ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏହି ସବୁ ଖାଦ୍ୟ

ଶରୀରକୁ ବିଭିନ୍ନ ପ୍ରକାରର ରୋଗରୁ ଦୂରେଇ ରଖିବା ପାଇଁ ହେଲେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିତାନ୍ତ ଆବଶ୍ୟକ । ଯଦି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିବାକୁ ଲାଗେ ତେବେ ତାହା ଶରୀରକୁ ରୋଗଗ୍ରସ୍ତ କରାଇଥାଏ । ରୋଗ ପ୍ରତିରୋଧକ ଶକ୍ତିକୁ ଠିକ୍‌ ରଖିବା ସହ ପ୍ରତିଦିନର ଖାଦ୍ୟରେ ଏହାକୁ ବଢ଼ାଉଥିବା ତତ୍ତ୍ୱ ରହିବା ଅତ୍ୟନ୍ତ ଜରୁରୀ । ଆସନ୍ତୁ ଜାଣିବା ସେ ବିଷୟରେ….

୧.ପ୍ରତିଦିନ ରାତିରେ ୮-୧୦ଟି ବାଦାମ ପାଣିରେ ପକାଇ ସକାଳୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଏଥିରେ ଥିବା ଫାଇବର ପେଟଜନିତ ସମସ୍ୟା ଦୂର କରି ପେଟକୁ ସୁସ୍ଥ ରଖିଥାଏ ।
୨.ବ୍ରୋକ୍‌ଲିରେ ଭିଟାମିନ A ଏବଂ C, ପ୍ରୋଟିନ୍‌,କ୍ୟାଲ୍‌ସିୟମ ସହ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ଏହାକୁ ପ୍ରତିଦିନର ଖାଦ୍ୟରେ ସାମିଲ କଲେ ହୃଦ୍‌ଜନିତ ସମସ୍ୟା କମ୍‌ ହୋଇଥାଏ ।

Related image
steemit.com

୩. ରସୁଣରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଶରୀରକୁ ବିଭିନ୍ନ ପ୍ରକାରର ବ୍ୟାକ୍ଟେରିଆ ଆକ୍ରମଣରୁ ସୁରକ୍ଷା ଦେଇଥାଏ ।
୪.ଗ୍ରୀନ୍‌ ଟି ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପ୍ରତିଦିନ ଏହାକୁ ୧-୨କପ୍‌ ଚା’ ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।

ସମ୍ବନ୍ଧିତ ଖବର