ଆପଣଙ୍କ ପିଲା ପରୀକ୍ଷାକୁ ନେଇ ଚିନ୍ତିତ କି ? ଏହି ଚିନ୍ତା ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ପରୀକ୍ଷା ହେଉଛି ଏକ ଏପରି ଜିନିଷ ଯାହା ସମସ୍ତଙ୍କ ଜୀବନରେ ଆସିଥାଏ । ସ୍କୁଲ ଏବଂ କଲେଜରେ ପାଠ ପଢ଼ୁଥିବା ବେଳେ ଆପଣମାନେ ଅନେକ ପରୀକ୍ଷା ଦେଇଥିବେ ନିଶ୍ଚୟ । ଏବଂ ସେ ସମୟରେ କେତେ ଚାପ ଆପଣଙ୍କ ଉପରେ ରହିଥାଏ ତାହା ମଧ୍ୟ ଆପଣ ଅନୁଭବ କରିଥିବେ । ଏବେ ଆପଣଙ୍କ ପିଲାମାନେ ସେହି ସମୟ ଦେଇ ଗତି କରୁଥିବା ଦେଖି ଆପଣଙ୍କୁ ଆପଣଙ୍କର ପିଲାଦିନ ମନେ ପଡ଼ିବା ସହ ସେମାନଙ୍କ ମନରେ ପରୀକ୍ଷାକୁ ନେଇ ଥିବା ଡ଼ର ମଧ୍ୟ ଆପଣମାନେ ଦେଖିପାରୁଥିବେ । ତେବେ ଆଜି ଆମେ ଆପଣ ଆପଣଙ୍କ ପିଲାର ସେ ଚିନ୍ତାକୁ ଦୂର କିପରି କରିବେ ସେ ବିଷୟରେ କିଛି ଉପାୟ ଆପଣଙ୍କୁ ଜଣାଇବାକୁ ଯାଉଛୁ । ଯଦି ଆପଣଙ୍କ ପିଲା ପରୀକ୍ଷାକୁ ନେଇ ଅଧିକ ଚାପଗ୍ରସ୍ତ ରହୁଛି, ତେବେ  ସେହି ଚାପକୁ ଦୂର କରିବା ପାଇଁ ଏ ସବୁ କରିବାକୁ କୁହନ୍ତୁ ।

୧.ଅଧିକ ସମୟ ଧରି ପଢ଼ିବା ଦ୍ୱାରା ପିଲାମାନେ ଅଧିକ ଚିନ୍ତାଗ୍ରସ୍ତ ହୋଇଥାଆନ୍ତି । ସେଥି ପାଇଁ ପଢ଼ିବା ମଝିରେ ୧-୨ଘଣ୍ଟା ସମୟ ବାହାର କରି କିଛି ସୁମଧୂର ଗୀତ ଶୁଣିବା ପାଇଁ ନିଜ ପିଲାକୁ କହନ୍ତୁ । ଏହା ଦ୍ୱାରା ମସ୍ତଷ୍କ  ଶାନ୍ତ ହେବା ସହ ପୁଣି ଥରେ ଭଲ କରି ପଢ଼ିବାର ଶକ୍ତି ମିଳିଥାଏ ।

punjabkesari.in

୨.ଭଲ ନିଦ ଚିନ୍ତାକୁ ଦୂର କରେ। ଏହାା ଅପଣମାନେ ଜାଣିଥିବେ ନିଶ୍ଚୟ । ସେଥିପାଇଁ ପରୀକ୍ଷା ସମୟରେ ନିଜ ପିଲାକୁ ଭଲ ନିଦରେ ଶୋଇବାକୁ ଦେବା ସହ ଶୋଇବା ସମୟରେ ତାଙ୍କୁ ଯେପରି କେହି ହଇରାଣ ନ କରନ୍ତି ସେ ଦିଗ ପ୍ରତି ଧ୍ୟନ ଦିଅନ୍ତୁ ।

punjabkesari.in

୩.ପଢ଼ିବା ପୂର୍ବରୁ ଏକ ସୂଚୀ ତିଆରି କରି ଦିଅନ୍ତୁ । କେତେ ବେଳେ କ’ଣ ପଢ଼ିବା ଦରକାର ତାହାର ସୂଚୀ ତିଆରି କରିବା ଦ୍ୱାରା ପଢ଼ା ଠିକ୍‌ ସମୟରେ ସରିବା ସହ ପିଲାମାନେ ଅଧିକ ଚିନ୍ତାଗ୍ରସ୍ତ ହୋଇ ନଥାନ୍ତି ।

punjabkesari.in

୪.ପରୀକ୍ଷା ସମୟରେ ପିଲାମାନଙ୍କର ଖାଇବା ପିଇବାର ସ୍ୱତନ୍ତ୍ର ଧ୍ୟାନ ରଖିବା ନିହାତି ଦରକାର । ଏହି ସମୟରେ ସେମାନଙ୍କୁ ଡ଼୍ରାଏ ଫ୍ରୁଟ୍ସ, ସବୁଜ ପନିପରିବା, ଫଳ ଖାଇବାକୁ ଦିଅନ୍ତୁ ।

punjabkesari.in
ସମ୍ବନ୍ଧିତ ଖବର