ଏହି ସବୁ ଅଭ୍ୟାସ ଥିଲେ ଆପଣ କେବେ ବି ଧନୀ ହୋଇପାରିବେ ନାହିଁ!
କଠିନ ପରିଶ୍ରମ ହିଁ ସବୁ ସଫଳତାର ମୂଳଦୁଆ ବୋଲି ଆମେ ସାମସ୍ତେ ଜାଣନ୍ତି। ବହୁତ ଟଙ୍କା ରୋଜଗାର କରିବା, ଧନୀ ହେବାର ଇଚ୍ଛା କାହାର ବା ନଥାଏ! ମାତ୍ର ବେଳେ ବେଳେ କଠିନ ପରିଶ୍ରମ କରି ବି ଧନୀ ହେବାର କୌଣସି ସମ୍ଭାବନା ନଜର ଆସେ ନାହିଁ। କିଛି ଅଭ୍ୟାସ ଆମକୁ ଧନୀ ହେବା ପାଇଁ ବାଧା ଦେଇଥାଏ ବୋଲି ନୀତିଶାସ୍ତ୍ରରେ ଉଲ୍ଳେଖ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସଫଳ ହେବାରେ ବାଧା ସୃଷ୍ଟି କରିବାର ସବୁଠାରୁ ବଡ଼ ଭୂମିକା ରହିଛି ମଣିଷର ନିଜ ଆଳସ୍ୟାମିର। ଅଳସୁଆ ମଣିଷ ଧନୀ ହେବାର ସ୍ୱପ୍ନ ତ ଦେଖିଥାଏ ମାତ୍ର ତାହାକୁ ଫୂରା କରିପାରେ ନାହିଁ। ଧନୀ ହେବା ପାଇଁ କାର୍ଯ୍ୟ କରିବାକୁ ପଡ଼ିଥାଏ। ମାତ୍ର ଅଳସୁଆଟିଏ କ’ଣ କେବେ କାର୍ଯ୍ୟ କରିଥାଏ?
ସେହିପରି ନିଶାସକ୍ତ ବ୍ୟକ୍ତି ବି ଧନୀ ହୋଇପାରନ୍ତି ନାହିଁ ବୋଲି ନୀତି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ମଣିଷ ନିଶାରେ ରହିଲେ ନିଜ ଦକ୍ଷତା ଭୁଲିଯାଏ। ଯଦି ଜଣେ ବ୍ୟକ୍ତି ନିଜ ଦକ୍ଷତା ସଂପର୍କରେ ଅବଗତ ନହୁଅନ୍ତି ସେ କିପରି ବା ଧନୀ ହୋଇପାରିବ!
ଯେଉଁ ପୁରୁଷ ସର୍ବଦା ପର ନାରୀ ଉପରେ ଦୃଷ୍ଟି ରଖନ୍ତି ସେ ବି ଧନୀ ହେବା ପାଇଁ ସ୍ୱପ୍ନ ଦେଖିବା ଛାଡ଼ି ଦେବା ଉଚିତ। ବିପରୀତ ଲିଙ୍ଗ ପ୍ରତି ଆକର୍ଷଣ ରହିବା ଭିନ୍ନ କଥା, ମାତ୍ର ସେଥିରେ ନିଜକୁ ବୁଡ଼ାଇ ରଖି ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ ହେବା ସଂପୂର୍ଣ୍ଣ ଭିନ୍ନ କଥା।
ସଞ୍ଚୟ କରିବା ଉତ୍ତମ ବ୍ୟକ୍ତିର ଲକ୍ଷଣ। ଯେତେ ରୋଜଗାର କଲେ ବି ସଞ୍ଚୟ କରିବାର କ୍ଷମତା ଯାହା ନିକଟରେ ନାହିଁ ସେ ବି କେବେ ଧନୀ ହୋଇପାରନ୍ତି ନାହିଁ।