ସବୁବେଳେ ସୁସ୍ଥ ରହିବା ପାଇଁ ସକାଳୁ ଉଠିବା ପରେ ନିଶ୍ଚିତ କରନ୍ତୁ ଏହି ୩ଟି କାମ

ସମସ୍ତେ ସକାଳୁ ଉଠିବା ପରେ ତାଙ୍କ ଦିନଟି କିପରି ଭଲରେ କଟିବ, ସେ ବିଷୟରେ ଚିନ୍ତା କରିଥାନ୍ତି । କିଛି ଲୋକ ସକାଳୁ ଶୀଘ୍ର ଉଠି ମଧ୍ୟ ଶୌଚାଳୟରେ ଅଧିକ ସମୟ ବିତାଇବା ପରେ ସକାଳ ଖାଦ୍ୟ ଖାଇଥାନ୍ତି । ସକାଳର ସମୟକୁ କିଭଳି ଭାବରେ ବିତାଇବା ଦରକାର, ତାହା କିଛି ଲୋକ ଜାଣି ପାରୁ ନ ଥିବାରୁ ସେମାନଙ୍କ ଶରୀରରେ ଅନେକ ସମସ୍ୟା ଦେଖା ଯାଇଥାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ସକାଳୁ ଉଠିବା ପରେ ଏହି ୩ଟି କାମ କରିବା ନିହାତି ଆବଶ୍ୟକ । ଆସନ୍ତୁ ଜାଣିବା ସେ ବିଷୟରେ…

୧. ସକାଳୁ ଉଠିବା ପରେ ଭଲ ଭାବରେ ପାଟି ଏବଂ ମୁହଁ ଧୋଇ ୨ଗ୍ଲାସ ପାଣି ପିଇବା ଦରକାର । ଯଦି ଆପଣ ନିଜର ଓଜନ ବା ପେଟର ଚର୍ବି କମାଇବା ପାଇଁ ଚାହୁଁଛନ୍ତି, ତେବେ ଉଷୁମ ପାଣି ପିଇବା ଆରମ୍ଭ କରି ଦିଅନ୍ତୁ । ସକାଳୁ ସକାଳୁ ପାଣି ପିଇବା ଦ୍ୱାରା ଆପଣଙ୍କ ପେଟ ସଫା ହେବା ସହ ଶରୀରରେ ଜଳୀୟଅଂଶ ଭରି ଯାଇଥାଏ ।

nari.punjabkesari.in

୨. ସକାଳୁ ଉଠିବା ପରେ ପରେ କିଛି ସମୟ ବାହାରେ ବୁଲିବା ଦରକାର । କିନ୍ତୁ ଲୋକମାନେ ନିଜର କାର୍ଯ୍ୟବ୍ୟସ୍ତତା ହେତୁ ସକାଳୁ ସକାଳୁ ବୁଲି ପାରନ୍ତି ନାହିଁ । ଉଠିବା ପରେ ହିଁ ସେମାନେ ନିଜ କାମରେ ଲାଗି ପଡ଼ନ୍ତି । କିନ୍ତୁ ସେଭଳି କରିବା ଆଦୌ ଉଚିତ୍‌ ନୁହେଁ । ସମୟ ଅଭାବ ଥିଲେ ସକାଳୁ ଉଠି ୧୫-୨୦ମିନିଟ୍‌ ହେଉ ପଛେ ଖୋଲା ପବନର ମଜା ନେବା ଦରକାର ।

୩. ସକାଳୁ ଉଠି ବ୍ୟାୟାମ କରିବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦୂର ହୋଇ ଯାଇଥାଏ । ପ୍ରତିଦିନ ସକାଳୁ ଉଠି ବ୍ୟାୟାମ କରିବା ପାଇଁ ଚେଷ୍ଟା କରନ୍ତୁ ।

nari.punjabkesari.in
ସମ୍ବନ୍ଧିତ ଖବର