟ ୦.୨ ବର୍ଷ କମିଛି। ସେହିପରି ୨୦୩୦ ମସିହା ବେଳକୁ ମହିଳାମାନଙ୍କର ହାରାହାରି ଆୟୁଷ ୮୬.୫୪ ବର୍ଷ ଓ ପୁରୁଷମାନଙ୍କର ୮୩.୧୩ ବର୍ଷ ହେବ ବୋଲି ଆକଳନ କରାଯାଉଛି। ମହିଳାମାନଙ୍କର ହାରାହାରି ବୟସ ଅଧିକ ରହିଥିଲେ ହେଁ ପୁରୁଷଙ୍କ ତୁଳନାରେ ସେମାନଙ୍କର ମୃତ୍ୟୁହାର ଅଧିକ ରହୁଥିବାରୁ ବୟସ ବ୍ୟବଧାନ ଏପରି କମି ଆସୁଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/gdjgjgjjgjgjg.jpg)