ରୋଗର ସଙ୍କେତ ଦେଇଥାଏ ନଖର ବଦଳୁଥିବା ରଙ୍ଗ, ରଙ୍ଗ ଦେଖି ଚିହ୍ନନ୍ତୁ ରୋଗ

ନଖ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ରୋଗର ଲକ୍ଷଣ ମଧ୍ୟ ସୂଚାଇଥାଏ । ନଖର ବଦଳୁଥିବା ଆକାର ଏବଂ ରଙ୍ଗ ଶରୀରର ବଡ଼ ବଡ଼ ରୋଗର ଲକ୍ଷଣ ସଂପର୍କରେ ସୂଚନା ଦେଇଥାଏ । ଯଦି ଆପଣଙ୍କ ନଖର ଆକାର ବା ରଙ୍ଗ ହଠାତ ବଦଳିବାରେ ଲାଗିଛି, ତେବେ ତାକୁ ଅଣଦେଖା କରନ୍ତୁ ନାହିଁ । ଅନେକ ସମୟରେ ଲୋକେ ଏହାକୁ କ୍ୟାଲସିୟମ ବା ମିନେରାଲ୍ସର ଅଭାବ ବୋଲି ଭାବି ଅଣଦେଖା କରି ଦେଇଥାନ୍ତି । ଯାହା ପରେ ଗମ୍ଭୀର ରୂପ ଧାରଣ କରିଥାଏ । ଆସନ୍ତୁ ଜାଣିବା ଆପଣଙ୍କ ନଖର ବଦଳୁଥିବା ରଙ୍ଗ କେଉଁ ରୋଗକୁ ସୂଚାଇଥାଏ ।

୧. ଯଦି ଆପଣଙ୍କ ନଖ କଳା ହୋଇ ଯାଉଛି ବା କଳା ରଙ୍ଗର ଗାର ଦେଖିବାକୁ ମିଳୁଛି, ତେବେ ଏହା ମେଲନାମା ଚର୍ମ କର୍କଟ ରୋଗର ଲକ୍ଷଣ ବୋଲି ଜାଣି ନିଅନ୍ତୁ । ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।

nari.punjabkesari.in

୨. ଯଦି ଆପଣଙ୍କ ନଖରେ ଧଳା ରଙ୍ଗର ଗାର ବା ବିନ୍ଦୁ ଦେଖିବାକୁ ମିଳୁଛି, ତେବେ ଏହା ଯକୃତ ରୋଗ, ହୃଦ୍‌ଜନିତ ସମସ୍ୟା ବା କ୍ୟାଲସିୟମ ଅଭାବର ସଙ୍କେତ ହୋଇପାରେ ।

୩. ଯଦି ନଖର ରଙ୍ଗ ହାଲୁକା ହଳଦିଆ ହେଉଛି, ତେବେ ଏହା ଆନେମିଆ ରୋଗର ଲକ୍ଷଣ ବୋଲି ଜାଣି ନିଅନ୍ତୁ ।

nari.punjabkesari.in

୪. ନଖର ରଙ୍ଗ ଗାଢ଼ ଲାଲ ଦିଶିଲେ ଏହା ଉଚ୍ଚ ରକ୍ତଚାପର ଲକ୍ଷଣ ବୋଲି ଜାଣି ନିଅନ୍ତୁ ।

୫. ନଖର ରଙ୍ଗ ନୀଳ ହେବା ଫୁସ୍‌ଫୁସ୍‌ ସଂକ୍ରମଣର ଲକ୍ଷଣ ହୋଇପାରେ । ନିମୋନିଆ ବା ହୃଦୟ ରୋଗର ସମସ୍ୟା ଥିଲେ ନଖ ନୀଳ ହୋଇ ଯାଇଥାଏ ।

ସମ୍ବନ୍ଧିତ ଖବର