ଶୋଇବା ସମୟରେ ଶରୀରରେ ଦେଖା ଯାଉଥିବା ଏହି ସମସ୍ୟା ଖୋଲି ଥାଏ ଶରୀରରେ ଥିବା ଅନେକ ରୋଗର ରାଜ୍‌

ଦିନସାରା କାମ କରିବା ପରେ ରାତିରେ ଶୋଇବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଭଲ ନିଦ ହେଲେ ଶରୀର ସୁସ୍ଥ ରହିବା ସହ ଶକ୍ତ ମଧ୍ୟ ହୋଇଥାଏ । ଯଦି ଆପଣ ରାତିରେ ଆପଣଙ୍କ ନିଦକୁ ସଂପୂର୍ଣ୍ଣ କରୁ ନାହାନ୍ତି ତେବେ ପୂରା ଦିନ ଶରୀର ଥକା ଲାଗିବା ସହ ମୁଣ୍ଡ ବିନ୍ଧା ଭଳି ସମସ୍ୟା ଦେଖାଯିବାକୁ ଲାଗିଥାଏ । ଅଧିକ ସମୟ ଧରି ଅନିଦ୍ରା ରହିଲେ ମୋଟାପଣ, ଉଚ୍ଚ ରକ୍ତଚାପ ଏବଂ ହୃଦ୍‌ଜନିତ ସମସ୍ୟା ଦେଖାଯିବାର ଆଶଙ୍କା ମଧ୍ୟ ରହିଥାଏ । ତେବେ ଆସନ୍ତୁ ଜାଣିବା ଶୋଇବା ସମୟରେ କେଉଁ ସବୁ ଲକ୍ଷଣ ଦେଖାଗଲେ ଆପଣ ବଡ଼ ଅସୁବିଧାରେ ପଡ଼ିବାକୁ ଯାଉଛନ୍ତି ବୋଲି ଜାଣିବେ ।

୧.କିଛି ଲୋକଙ୍କୁ ଶୋଇବା ସମୟରେ ନିଶ୍ୱାସ ନେବା ପାଇଁ ଅସୁବିଧା ଅନୁଭବ ହୋଇଥାଏ । ଶୋଇବା ସମୟରେ ହେଉଥିବା ଏହି ସମସ୍ୟା ସ୍ଲିପ୍‌ ଆପ୍‌ନିଆର ଲକ୍ଷଣ ମଧ୍ୟ ହୋଇପାରେ । ଏଭଳି ସମସ୍ୟା ହେବାର ବଡ଼ କାରଣ ହେଉଛି ପୂରା ଦିନ କାମ । ଠିକ୍‌ ସମୟରେ ନ ଶୋଇଲେ ବା ନ ଉଠିଲେ ଏହି ସମସ୍ୟା ଦେଖଯିବାକୁ ଲାଗିଥାଏ ।
୨.ଶୋଇଥିବା ବେଳେ ଲୋକମାନେ ବାରମ୍ବାର ବାଥ୍‌ରୁମ୍‌ ଯିବା ଭଳି ଅନୁଭବ କରିଥାନ୍ତି । ଏହା ମଧୁମେହ ରୋଗର ଲକ୍ଷଣ ହୋଇପାରେ । ରକ୍ତରେ ଶର୍କରାର ପରିମାଣ ବଢ଼ି ଯାଇଥିବାରୁ ଏଭଳି ସମସ୍ୟା ଦେଖାଯିବାକୁ ଲାଗିଥାଏ ।

HuffPost

୩.ଶୋଇବା ବେଳେ କିଛି ଲୋକଙ୍କର ହୃଦସ୍ପନ୍ଦନ ବଢ଼ିବାକୁ ଲାଗିଥାଏ । ଏଭଳି ଅସୁବିଧା ଥାଇରଏଡ୍‌ ରୋଗୀମାନଙ୍କ ପାଖରେ ଦେଖା ଯାଇଥାଏ ।
୪.ସକାଳୁ ଶୀଘ୍ର ଉଠିବା ସବୁଠାରୁ ଭଲ । କିନ୍ତୁ ରାତିରେ ବିଳମ୍ବରେ ଶୋଇ ମଧ୍ୟ କିଛି ଲୋକ ସକାଳୁ ଶୀଘ୍ର ଉଠିବା ଯାଇଥାନ୍ତି । ଯାହାକୁ ସିର୍‌କାଡ଼ିଆନ୍‌ ରିଦିମ୍‌ ଡ଼ିଜଅର୍ଡ଼ର ବୋଲି କୁହାଯାଏ । ପ୍ରତି ମଣିଷକୁ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ୮ଘଣ୍ଟା ଶୋଇବା ନିହାତି ଆବଶ୍ୟକ ।

ସମ୍ବନ୍ଧିତ ଖବର