ଦାନ୍ତକୁ ଦୁର୍ବଳ କରିଥାଏ ଏହି ୫ଟି ଜିନିଷ

ହସିବା ଦ୍ୱାରା ଆୟୁଷ ବଢ଼ିବା ସହ ଅବସାଦ କମ ହୋଇଥାଏ । କିନ୍ତୁ ଦାନ୍ତ ହଳଦିଆ ପଡ଼ିଲେ ବା ପୋକ କାଟିଥିଲେ ହସିବା ସମୟରେ ଅସହଜ ମନେହୁଏ । ଦାନ୍ତ ହଳଦିଆ ପଡ଼ିବା ଏବଂ ପୋକ କାଟିବା ପଛରେ ପ୍ରତିଦିନର ଖାଦ୍ୟ ହିଁ ଦାୟୀ ହୋଇଥାଏ । ବେଳେ ବେଳେ ଆମେ ଏମିତି କିଛି ଖାଦ୍ୟ ଖାଇଥାଉ ଯାହାକୁ ଖାଇବା ପରେ ଦାନ୍ତ ହଳଦିଆ ବା ଖରାପ ହୋଇ ଯାଇଥାଏ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଆପଣ ଖାଉଥିବା କେଉଁ ଖାଦ୍ୟ ଆପଣଙ୍କ ଦାନ୍ତକୁ ହଳଦିଆ ଦୁର୍ବଳ କରିଥାଏ ।

୧.ଚକୋଲେଟ୍‌ ଏକ ଏମିତି ଜିନିଷ ଯାହାକୁ ଛୋଟ ପିଲାଙ୍କ ସମେତ ବଡ଼ ପିଲା ବି ଅଧିକ ମାତ୍ରାରେ ଖାଇଥାନ୍ତି । କିଛି କିଛି ଚକୋଲେଟ୍‌ ଏମିତି ରହିଛି ଯାହା ଦାନ୍ତରେ ଲାଗି ରହିଯିବା ସହ ସହଜରେ ଛାଡ଼ି ନଥାଏ । ଯାହା ଦ୍ୱାରା ଦାନ୍ତ ଖରାପ ହେବାକୁ ଲାଗିଥାଏ । ଅଧିକ ଚକୋଲେଟ୍‌ ଖାଇବା ଦ୍ୱାରା ଦାନ୍ତ ହଳଦିଆ ହେବା ସହ ଦୁର୍ବଳ ହୋଇଯାଇଥାଏ ।

nari.punjabkesari.in

୨.ପ୍ରତିଦିନ ହ୍ଵାଇଟ୍‌ ବ୍ରେଡ଼୍‍ ଖାଇବା ଦ୍ୱାରା ତାହାର ଖରାପ ପ୍ରଭାବ ଦାନ୍ତ ଉପରେ ପଡ଼ିଥାଏ । ହ୍ଵାଇଟ୍‌ ବ୍ରେଡ଼୍‍କୁ ରିଫାଇନଡ଼୍‍ ମଇଦାରେ ତିଆରି କରାଯାଇଥାଏ । ଯାହାକୁ ଖାଇଲେ ତାହା ଦାନ୍ତରେ ଲାଗି ଯାଇଥାଏ । ଯାହା ଧୀରେ ଧୀରେ ଦାନ୍ତକୁ ଖରାପ କରି ଦେଇଥାଏ ।

୩.କଫିରେ ଥିବା ଏସିଡ୍‌ ଗୁଣ ପାଇଁ ଏହାକୁ ଅଧିକ ମାତ୍ରାରେ ପିଇଲେ ଦାନ୍ତ ଦୁର୍ବଳ ହେବା ସହ କଣା ହୋଇ ଯାଇଥାଏା

୪.ଅଧିକ ଥଣ୍ଡା ପାନୀୟ ପିଇବା ଦ୍ୱାରା ଦାନ୍ତ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ । ଥଣ୍ଡା ପାନୀୟରେ ଅଧିକ ମାତ୍ରରେ ଶର୍କରା ରହିବା ସହ ଏହା କାର୍ବୋନେଟେଡ଼୍‍ ପାଣିରେ ତିଆରି କରାଯାଇଥାଏ । ଯାହା ଫଳରେ ଏହାକୁ ଅଧିକ ପରିମାଣରେ ପିଇବା ଦ୍ୱାରା ଦାନ୍ତ ଦୁର୍ବଳ ହେବା ସହ ଦାନ୍ତ ମାଢ଼ି ଦୁର୍ବଳ ହେବାକୁ ଲାଗିଥାଏ ।

nari.punjabkesari.in

୫.ଚିପ୍ସରେ ଅଧିକ ପରିମାଣରେ ଷ୍ଟାର୍ଚ୍ଚ ରହିଥାଏ । ଏହାକୁ ଖାଇବା ସମୟରେ ଏହାର କିଛି କିଛି ଅଂଶ ଦାନ୍ତରେ ଲାଗି ରହି ଯାଇଥାଏ । ଯାହା ଦ୍ୱାରା ବ୍ୟକ୍ଟେରିଆ ଦାନ୍ତରେ ଘର କରି ନେଇଥାନ୍ତି । ପ୍ରତିଦିନ ଚିପ୍ସ ଖାଇବା ଦ୍ୱାରା ଦାନ୍ତ ଧୀରେ ଧୀରେ ଦୁର୍ବଳ ହେବା ସହ ଝଡ଼ି ଯାଇଥାଏ ।

ସମ୍ବନ୍ଧିତ ଖବର