ପେଟଜନିତ ସମସ୍ୟାକୁ କିଛି ସମୟ ମଧ୍ୟରେ ଠିକ୍‌ କରିଥାଏ ଏହି ୪ଟି ସୁପରଫୁଡ

ଆଜିକାଲିର ପରିବର୍ତ୍ତନଶୀଳ ଜୀବନଶୈଳୀ ପାଇଁ ଖାଇବା ପିଇବାରେ ଠିକ୍‌ ଠିକଣା ରହୁନାହିଁ । ସମୟ ଅଭାବ ହେତୁ ଠିକ୍‌ ସମୟରେ ନଖାଇବା ବା ବାହାର ଖାଦ୍ୟ ଖାଇବା ଦ୍ୱାରା ଅନେକ ଶାରୀରିକ ସମସ୍ୟା ଦେଖା ଦେଉଛି । ମୁଖ୍ୟତଃ ବାହାର ଖାଦ୍ୟ ଖାଇ ଅତ୍ୟଧିକ ଲୋକଙ୍କର ପେଟ ଖରାପ ହେଉଥିବାର ଦେଖିବାକୁ ମିଳୁଛି । ପାଚନକ୍ରିୟା ଖରାପ ହେବା ଦ୍ୱାରା ଖାଦ୍ୟ ଠିକ୍‌ ଭାବରେ ହଜମ ନ ହେବାରୁ ଶରୀରକୁ ଖାଦ୍ୟର ପୋଷଣ ମଧ୍ୟ ମିଳି ପାରୁ ନାହିଁ । ଏଭଳି ସମସ୍ୟାର ସମ୍ମୁଖୀନ ଆପଣ ମଧ୍ୟ ହେଉଥିବେ । ଏହାର ସମାଧାନ ପାଇଁ ଆପଣ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ଔଷଧ କିଣି ଖାଉଥିବେ । କିନ୍ତୁ ଆପଣ ଜାଣିଛନ୍ତି କି? ଘରେ ମିଳୁଥିବା କିଛି ସୁପରଫୁଡ ମାଧ୍ୟମରେ ଆପଣ ଏହି ସମସ୍ୟାକୁ ଦୂର କରି ପାରିବେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ…

୧. ପାଚିଲା ଭଣ୍ଡାରେ ଥିବା ଏନ୍‌ଜାଇମ୍‌ ପ୍ରୋଟିନ୍‌ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଇବାର ୨୪ଘଣ୍ଟା ମଧ୍ୟରେ ଆପଣଙ୍କ ପାଚନକ୍ରିୟା ସମ୍ପୁର୍ଣ୍ଣ ଭାବରେ ଠିକ ହୋଇ ଯାଇଥାଏ ।

Image result for papaya
Organic Facts

୨. ଦହିରେ ଥିବା ରସାୟନିକ ପଦାର୍ଥ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ । ଖାଦ୍ୟ ଖାଇବା ସମୟରେ ଯଦି ଆପଣ ଦହି ଖାଉଛନ୍ତି, ତେବେ ଏହା ଖାଦ୍ୟକୁ ତୁରନ୍ତ ହଜମ କରିବାରେ ସାହାଯ୍ୟ କରିଥାଏ । ଯଦି କେବେ ଆପଣଙ୍କ ଖାଦ୍ୟ ହଜମ ହେଉନାହିଁ ତେବେ ଗୋଟେ ପାତ୍ରରେ ଦହି ଆଣି ଖାଆନ୍ତୁ । ଏପରି କଲେ ଆପଣଙ୍କ ପେଟଜନିତ ସମସ୍ୟା ଦୂର ହେବ ।
୩. ପେଟଜନିତ ସମସ୍ୟା ଦେଖାଗଲେ ପାଣିରେ ହଳଦୀ ମିଶାଇ ପିଅନ୍ତୁ । ଏହା ସହ ଆପଣ କଞ୍ଚା ହଳଦୀକୁ ମଧ୍ୟ ସେବନ କରି ପାରିବେ ।

Image result for haldi water
Medical News Today

୪. ଖାଦ୍ୟ ରାନ୍ଧିବା ସମୟରେ ଅନ୍ୟ ତେଲ ବ୍ୟବହାର କରିବା ପରିବର୍ତ୍ତେ ନଡ଼ିଆ ତେଲକୁ ବ୍ୟବହାର କରନ୍ତୁ । ଏହା ଦ୍ୱାରା କେବେ ବି ଆପଣଙ୍କ ପେଟଜନିତ ସମସ୍ୟା ଉପୁଜିବ ନାହିଁ ।

ସମ୍ବନ୍ଧିତ ଖବର