ଆମେ ଶାରୀରିକ ପରିଶ୍ରମ ପରେ ଥକାପଣ ବା କ୍ଳାନ୍ତି ଅନୁଭବ କରିଥାଉ । କିନ୍ତୁ ଏହି ଥକାପଣ ବା କ୍ଳାନ୍ତିଜନିତ ସମସ୍ୟା ଯଦି ବେଶି ସମୟ ପର୍ଯ୍ୟନ୍ତ ଲାଗି ରୁହେ , ତେବେ ଏହା କୌଣସି ଗମ୍ଭୀର ସମସ୍ୟାର ସଂକେତ ହୋଇଥାଏ। ତେଣୁ ଏଥିରୁ ମୁକ୍ତି ପାଇବାକୁ ହେଲେ ବ୍ୟକ୍ତିକୁ ପ୍ରଥମେ ଏହାର କାରଣ ଏବଂ ଲକ୍ଷଣ ବିଷୟରେ ଜାଣି ଏହାର ଉପଚାର କରିବାକୁ ହେବ। ବୈଜ୍ଞାନିକଙ୍କ ମତ ଅନୁସାରେ,ପ୍ରତ୍ୟେକ ୫ଜଣ ବ୍ୟକ୍ତିମାନଙ୍କ ମଧ୍ୟରୁ କେବଳ ଜଣେ ବ୍ୟକ୍ତିକୁ ସବୁ ସମୟରେ ହାଲ୍‌କା କ୍ଳାନ୍ତି ଅନୁଭବ ହେଉଥିବାବେଳେ, ୧୦ ଜଣଙ୍କ ମଧ୍ୟରୁ କେବଳ ଜଣକୁ ହିଁ ଲମ୍ବା ସମୟ ଧରି କ୍ଳାନ୍ତି ଜନିତ ସମସ୍ୟା ଦେଖାଦିଏ। ଏଥିସହିତ ପୁରୁଷଙ୍କ ତୁଳନାରେ ମହିଳାମାନେ ଏହି ସମସ୍ୟାରେ ଅଧିକ ପଡନ୍ତି ବୋଲି ବୈଜ୍ଞାନିକମାନେ ସେମାନଙ୍କର ମତରେ କହିଛନ୍ତି।ଏଥିସହିତ କ୍ଳାନ୍ତି ଜନିତ ସମସ୍ୟା ସାଧାରଣତଃ ଶାରୀରିକ ଏବଂ ମନୋବୈଜ୍ଞାନିକ କାରଣ ଯୋଗୁଁ ବି ହୋଇଥାଏ।

Advertisment

publive-image

ଜାଣନ୍ତୁ କ’ଣ ଅଟେ କ୍ଳାନ୍ତି ବା ଥକାପଣର କାରଣ...
୧-ପ୍ରଥମତଃ ଶରୀରର ଓଜନ ସାମାନ୍ୟତ କମ୍‌ ବା ବେଶି ହେବା ହେଉଛି କ୍ଳାନ୍ତିର କାରଣ।
୨-ଦ୍ୱିତୀୟତଃ ଥାଇରଏଡ ଗ୍ରନ୍ଥିର ସଠିକ୍‌ ଭାବରେ କାର୍ଯ୍ୟ ନ କରିବା ବି ଏହାର କାରଣ ଅଟେ।
୩-ହୃଦୟ ରୋଗ,ମାନସିକ ଅବସାଦ,ଚିନ୍ତା ,ଅନିଦ୍ରା ଓ ଅବସାଦ ହେଉଛି କ୍ଳାନ୍ତିର ଅନ୍ୟାନ୍ୟ କାରଣ ଅଟେ।
୪-ଅତ୍ୟଧିକ ମାତ୍ରାରେ କୈଫିନ୍‌ ବା ଆଲ୍‌କହଲର ସେବନ ବି ଅନିଦ୍ରା ସମସ୍ୟା ବଢ଼ାଇଥାଏ,ଯାହାଦ୍ୱାରା କି ବ୍ୟକ୍ତିକୁ କ୍ଳାନ୍ତି ଅନୁଭବ ହୁଏ।
୫-ପେଟ ଏବଂ ଛାତିର ସଂକ୍ରମଣ କ୍ଳାନ୍ତି ବା ଥକାପଣର ଅନ୍ୟ ଏକ କାରଣ ଅଟେ।
୬-ପାଓ୍ଵାରଫୁଲ୍‌ ପେନ୍‌କିଲର୍‌ର ସେବନ ବି ବ୍ୟକ୍ତିଠାରେ କ୍ଳାନ୍ତି ଅନୁଭବ କରାଇବାର ଆଉ ଏକ କାରଣ ହୋଇଥାଏ।
୭-କ୍ୟାନ୍‌ସରର ଉପଚାର ,ଯେପରିକି ରେଡିୟୋଥେରେପି ଓ କିମୋଥେରେପି ବି ଏହାର କାରଣ ଅଟେ।
୮-ଡାଏବିଟିଜ୍‌ ରୋଗୀଙ୍କ ରକ୍ତରେ ସୁଗାରର ସ୍ତର ଅତ୍ୟଧିକ ବୃଦ୍ଧି ଯୋଗୁଁ ବି କ୍ଳାନ୍ତିି ଲାଗିଥାଏ।
୯-ଏହାବ୍ୟତୀତ ଔଷଧର ପାର୍ଶ୍ୱପ୍ରତିକ୍ରିୟା ଯୋଗୁଁ ବିଶେଷକରି ମାଇଗ୍ରେନ୍‌ ଏବଂ ହାଇ ବ୍ଲଡ୍‌ ପ୍ରେସରକୁ ରୋକୁଥିବା ଔଷଧରେ ରହିଥିବା ରସାୟନ ଯୋଗୁଁ ବଧ୍ୟ ବ୍ୟକ୍ତିକୁ କ୍ଳାନ୍ତ ଲାଗିଥାଏ।